Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳ କର୍ମଚାରୀଙ୍କ ପାଇଁ ଘୋଷଣା ହେଲା ପୂଜା ବୋନସ, ବଣ୍ଟା ଯିବ ୧୯୮୪ କୋଟି ଟଙ୍କା
ଜାତୀୟ ଖବର

ରେଳ କର୍ମଚାରୀଙ୍କ ପାଇଁ ଘୋଷଣା ହେଲା ପୂଜା ବୋନସ, ବଣ୍ଟା ଯିବ ୧୯୮୪ କୋଟି ଟଙ୍କା

October 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆରପିଏଫ୍ / ଆରପିଏସ୍ଏଫ୍ କର୍ମଚାରୀଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ଉତ୍ପାଦକତା ଲିଙ୍କ୍ ବୋନସ୍ (ପ୍ରଡକ୍ଟିଭିଟି ଲିଙ୍କ୍ ବୋନସ୍ PLB) ପାଉଣା କରିବାକୁ ଅନୁମୋଦନ କରାଯାଇଅଛି।

ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଏହା ୭୮ ଦିନର ମଜୁରୀ ସହିତ ସମାନ ହେବ। ଆରପିଏଫ୍ କର୍ମଚାରୀଙ୍କୁ ବାଦ ଦେଇ ପ୍ରାୟ ୧୧.୫୬ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀ ଏହି ଉତ୍ପାଦକତା ଲିଙ୍କ୍ ବୋନସ୍ ଦ୍ୱାରା ହିତାଧିକାରୀ ହେବେ।

ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପାଇଁ ସର୍ବାଧିକ ଦେୟ ହେଉଛି ୧୭,୯୫୧/- ଟଙ୍କା। ଏହି ଉତ୍ପାଦନ ଲିଙ୍କଡ୍ ବୋନସ୍ ସମସ୍ତ ରେଳ କର୍ମଚାରୀ ଯଥା ଟ୍ରାକ ମେଣ୍ଟେନର, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, କଣ୍ଟ୍ରୋଲର ( ନିୟନ୍ତ୍ରକ), ପଏଣ୍ଟମ୍ୟାନ୍, କିରାଣୀ ଓ ଅନ୍ୟ ସମସ୍ତ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ।

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପିଏଲବି ପାଇଁ ପ୍ରାୟ ୧୯୮୪.୭୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କୋଭିଡ -୧୯ ପ୍ରତିକୂଳ ପରିସ୍ଥିତିର ଆର୍ଥିକ ସମସ୍ୟା ସତ୍ୱେ ଏହି PLB ଦେୟ ପାଇଁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

ନିର୍ଦ୍ଦିଷ୍ଟ ଫର୍ମୁଲା ଆଧାରରେ କାର୍ଯ୍ୟ କରାଯାଇଥିବା କାର୍ଯ୍ୟ ଦିବସ ଅପେକ୍ଷା PLB କାର୍ଯ୍ୟ ଦିବସ ଦିଆଯାଉଥିବା ପ୍ରକୃତ ସଂଖ୍ୟା ଅଧିକ ଅଟେ। ରେଳବାଇର କାର‌୍ୟ୍ୟରେ ଉନ୍ନତି ଆଣିବା ପାଇଁ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ PLB ଦେୟ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିଥାଏ।

କେନ୍ଦ୍ର କ୍ୟାବିନେଟ୍ ରେଳ କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026

“ଦିଲ୍ଲୀରେ ବଡ଼ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ”: କେସି ଭେନୁଗୋପାଳ

October 10, 2026

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026
Latest News

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.