Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଝି ନଈରେ ମାଝି, କେଉଁ କୂଳକୁ ଯିବେ ? ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ସଂଧ୍ୟାରେ ନାହିଁ
ବିଶେଷ ଖବର

ମଝି ନଈରେ ମାଝି, କେଉଁ କୂଳକୁ ଯିବେ ? ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ସଂଧ୍ୟାରେ ନାହିଁ

October 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଝି ନଈରେ ମାଝି, କେଉଁ କୂଳକୁ ଯିବେ ? ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ସଂଧ୍ୟାରେ ନାହିଁ

ଭୁବନେଶ୍ବର: ବର୍ତ୍ତମାନ ମଝି ନଈରେ ଭାସୁଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି। ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ପୁଣି ସଂଧ୍ୟାରେ ଶୁଭୁଛି ନାଇଁ ଛାଡିବେ ନାହିଁ। କେତେବେଳେ କୁହାଯାଉଛି ବିଜେଡି ଯିବେ, କେତେବେଳେ ବିଜେପି। ଏସବୁ ଦୋଛକି ଭିତରେ ବର୍ତ୍ତମାନ ଘାଣ୍ଟି ହେବାରେ ଲାଗିଛନ୍ତି ଏହି ପୂର୍ବତନ ସାଂସଦ ପ୍ରଦୀପ ମାଝି।

ନିକଟରେ ସେ ନୂଆଦିଲ୍ଲୀରେ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଦୀପ କଂଗ୍ରେସ ଛାଡିବା ନେଇ କୁଆଡେ ରାହୁଳ ଗାନ୍ଧୀଙ୍କ ପାଖରେ ଖବର ପହଞ୍ଚିଲା। ସେଥିପାଇଁ ରାହୁଳ ତାଙ୍କୁ ଡାକି ଆଲୋଚନା କଲେ। ଶୁଣାଗଲା ଯେ, ତାଙ୍କୁ ରାହୁଳ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବେ। ସେଥିପାଇଁ ସେ ଆଉ କଂଗ୍ରେସ ଛାଡିବେ ନାହିଁ। ହେଲେ ଏହା କିଛି ଦିନର ନିରବତା ପରେ ପୁଣି ଉଠିଲା ନା ପ୍ରଦୀପ କଂଗ୍ରେସ ଛାଡିବେ।

ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରି ଆସିବାର କିଛି ଦିନ ପରେ ପ୍ରଦୀପ କୁଆଡେ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପୁଣି ଭେଟିଛନ୍ତି। ଏହି ଗୁପ୍ତ ଆଲୋଚନା ପରେ ପୁଣିଥରେ ପ୍ରଦୀପ କୁଆଡେ ମନ ପରିବର୍ତ୍ତନ କରିଛନ୍ତି। ବିଜେଡିରୁ ରାଜ୍ୟ ସଭାକୁ ଯିବେ ବୋଲି ତାଙ୍କୁ ପ୍ରତିଶୃତି ଦିଆଯାଇଛି। ଫଳରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ ବୋଲି ପୁଣି ଆରମ୍ଭ ହେଲା ଚର୍ଚ୍ଚା।

ଥରେ ନୁହେଁ, ବହୁଥର ପ୍ରଣବଙ୍କୁ ଭେଟିଛନ୍ତି ପ୍ରଦୀପ। ସେ ବିଜେଡିରେ ଯୋଗ ଦେବା ଏକ ପ୍ରକାରର ନିଶ୍ଚିତ ବୋଲି ଜଣାପଡିଥିଲା। ଯାହାଫଳରେ ପ୍ରଦୀପଙ୍କ ମିଶ୍ରଣକୁ ନେଇ ନବରଂଗପୁର ବିଜେଡିରେ ଅସନ୍ତୋଷ ବୃଦ୍ଧି ପାଇଲା। ହେଲେ ସେସବୁକୁ ପ୍ରଣବ ମ୍ୟାନେଜ କଲେ। ସେମାନଙ୍କ ମିଶ୍ରଣ ପର୍ବ କେବେ ହେବ ତାହା ମଧ୍ୟ କୁଆଡେ ନିର୍ଦ୍ଧାରିତ ହେଲା। ହେଲେ ହଠାତ କଣ ହେଲା କେଜାଣି ସେଥିରେ ଭଟ୍ଟା ପଡିଲା।

ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ପ୍ରଦୀପ କଂଗ୍ରେସ ଛାଡିବା ପାଇଁ କାହିଁକି ଚାହୁଛନ୍ତି। ତାହାର କାରଣରେ ଏତିକି କୁହାଯିବ ଯେ, ସେ ଦୀର୍ଘ ବର୍ଷ ଧରି ପଦପଦବୀରୁ ଦୂରେଇ ରହିଲେଣି। କଂଗ୍ରେସ ଅବସ୍ଥା ଯାହା ସେଥିରେ ସଂଗଠନକୁ ବଞ୍ଚାଇ ରଖିବା ପାଇଁ ଯେଉଁ ଅର୍ଥର ଆବଶ୍ୟକ ତାହା ନାହିଁ। ପଦପଦବୀ ନ ଥିବାରୁ ପ୍ରଦୀପ ନିଜେ ମଧ୍ୟ ନିଜର ସଂଗଠନ ଚଳାଇବା ପାଇଁ ଅକ୍ଷମ ହୋଇପଡିଲେଣି। ବର୍ତ୍ତମାନ ପରିସ୍ଥିତିରେ କର୍ମିମାନଙ୍କୁ ବାନ୍ଧି ରଖିବା ତାଙ୍କ ପାଇଁ କାଠିକର ପାଠ ହୋଇ ପଡିଛି। ସେଥିପାଇଁ ସେ ଏକ ବିକଳ୍ପ ରାସ୍ତା ବାଛିବାକୁ ଚିନ୍ତା କରୁଛନ୍ତି ବୋଲି ଅନୁମାନ କରାଯାଇଛି।

ତେବେ ଏହି ବିକଳ୍ପରେ ତାଙ୍କୁ ବାଧା ଦେଉଛି କଂଗ୍ରେସ ସହିତ ଥିବା ତାଙ୍କର ରକ୍ତ ସଂପର୍କ। ରାହୁଳ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସହ ଜାତୀୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ ପ୍ରଦୀପଙ୍କ ଭଲ ସଂପର୍କ। ସେମାନଙ୍କରେ କଳାଦାଗ ଲଗାଇବା ପାଇଁ ସେ ଚାହୁଁ ନାହାଁନ୍ତି। ତାଙ୍କର ବାପା ଅବଶ୍ୟ ବିଜୁବାବୁଙ୍କ ସାଥୀରେ ଥିଲେ। ହେଲେ ସେ ନିଜେ ପୁରା ଖାଣ୍ଟି କଂଗ୍ରେସିଆ ଭାବେ ପରିଚୟ ସୃଷ୍ଟି କରିଛନ୍ତି।

ହେଲେ ସେ ଅନୁଭବ କରିସାରିଲେଣି ଯେ, ନିଜର ସଂଗଠନ ବଞ୍ଚିଲେ ତାଙ୍କ ରାଜନୀତି ବଞ୍ଚିବ। ନଚେତ ସେ ମୈଦାନରୁ କୁଆଡେ ହଜିଯିବେ। ଆଉ ସେଥିପାଇଁ ଆବଶ୍ୟକ ଅର୍ଥ। ସେହି ଦୃଷ୍ଟିରୁ ପ୍ରଦୀପ ବିଜେଡିରୁ ରାଜ୍ୟସଭା ଯାଇ ନିଜ ରାଜନୈତିକ ଭବିଷ୍ୟତକୁ ସୁଦୃଢ କରିବା ପାଇଁ ଚାହୁଁଛନ୍ତି।

ଜାତୀୟ କଂଗ୍ରେସ ପୂର୍ବତନ ସାଂସଦ ପ୍ରଦୀପ ମାଝି ରାଜସ୍ଥାନ ରାହୁଳ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026

ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବଡ଼ ଝଟକା: IRCTC ମାମଲାରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି

September 10, 2026

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026
Latest News

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍

September 10, 2026

ଭାଙ୍ଗିଲା ୬୫ ବର୍ଷର ଇତିହାସ: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶାନ

September 10, 2026

ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବଡ଼ ଝଟକା: IRCTC ମାମଲାରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି

September 10, 2026

ସାହାରା ନିବେଶକଙ୍କ ପାଇଁ ବଡ଼ ଖବର: ଆରମ୍ଭ ହେଲା ରିଫଣ୍ଡ ପୋର୍ଟାଲ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.