Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲଘୁଚାପ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ, ଜନଜୀବନ ଅସ୍ତବ୍ୟସ୍ତ, ପାଣି ଘେରରେ ଲୋକେ
ବିଶେଷ ଖବର

ଲଘୁଚାପ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ, ଜନଜୀବନ ଅସ୍ତବ୍ୟସ୍ତ, ପାଣି ଘେରରେ ଲୋକେ

September 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲଘୁଚାପ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ, ଜନଜୀବନ ଅସ୍ତବ୍ୟସ୍ତ, ପାଣି ଘେରରେ ଲୋକେ

ଭୁବନେଶ୍ବର: ଆଜି ଦିନତମାମ ଲଘୁଚାପ ବର୍ଷା ଯୋଗୁଁ ଭୁବନେଶ୍ବର ଅବସ୍ଥା ବେହାଲ ହୋଇପଡିଛି। ରାସ୍ତାଘାଟରେ ପାଣି ଜମି କୃତିମ ହ୍ରଦ ସୃଷ୍ଟି ହୋଇଛି। ଆଜି ପୁରା ଦିନ ରାଜଧାନୀରେ ବର୍ଷା ସହିତ ପବନ ଲାଗି ରହିଛି। ଦିନ ହୋଇଥିଲେ ମଧ୍ୟ ମେଘରେ ପୁର ରାଜଧାନୀ ଅନ୍ଧାର ରହିଥିଲା। ମଝିରେ ମଝିରେ ଅଳ୍ପ ସମୟ ପାଇଁ ବର୍ଷା ଛାଡି ଯାଉଥିଲେ ମଧ୍ୟ ତାହା ଅଳ୍ପ ସମୟ ପାଇଁ ଥିଲା। ହେଲେ ବେଳେ ବେଳେ ପ୍ରବଳ ବର୍ଷା ହେଉଥିଲା ଯେ ବାହାରେ ଯିବା ଅସମ୍ଭବ ହୋଇପଡୁଥିଲା।

ରାଜଧାନୀର ନୂଆପଲ୍ଲୀସ୍ଥିତ ଇସ୍କନ୍ ମନ୍ଦିର ସାମନାରେ ପୂର୍ବପରି କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରିଥିଲା। ବର୍ଷା ପାଣିରେ ସୁଅରେ ବହୁ ଗାଡ଼ି ଭାସି ଯିବା ସହ ଅଣ୍ଟେ ଉଚ୍ଚା ପାଣିରେ ଫସିଯାଇଥିବାବେଳେ ବହୁ ଗାଡ଼ି ଅଧା ବାଟରେ ଅଟକି ଯାଇଥିଲେ। ରାସ୍ତା କଡରେ ଛିଡା ହୋଇରହିଥିବା ଗାଡି ଗୁଡିକ ଅଧା ବୁଡି ହୋଇରହିଥିବା ବେଳେ, ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

ସେହିପରି ରାଜଧାନୀରେ ଶତାବ୍ଦୀ ନଗର, ବମିଖାଲ, ଶିଶୁପାଳଗଡ଼, ପାଣ୍ଡରା, ରସୁଲଗଡ଼, ସାଇମନ୍ଦିର, ଟଙ୍କପାଣି -ଶହୀଦ ଦିବାକର ମାର୍ଗ, ଲିଂଗିପୁର, ମଦନପୁର, ବରମୁଣ୍ଡା, କୁରଡ଼କଣ୍ଟା, ଇଟିପୁର, ଶ୍ରୀରାମ ନଗର, ଭୀମଟାଙ୍ଗୀ, ଗଣ୍ଡମୁଣ୍ଡା ତଳିଆ ଅଂଚଳରେ ପାଣି ସୁଅ ଛୁଟୁଛି। ବସ୍ତି ଅଞ୍ଚଳ ଘରଗୁଡିକର ଅବସ୍ଥା ମଧ୍ୟ ତଦ୍ରୁପ ହୋଇଛି। ଅନେକ ଘର ବର୍ଷାରେ ଧୋଇ ହୋଇଯାଇଥିବାର ଜଣାପଡିଛି।

ସେହିପରି ଭୁବନେଶ୍ବରର ଷ୍ଟେସନ ମଧ୍ୟ ପାଣିରେ ଭାସୁଥିବାର ଲକ୍ଷ୍ୟ କରାଯାଇଛି। ଯାତ୍ରୀମାନେ ଟ୍ରେନରୁ ଆସିବା ପରେ ବାହାରକୁ ବାହିରିବା ସମ୍ଭବ ହୋଇପାରି ନ ଥିଲା। ଫଳରେ ଷ୍ଟେସନ ଭିତରେ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା। କେତେକ ସ୍ଥାନରେ ପାଣି ପମ୍ପ ଲଗାଇ ରାସ୍ତାରୁ ପାଣି କାଢିବାର ଲକ୍ଷ୍ୟ କରାଯାଇଥିଲା। ତେବେ ଏହି ବର୍ଷା ଆହୁରି ଦୁଇଦିନ ଧରି ଲାଗି ରହିବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ବର୍ଷାରେ ରାଜଧାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.