Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳ କୌଶଳ ବିକାଶ ଯୋଜନାର ଶୁଭାରମ୍ଭ କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ୫୦ ହଜାର ନେବେ ତାଲିମ
ଜାତୀୟ ଖବର

ରେଳ କୌଶଳ ବିକାଶ ଯୋଜନାର ଶୁଭାରମ୍ଭ କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ୫୦ ହଜାର ନେବେ ତାଲିମ

September 17, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶିଳ୍ପ ଅନୁକୂଳ କୌଶଳ ବିକାଶ କ୍ଷେତ୍ରରେ ପ୍ରବେଶ ସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରି ଯୁବପିଢ଼ିଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ରେଳ କୌଶଳ ବିକାଶ ଯୋଜନା ବା ଆରକେଭିଓ୍ବାଇ ର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିଓ୍ବାଇ) ଅନ୍ତର୍ଗତ ଏକ କାର‌୍ୟ୍ୟକ୍ରମ ଭାବେ କାର‌୍ୟ୍ୟକାରୀ ହେବ। ଦେଶ ସ୍ବାଧୀନତାର ୭୫ତମ ବର୍ଷରେ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆଜି ରେଳ ଭବନ ଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି କାର‌୍ୟ୍ୟକ୍ରମରେ ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁନୀତ ଶର୍ମାଙ୍କ ସମେତ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସାରା ଦେଶରେ ରହିଥିବା ରେଳବାଇ ପ୍ରଶିକ୍ଷଣ ସଂସ୍ଥାନ ମାଧ୍ୟମରେ ବିଭିନ୍ନ ଟ୍ରେଡରେ ଯୁବକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ୭୫ଟି ପ୍ରଶିକ୍ଷଣ ସଂସ୍ଥାନର ଚୟନ କରାଯାଇଛି। ଏଥିମଧ୍ୟରେ ଓଡ଼ିଶାର ତିନୋଟି ପ୍ରଶିକ୍ଷଣ ସଂସ୍ଥାନ ରହିଛି। ସେଗୁଡ଼ିକ ହେଲେ- ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ରେଳଡବା ମରାମତି କାରଖାନା ପରିସରସ୍ଥ ବିଟିଏସ, ଅନୁଗୁଳ ରାଣୀଗୋଡ଼ାରେ ଥିବା ଇଲେକ୍ଟ୍ରିକ ଲୋକୋସେଡ୍ ଏବଂ ରାଉରକେଲାରେ ଥିବା ଇଲେକ୍ଟ୍ରିକାଲ ସିଷ୍ଟମ ଟ୍ରେନିଂ ସେଣ୍ଟର ସିଆଇ,ଏସଟିସି,ଆରଓୟୁ ଇଏସଟିସି।

ଏହି ଯୋଜନା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ସ୍ବାବଲମ୍ବୀମାନଙ୍କର କୌଶଳକୁ ଅଧିକ ଉନ୍ନତ କରିବାରେ ସହାୟକ ହେବ। ସେହିପରି ବିଭିନ୍ନ ଠିକାଦାରମାନଙ୍କ ସହିତ କାମ କରୁଥିବା କର୍ମଜୀବୀମାନଙ୍କୁ ରି-ସ୍କିଲିଂ ଏବଂ ଅପ-ସ୍କିଲିଂ ସୁବିଧା ଯୋଗାଇ ଦେଇ କୌଶଳ ଭାରତ ଅଭିଯାନ (ସ୍କିଲ ଇଣ୍ଡିଆ ମିଶନ) କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବ।

କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ, “ଆଜି ଏକ ପବିତ୍ର ଦିବସ। ସାରା ଦେଶରେ ବିଶ୍ବକର୍ମା ପୂଜା ପାଳନ କରାଯାଉଛି। ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀରେ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ରେଳ କୌଶଳ ବିକାଶ ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଉପହାର ଭାବେ ସମର୍ପି ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ ହେଉଛି କୌଶଳ ବିକାଶ।

ରେଳ କୌଶଳ ବିକାଶ ଯୋଜନା ମାଧ୍ୟମରେ ୫୦ ହଜାର ଯୁବକଯୁବତୀଙ୍କୁ ତାଲିମ ଦିଆଯିବ। ଉପାନ୍ତ ଅଞ୍ଚଳରେ ରେଳ କୌଶଳ ବିକାଶ ଯୋଜନା ଆୟୋଜନ ମାଧ୍ୟମରେ ପ୍ରଶିକ୍ଷଣ ଉପରେ ସେ ଗୁରୁତ୍ବ ଦେଇଥିଲେ। ଯୁବପିଢ଼ି ଏହି ଦକ୍ଷତା ବିକାଶ ତାଲିମକୁ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଯୋଜନାରେ ତିନି ବର୍ଷର ଅବଧି ମଧ୍ୟରେ ୫୦ ହଜାର ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରାରମ୍ଭିକ ପର‌୍ୟ୍ୟାୟରେ ୧୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷାର୍ଥୀମାନେ ଇଲେକ୍ଟ୍ରିସିଆନ, ୱେଲଡର, ମେସିନିଷ୍ଟ ଏବଂ ଫିଟର ଟ୍ରେଡରେ ୧୦୦ ଘଣ୍ଟାର ପ୍ରଶିକ୍ଷଣ ପାଇବେ। ତେବେ ଆଞ୍ଚଳିକ ଚାହିଦା ଏବଂ ଆବଶ୍ୟକତାକୁ ଆକଳନ କରି କ୍ଷେତ୍ରୀୟ ରେଳବାଇ ଏବଂ ଉତ୍ପାଦନ ୟୁନିଟଗୁଡ଼ିକ ଅନ୍ୟ ଟ୍ରେଡରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରିବେ। ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ଏବଂ ପ୍ରାର୍ଥୀମାନେ ଅନଲାଇନ ଆବେଦନ କରି ଏଥିରେ ଅଂଶଗ୍ରହଣ କରିପାରିବେ।

ମାଟ୍ରିକ ମାର୍କକୁ ଆଧାର କରି ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ଭାବେ ହେବ। ୧୮-୩୫ ବର୍ଷ ମଧ୍ୟରେ ମାଟ୍ରିକ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ତେବେ ପ୍ରଶିକ୍ଷଣ ପରେ ଏଥିରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ରେଳବାଇରେ ନିଯୁକ୍ତି ପାଇଁ କୌଣସି ଦାବି କରିପାରିବେ ନାହିଁ।

ବନାରସ ଲୋକୋମୋଟିଭ ଓ୍ବର୍କସ ଏହି ଯୋଜନାର ନୋଡାଲ୍ ପିୟୁ ଭାବେ ପ୍ରଶିକ୍ଷଣର ପାଠ୍ୟସୂଚୀ ବିକଶିତ କରିଛି। ପ୍ରଥମ ପର‌୍ୟ୍ୟାୟରେ ୧୦୦୦ ପ୍ରାର୍ଥୀଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ଏବଂ ଆପ୍ରେଣ୍ଟିସ ଆକ୍ଟ ୧୯୬୧ ଅନୁଯାୟୀ ମିଳିଥିବା ଆପ୍ରେଣ୍ଟିସ ପ୍ରଶିକ୍ଷଣ ଠାରୁ ଏହା ପୃଥକ ହେବ।

ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଗୋଟିଏ ଉତ୍ସରେ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ୱେବସାଇଟ ବିକଶିତ କରାଯାଉଛି। ଏଥିରେ ପ୍ରଶିକ୍ଷଣ ପାଠ୍ୟସୂଚୀ, ଆବେଦନ ଆହ୍ବାନ ବିଜ୍ଞପ୍ତି, ଚୟନ ହୋଇଥିବା ପ୍ରାର୍ଥୀ, ଚୟନର ଫଳାଫଳ, ଚୂଡ଼ାନ୍ତ ଆକଳନ, ପାଠ୍ୟ ସାମଗ୍ରୀ ଏବଂ ଅନ୍ୟ ବିବରଣୀ ରହିବ। ଖୁବଶୀଘ୍ର ଅନଲାଇନ ଆବେଦନ ପାଇଁ କେନ୍ଦ୍ରୀକୃତ ୱେବସାଇଟ ଖୋଲାଯିବ।

ପ୍ରଶିକ୍ଷଣ ପରେ ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ ଏବଂ ନିଜ ଟ୍ରେଡ୍ ପାଇଁ ଆବଶ୍ୟକ ଟୁଲକିଟ୍ ଯୋଗାଇ ଦିଆଯିବ। ଫଳରେ ସେମାନେ ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇପାରିବେ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ନିଜର ପ୍ରଶିକ୍ଷଣକୁ ଉପଯୋଗ କରିପାରିବେ।

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026
Latest News

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.