Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସବ୍ ରେଜିଷ୍ଟାର ଓ ତହସିଲ ଅଫିସରେ ସେବାରେ ଅଧିକ ଉନ୍ନତି ଆଣିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ବିଶେଷ ଖବର

ସବ୍ ରେଜିଷ୍ଟାର ଓ ତହସିଲ ଅଫିସରେ ସେବାରେ ଅଧିକ ଉନ୍ନତି ଆଣିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

October 5, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି। ଏ ସମସ୍ତଙ୍କର ଫିଡବ୍ୟାକ ରେକର୍ଡ କରାଯାଇ ଏହା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହାକୁ ପରବର୍ତ୍ତୀ ସ୍ତରକୁ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ସବୁ ସ୍ତରରେ, ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଲୋକଙ୍କ ଠାରୁ ଅଧିକରୁ ଅଧକ ଫିଡବ୍ୟାକ୍‌ ନେବାପାଇଁ ସେ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ ସବୁ ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକଙ୍କୁ ସେବା ଯୋଗାଇଦେବା। ତେଣୁ ଲୋକଙ୍କ ଠାରୁ ନିୟମିତ ଭାବରେ ଫିଡବ୍ୟାକ୍‌ ଗ୍ରହଣ କରି ଏବଂ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବା ଦ୍ବାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରଶାସନ ୫-ଟି ନୀତି ଦ୍ବାରା ପରିଚାଳିତ ଏବଂ ଏହାଦ୍ବାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ। ବିଭିନ୍ନ କ୍ଷେତ୍ରରେ ଓଡିଶା ଏବେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ବର ନଜରକୁ ଆସିପାରିଛି । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷକ ମାନଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା ଓ ସ୍କୁଲ ରୂପାନ୍ତର ଆଦି କାର୍ଯ୍ୟକ୍ରମ ଗୁଡିକରେ ରାଜ୍ୟ ଅନେକ ପ୍ରଶଂସା ପାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ସରକାର ହେଉଛି ଏଭଳି ଏକ ସୁଦୂରପ୍ରସାରୀ ଚିନ୍ତାଧାରା, ଯାହାକି ଆମର ପ୍ରଶାସନିକ ବ୍ୟବସ୍ଥାର ପରୀକ୍ଷା ନିଏ। ଲୋକଙ୍କ ସେବା ଦିଗରେ ଆମର ଉଦ୍ୟମକୁ ପ୍ରମାଣିତ କରେ ଏବଂ ସରକାରଙ୍କୁ ଲୋକଙ୍କ ନିକଟତର କରାଏ। ମୋ ସରକାର କାର୍ଯ୍ୟକ୍ରମରେ ଟେକ୍‌ନୋଲୋଜି ସହାୟତାରେ ଆମେ ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ ନେଇପାରୁଛୁ। ଏହା ବ୍ୟବସ୍ଥାର ପରିବର୍ତ୍ତନର ସୂଚକ।

ମୋ ସରକାର ଏକ ଭାଗିଦାରୀଭିତ୍ତିକ ଗଣତନ୍ତ୍ରର ସ୍ତମ୍ଭକୁ ସୁଦୃଢ କରେ ଏବଂ ଏହାଦ୍ବାରା ଓଡିଶାରେ ଆମେ ଏକ ସର୍ବଜନହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଆମକୁ ଲୋକଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବା ସହିତ ଜନସାଧାରଣଙ୍କ ବିଶ୍ବାସକୁ ଭିତ୍ତିକରି ସବୁସ୍ତରରେ ବିଭିନ୍ନ ପ୍ରଶାସନିକ ସଂସ୍ଥା ଗୁଡିକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ସର୍ବଜନ ହିତକାରୀ କରିବାରେ ସହାୟକ ହେବ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହିତ ଟେଲିଫୋନ୍‌ରେ ସିଧାସଳଖ କଥାହୋଇ ସେମାନଙ୍କ ଠାରୁ ଫିଡବ୍ୟାକ ନେଇଥିଲେ। ଜାତିଗତ ପ୍ରମାଣପତ୍ର ନେବା ପାଇଁ ତହସିଲକୁ ଯାଇଥିବା ବ୍ୟକ୍ତି, ମ୍ୟୁନିସିପାଲ୍‌ଟିକୁ ସେବା ପାଇଁ ଯାଇଥିବା ବ୍ୟକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ହସ୍‌ପିଟାଲକୁ ଚିକିତ୍ସା ପାଉଥିବା ବ୍ୟକ୍ତି, ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ଏବଂ ସେମାନେ କିପରି ସେବା ପାଇଲେ, ସେମାନଙ୍କ ସହିତ ଉତ୍ତମ ବ୍ୟବହାର କରାଯାଇଥିଲା କି ନାହିଁ, କିମ୍ବା ସେମାନଙ୍କ ଠାରୁ କୌଣସି ପ୍ରକାର ଅର୍ଥ ମଗାଯାଇଥିଲା କି ନାହିଁ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ।

ତହସିଲ ଓ ସବ୍ ରେଜିଷ୍ଟାର ଅଫିସରେ ଦିଆ ଯାଉଥିବା ସେବାରେ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

ଯେଉଁ ବିଭାଗ ଗୁଡିକର feedback ଗ୍ରହଣ ସନ୍ତୋଷ ଜନକ ନୁହେଁ ସେ ବିଭାଗ ଗୁଡିକର କାର୍ଯ୍ୟ ସମୀକ୍ଷା କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଲେ ଯେ ବ୍ୟବସ୍ଥା କିପରି କାମ କରୁଛି, ତାକୁ ଜାଣିବା ହେଉଛି ମୋ ସରକାରର ଲକ୍ଷ୍ୟ। ଲୋକଙ୍କୁ ସମ୍ମାନର ସହିତ ସେବା ଯୋଗାଇଦେବା ହେଉଛି ସରକାରଙ୍କ ଦାୟିତ୍ବ। ସେମାନେ ଯେପରି କୌଣସି କାର୍ଯ୍ୟାଳୟରେ ଖରାପ ବ୍ୟବହାର ନ ପାଆନ୍ତି ଏବଂ ବୃତ୍ତିଗତ ସେବା ପାଆନ୍ତି, ତାକୁ ସୁନିଶ୍ଚିତ କରିବା ହେଉଛି ମୋ ସରକାରର ଲକ୍ଷ୍ୟ ବୋଲି ସେ କହିଥିଲେ।

ଇଲୋକ୍ଟ୍ରୋନିକ୍‌ସ ଓ ଆଇ.ଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର ମୋ ସରକାର ଉପରେ ଏକ ଉପସ୍ଥାପନା ରଖି କହିଲେ ଯେ ବର୍ତ୍ତମାନ ୨୭ଟି ବିଭାଗର ୨୨୫ଟି ସେବା ମୋ ସରକାରରେ ଅନ୍ତର୍ଭୁକ୍ତ ହୋଇଛି। ଆଉ ମାସକ ମଧ୍ୟରେ ୨୫୦ଟି ସେବା ଅନ୍ତର୍ଭୁକ୍ତ ହେବ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨ କୋଟି ଲୋକଙ୍କ ଡାଟାବେସ୍‌ ରଖାଯାଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

ତହସିଲ ଅଫିସ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ସବ୍ ରେଜିଷ୍ଟାର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.