Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର କ୍ରୀଡ଼ା ମନ୍ତ୍ରୀମାନଙ୍କ ସହ ଅନୁରାଗ ଠାକୁରଙ୍କ ଆଲୋଚନା
ଜାତୀୟ ଖବର

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର କ୍ରୀଡ଼ା ମନ୍ତ୍ରୀମାନଙ୍କ ସହ ଅନୁରାଗ ଠାକୁରଙ୍କ ଆଲୋଚନା

September 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର କ୍ରୀଡ଼ା ମନ୍ତ୍ରୀମାନଙ୍କ ସହ ଅନୁରାଗ ଠାକୁରଙ୍କ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଆଜି ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ରୀଡ଼ା ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତା ପରେ ଆମର ଆଥଲେଟ୍ ମାନଙ୍କ ପାଇଁ ଭବିଷ୍ୟତର ଅଲିମ୍ପିକ୍ସ, ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଏକ ରୋଡମ୍ୟାପ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା।

ସେହିପରି ତୃଣମୂଳସ୍ତରେ କ୍ରୀଡ଼ାର ପ୍ରୋତ୍ସାହନ ଲାଗି ରାଜ୍ୟମାନେ କିଭଳି ଯୋଗଦାନ ଦେଉଛନ୍ତି ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଭର୍ଚୁଆଲ ବୈଠକରେ କ୍ରୀଡ଼ା ବିଭାଗ ସଚିବ ଶ୍ରୀ ରବି ମିତ୍ତଲ ମଧ୍ୟ ଉପସ୍ଥିତ ଥିଲେ।

ଆଲୋଚନା କାଳରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଉପସ୍ଥାପନ କରିଥିଲେ। ସେ କହିଥିଲେ, କ୍ରୀଡ଼ାବିତମାନଙ୍କ ପାଇଁ ନଗଦ ପୁରସ୍କାରର ଏକ ସାଧାରଣ ପୁଲ୍ ଗଠନ କରାଯିବା ଆବଶ୍ୟକ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗଦାନ ଦେବା ଉଚିତ୍। ଫଳରେ ଦେଶର ସବୁ ଅଞ୍ଚଳର କ୍ରୀଡ଼ାବିତମାନେ ପଦକ ଜିତିବା ପରେ ସମାନ ପରିମାଣର ଲାଭ ପାଇପାରିବେ। ସେ ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଠାରୁ ମତାମତ ଲୋଡ଼ିଛନ୍ତି।

ଶ୍ରୀ ଠାକୁର କହିଥିଲେ ଯେ କ୍ରୀଡ଼ା ଏକ ରାଜ୍ୟ ବିଷୟ ହୋଇଥିବାରୁ ଏହାର ସାମଗ୍ରିକ ବିକାଶ ନିମନ୍ତେ ଉଭୟ ଗ୍ରାମୀଣ ଓ ସହରାଞ୍ଚଳ କ୍ଷେତ୍ରରେ କ୍ରୀଡ଼ା ପ୍ରତିଯୋଗିତାମାନେ ଆୟୋଜନ କରାଯିବା ଆବଶ୍ୟକ। ତୃଣମୂଳସ୍ତରରେ ପ୍ରତିଭା ମାନଙ୍କୁ ଚିହ୍ନଟ କରିବା ଲାଗି ସାଧାରଣ ଏବଂ ପାରା କ୍ରୀଡ଼ାବିତମାନଙ୍କୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ ଭାରତୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସଜିଏଫଆଇ)କୁ ସମର୍ଥନ କରାଯିବା ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା।

ଶ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଆଜିର ବୈଠକ ଫଳପ୍ରଦ ହୋଇଛି। ଆମେ ପ୍ରଗତିର ସମୀକ୍ଷା ଲାଗି ବର୍ଷକୁ ଦୁଇଥର ବୈଠକରେ ଆଲୋଚନା କରିବା ଲାଗି ସହମତ ହୋଇଛୁ। ଉନ୍ନତ ଭିତ୍ତିଭୂମି, ଅଧିକ ପ୍ରଶିକ୍ଷକ, ଫିଜିଓଥେରାପିଷ୍ଟ, ତାଲିମଦାତା ଯୋଗାଇ ଦେବା ଭଳି ପ୍ରସଙ୍ଗ ପ୍ରତି ଧ୍ୟାନ ଦିଆଯିବ। ଶ୍ରୀ ଠାକୁର କହିଥିଲେ ଯେ ଆମେ ବିଭିନ୍ନ ଜୋନରେ କ୍ଷେତ୍ରୀୟ ବୈଠକ ଆୟୋଜନ କରୁଛୁ।

ଏହାଛଡ଼ା ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକରେ ଉପଲବ୍ଧ କ୍ରୀଡ଼ା ଭିତ୍ତିଭୂମି ସଂକ୍ରାନ୍ତ ତଥ୍ୟ ରଖିବା ଲାଗି ଏକ ଡ୍ୟାଶବୋର୍ଡ ଗଠନ କରିବା ଲାଗି ଆମେ ପଦକ୍ଷେପ ନେଉଛୁ। କେତେ କୋଚ୍ ଉପଲବ୍ଧ ରହିଛନ୍ତି, ଇନଡୋର ଷ୍ଟାଡିୟମ କିମ୍ବା ଆଉଟଡୋର ଷ୍ଟାଡିୟମରେ କେଉଁ ପ୍ରକାରର କ୍ରୀଡ଼ା ଆୟୋଜନ କରାଯାଉଛି ଏ ସମସ୍ତ ତଥ୍ୟ ଡ୍ୟାଶବୋର୍ଡରେ ଉପଲବ୍ଧ ହେବ।

ଶ୍ରୀ ଠାକୁର ଆହୁରି କହିଛନ୍ତି, ବିଭିନ୍ନ କ୍ରୀଡ଼ାରେ ପ୍ରତିଭା ସନ୍ଧାନ କାର‌୍ୟ୍ୟକ୍ରମ ଆୟୋଜନ କରାଯିବ, ଯାହାଫଳରେ ଯୁବପ୍ରତିଭାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟ, ଜିଲ୍ଲା ଓ ଜାତୀୟ ସ୍ତରରେ ଅଧିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇ କ୍ରୀଡ଼ାବିତମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଆମେ ରାଜ୍ୟମାନଙ୍କୁ ଅନୁରୋଧ କରିଛୁ।
ଶ୍ରୀ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ସବୁବେଳେ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ଜୋର ଦେଇଛନ୍ତି।

କ୍ରୀଡ଼ାବିତମାନଙ୍କୁ ଭବିଷ୍ୟତର ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ଏବଂ ଭବିଷ୍ୟତରେ ଅଧିକ ପଦକ ହାସଲ ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ଲାଗି ଜାତୀୟ କ୍ରୀଡ଼ା ସଂଗଠନ, ଶିକ୍ଷାନୁଷ୍ଠାନ, କେନ୍ଦ୍ର ସରକାର ଏବଂ ଅନ୍ୟ ଅଂଶୀଦାରଙ୍କ ସହିତ ରାଜ୍ୟଗୁଡ଼ିକ ଆଗେଇ ଆସିବେ। ଭାରତର ଭବିଷ୍ୟତର ଚାମ୍ପିଅନ ସୃଷ୍ଟି କରିବା ଲାଗି ଶ୍ରୀ ଠାକୁର ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ଫିଟ୍ ଇଣ୍ଡିଆ ଅଭିଯାନ ସହ ଜଡ଼ିତ ବିଭିନ୍ନ କାର‌୍ୟ୍ୟକ୍ରମର ପ୍ରଚାରପ୍ରସାର ଲାଗି ସେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ରୀଡ଼ା ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ।

ଅନୁରାଗ ଠାକୁର କ୍ରୀଡା ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.