Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡିଶାର ଚାଷୀ ପଟାୟତ ସାହୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡିଶାର ଚାଷୀ ପଟାୟତ ସାହୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

September 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍' ରେ ଓଡିଶାର ଚାଷୀ ପଟାୟତ ସାହୁଙ୍କୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ ର ପ୍ରସାରଣରେ ଓଡିଶାର ଔଷଧୀୟ ବୃକ୍ଷ ଚାଷୀ ପଟାୟତ ସାହୁଙ୍କୁ ପ୍ରଶଂସା କରିଛନ୍ତି। ଏକ ଲମ୍ବା ଅଭିଭାଷଣରେ ସେ କଳାହାଣ୍ଡିର ପଟାୟତଙ୍କ ସହିତ ଅନ୍ୟ ରାଜ୍ୟର ଚାଷୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ..

ମୋର ପ୍ରିୟ ଦେଶବାସୀଗଣ, ଆଜି ଆମମାନଙ୍କ ଜୀବନର ଅବସ୍ଥା ଏପରି ହୋଇଛି ଯେ ଗୋଟିଏ ଦିନ ଭିତରେ ଶହଶହ ଥର କରୋନା ଶବ୍ଦ ଆମ କାନରେ ଗୁଞ୍ଜରିତ ହେଉଛି, ଶହେ ବର୍ଷରେ ଆସିଥିବା ସବୁଠୁ ବଡ଼ ବୈଶ୍ୱିକ ମହାମାରୀ କୋଭିଡ-୧୯ ପ୍ରତ୍ୟେକ ଦେଶବାସୀଙ୍କୁ ଅନେକ କିଛି ଶିକ୍ଷା ଦେଇଛି । ସ୍ୱାସ୍ଥ୍ୟସେବା ଓ ସୁସ୍ଥତାକୁ ନେଇ ଆଜି ଜିଜ୍ଞାସା ଏବଂ ସଚେତନତା ମଧ୍ୟ ବଢ଼ିଛି ।

ଆମ ଦେଶରେ ପାରମ୍ପରିକ ରୂପେ ଏପରି ପ୍ରାକୃତିକ ଜିନିଷ ପ୍ରଚୁର ପରିମାଣରେ ଉପଲବ୍ଧ ଅଛି, ଯାହା ସୁସ୍ଥତା ଅର୍ଥାତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଜନକ । ଓଡ଼ିଶାର କଳାହାଣ୍ଡିର ନାନ୍ଦୋଲରେ ରହୁଥିବା ପଟାୟତ ସାହୁ ଏ କ୍ଷେତ୍ରରେ ବହୁବର୍ଷ ଧରି ଏକ ଅସାଧାରଣ କାର‌୍ୟ୍ୟ କରୁଛନ୍ତି । ସେ ଦେଢ଼ ଏକର ଜମିରେ ଔଷଧୀୟ ଗଛ ଲଗାଇଛନ୍ତି । କେବଳ ସେତିକି ନୁହେଁ, ଶ୍ରୀ ସାହୁ ଏହି ଔଷଧୀୟ ଗଛଲତାର ଦସ୍ତାବିଜ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ମୋତେ ରାଂଚିର ଶ୍ରୀ ସତୀଶ ପତ୍ର ମାଧ୍ୟମରେ ଠିକ୍ ଏମିତି ଆଉ ଏକ ସୂଚନା ଦେଇଛନ୍ତି । ଶ୍ରୀ ସତୀଶ ଝାଡ଼ଖଣ୍ଡର ଏକ ଘିକୁଆଁରୀ ଗ୍ରାମ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରାଇଛନ୍ତି । ରାଂଚି ନିକଟସ୍ଥ ଦେୱରୀ ଗାଁର ମହିଳାମାନେ ମଞ୍ଜୁ କଚ୍ଛପଙ୍କ ନେତୃତ୍ୱରେ ବିର୍ସା କୃଷି ବିଦ୍ୟାଳୟରୁ ଘିକୁଆଁରୀ ଚାଷର ତାଲିମ ନେଇଥିଲେ ।

ଏହାପରେ ସେମାନେ ଘିକୁଆଁରୀ ଚାଷ ଆରମ୍ଭ କଲେ । ଏହି ଚାଷକୁ କେବଳ ସ୍ୱାସ୍ଥ୍ୟକ୍ଷେତ୍ରରେ ଲାଭ ମିଳିଲାନି, ବରଂ ଏହି ମହିଳାମାନଙ୍କର ଆୟ ମଧ୍ୟ ବଢ଼ିଗଲା । କୋଭିଡ ମହାମାରୀ ସମୟରେ ମଧ୍ୟ ସେମାନଙ୍କର ଭଲ ଆୟ ହେଲା । ଏହାର ଏକ ବଡ଼ କାରଣ ଥିଲା ଯେ ସାନିଟାଇଜର୍ ତିଆରି କରୁଥିବା କମ୍ପାନୀମାନେ ସିଧାସଳଖ ଏମାନଙ୍କଠାରୁ ଘିକୁଆଁରୀ କିଣିନେଉଥିଲେ ।

ବର୍ତ୍ତମାନ ଏହି କାମରେ ପ୍ରାୟ ଚାଳିଶ ଜଣ ମହିଳାଙ୍କ ଦଳ ଲାଗିଛନ୍ତି ଏବଂ ବହୁ ଏକର ଜାଗାରେ ଘିକୁଆଁରୀ ଚାଷ ହେଉଛି । ଓଡ଼ିଶାର ପଟାୟତ ସାହୁ ହୁଅନ୍ତା ବା ଦେୱରିର ମହିଳାମାନଙ୍କ ଏହି ଦଳ, ଏମାନେ ଚାଷକୁ ଯେପରି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଯୋଡ଼ିଛନ୍ତି, ତାହା ସ୍ୱୟଂ ହିଁ ଏକ ଦୃଷ୍ଟାନ୍ତ ।

Maan ki baat PIB NEWS ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.