Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ଭାଷା ରାଷ୍ଟ୍ରପତି ପୁରସ୍କାର ମନୋନୟନରେ ହୋଇଛି ଜାଲିଆତି; ମୋ ଭାଷା ସଂଗଠନର ଅଭିଯୋଗ
ବିଶେଷ ଖବର

ଓଡିଆ ଭାଷା ରାଷ୍ଟ୍ରପତି ପୁରସ୍କାର ମନୋନୟନରେ ହୋଇଛି ଜାଲିଆତି; ମୋ ଭାଷା ସଂଗଠନର ଅଭିଯୋଗ

October 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଭାଷା ରାଷ୍ଟ୍ରପତି ପୁରସ୍କାର ମନୋନୟନରେ ହୋଇଛି ଜାଲିଆତି; ମୋ ଭାଷା ସଂଗଠନର ଅଭିଯୋଗ

କଟକ: ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଭାଷା ଗବେଷଣାରେ ଆଜୀବନ କାର୍ଯ୍ୟ କରିଥିବା ବରିଷ୍ଠ ଶିକ୍ଷାବିତଙ୍କପାଇଁ ଉଦ୍ଦିଷ୍ଟ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ମନୋନୟନରେ ଜାଲିଆତି ହୋଇଛି । ସମସ୍ତ ନୀତିନିୟମ ଉଲଙ୍ଘନ କରି ଜଣେ ଭାଷା ଅନଭିଜ୍ଞ ବ୍ୟକ୍ତିଙ୍କୁ ୨୦୧୯ ମସିହାପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ଏହି କାର୍ଯ୍ୟରେ ଦୁଇଜଣ କୁଳପତି, କମିଟି ସଦସ୍ୟ ଓଡିଆ ଭାଷା ବିଶେଷଜ୍ଞ ଓ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସଂପୃକ୍ତ ଅଛନ୍ତି ବୋଲି ଆଜି ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମସ୍ତ ପ୍ରମାଣ ସହିତ ମୋ ଭାଷା ସଂଗଠନ ତଥ୍ୟ ପ୍ରଦାନ କରିଛନ୍ତି ।

ସୂଚନା ଅଧିକାରଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଶାସ୍ତ୍ରୀୟ ଓଡିଆ ଭାଷାପାଇଁ ୨୦୧୯ ରାଷ୍ଟ୍ରପତି ପୁରସ୍କାର ନିମନ୍ତେ ତକ୍ରାଳିନ ମୁଖ୍ୟ ଶାସନ ସଚିବ ଶ୍ରୀ ଅନ୍ତର‌୍ୟ୍ୟାମୀ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥିଲେ । ଏହା ଏକ ଏକାଡେମିକ ସମ୍ମାନ ଥିବାରୁ ଶିକ୍ଷା ସମ୍ବନ୍ଧିତ ବ୍ୟକ୍ତିମାନଙ୍କୁ ଏଥିରେ ସମ୍ମାନିତ କରାଯିବ ବୋଲି ବିଜ୍ଞାପନର ଧାରା ୫ ଓ ୬ରେ ସ୍ପଷ୍ଟ ଭାବରେ କୁହାଯାଇଛି ।

ସେହି ଅନୁସାରେ ଶିକ୍ଷା ପ୍ରଦାନର ଅଭିଜ୍ଞତା, ପ୍ରାଚୀନ ଓଡିଆଭାଷା ଉପରେ ଗବେଷଣା, ଅନ୍ୟ ଶାସ୍ତ୍ରୀୟ ଭାଷା ସହିତ ତୁଳନାତ୍ମକ ଅଧ୍ୟୟନ, ଆନ୍ତର୍ଜାତିକ ସ୍ତରର ଗବେଷଣା ପତ୍ରିକାରେ ପ୍ରାଚୀନ ଓଡିଆ ଭାଷା ସମ୍ବନ୍ଧିତ ଗବେଷଣା ଭିତ୍ତିକ ପ୍ରବନ୍ଧ ପ୍ରକାଶନ ଆଦି ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଏଥିପାଇଁ ନିର୍ଦ୍ଧାରିତ ଫର୍ମର ୪ରୁ ୧୨ ପର‌୍ୟ୍ୟନ୍ତ ତଥ୍ୟ ଦେବାପାଇଁ କୁହାଯାଇଥିବାରୁ ଶ୍ରୀ ମିଶ୍ର ଏଥିରେ ଆଦୌ ଏମ ଏ ପାଶ କରି ନ ଥିବାବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ୧୯୭୩ ମସିହାରେ ଦ୍ୱିତୀୟ ଡିଭିଜନରେ ଏମ ଏ ପାଶ କରିଛନ୍ତି ବୋଲି ଲେଖାଯାଇଛି ।

ଗବେଷଣା ଗ୍ରନ୍ଥ ସ୍ଥାନରେ ଦିଆଯାଇଥିବା ପୁସ୍ତକ ରଚନାର ତାଲିକା ସହାୟକ ପୁସ୍ତକ ବୋଲି ଏହାର ପ୍ରକାଶକ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ସୂଚନା ଅଧିକାର ବଳରେ ତଥ୍ୟ ପ୍ରଦାନ କରିଛନ୍ତି । ଏପରିକି ଶାସ୍ତ୍ରୀୟ ଓଡିଆଭାଷାପାଇଁ ସ୍ୱତନ୍ତ୍ର ଅବଦାନ ଭାବରେ ସେ ପାଠ୍ୟପୁସ୍ତକ ରଚନା କରିଛନ୍ତି ବୋଲି ଯାହା ଦର୍ଶାଯାଇଛିି, ତାହା ସମ୍ପର୍ଣ୍ଣ ମିଥ୍ୟା । ତାଙ୍କର କୌଣସି ବହି ରାଜ୍ୟ ପାଠ୍ୟପୁସ୍ତକ ଭାବରେ ପଢାଯାଉନାହିଁ ।

ସେ କୌଣସି ଆନ୍ତର୍ଜାତିକ ସମ୍ମିଳନୀ, ଆଲୋଚନାଚକ୍ରରେ ଗବେଷଣା ସନ୍ଦର୍ଭ ଉପସ୍ଥାପନା ଓ ଶାସ୍ତ୍ରୀୟ ଭାଷା ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ ସମ୍ପର୍କିତ ଗବେଷଣା ବିଷୟରେ ତଥ୍ୟ ଦିଆଯାଇନାହିଁ । କୌଣସି ଗବେଷଣା କାର‌୍ୟ୍ୟର ଉଲ୍ଲେଖ ନ ଥିବା କାରଣରୁ କେନ୍ଦ୍ର ସରକାରଙ୍କ ପ୍ରାଥମିକ ଯାଞ୍ଚ କମିଟି ଶ୍ରୀ ମିଶ୍ରଙ୍କ ନାମ ନାକଚ  କରି ଥିବାବେଳେ ରାଜ୍ୟ ସରକାରଙ୍କ ସୁପାରିଶ ଥିବାରୁ ଉକ୍ତ ବ୍ୟକ୍ତିକୁ ମନୋନୀତ କରାଯାଇଛି ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି ।

ତେଣୁ ଏହି ସୁପାରିଶ ପତ୍ର ପଠାଇବାରେ ତକ୍ରାଳୀନ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ନିର୍ଦ୍ଧାରିତ ନିୟମ ଓ ନିର୍ଦ୍ଦେଶକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରିଛନ୍ତି । ଧାରା ୧୫ ଅନୁସାରେ ରାଷ୍ଟ୍ରପତି ପୁରସ୍କାରପାଇଁ ସମ୍ପୂର୍ଣ୍ଣ ଗୁପ୍ତ ଭାବରେ ସୁପାରିଶପତ୍ର ପଠାଇବାପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କୌଣସି ବ୍ୟକ୍ତିର ଆବେଦନ, ପୁସ୍ତକ ବା ଲିଖିତ ତଥ୍ୟ ଗ୍ରହଣ ପୂର୍ବକ ସେହି ବ୍ୟକ୍ତିର ନାମ ସୁପାରିଶ କଲେ ତାହା ନାକଚ ହେବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି ।

ମାତ୍ର ଓଡିଆ ଭାଷା ପ୍ରତିଷ୍ଠାନ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଏହି ପୁରସ୍କାରପାଇଁ ଆଦିତ୍ୟ ପ୍ରସାଦ ପାଢୀଙ୍କ ବଦଳରେ ନିଜେ ଶ୍ରୀ ଅନ୍ତର‌୍ୟ୍ୟାମୀ ମିଶ୍ର ମୁଖ୍ୟ ଶାସନ ସଚିବଙ୍କ ନାମରେ ସୁପାରିଶ ଫର୍ମ ପୂରଣ କରିଥିଲେ । ଶ୍ରୀ ମିଶ୍ରଙ୍କର ଏହି ଅନୈତିକ କାର‌୍ୟ୍ୟକୁ ଶ୍ରୀ ପାଢୀ ପ୍ରଶ୍ରୟ ଦେଇଥିଲେ । ଏହି ଫର୍ମରେ ଶ୍ରୀ ମିଶ୍ର ଲେଖିଥିବା ନିଜ ଯୋଗ୍ୟତା ସମ୍ପର୍କରେ କୌଣସି ପ୍ରମାଣପତ୍ର ପ୍ରଦାନ କରି ନ ଥିବାରୁ ଶ୍ରୀ ମିଶ୍ରଙ୍କ ଶିକ୍ଷାଗତ ଯୋଗ୍ୟତା, ଶିକ୍ଷା ପ୍ରଦାନର ଅଭିଜ୍ଞତା, ଗବେଷଣା, ପ୍ରବନ୍ଧ ଓ ଗବେଷଣା ପୁସ୍ତକ ରଚନା ଆଦିର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ତକ୍ରାଳୀନ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସଦସ୍ୟ ତମସାଦାସ ମହାପାତ୍ର, ଉଦୟନାଥ ସାହୁ ଓ ବିଜୟଲକ୍ଷ୍ମୀ ମହାନ୍ତି ଆବେଦକଙ୍କର ନାମ ସୁପାରିଶ କରିଥିଲେ ।

ଶ୍ରୀ ପାଣିଗ୍ରାହୀ ନିଜ ପଦମର୍ଯ୍ୟଦାର ଦୂରୂପଯୋଗ କରି ଶ୍ରୀ ମିଶ୍ରଙ୍କ ଅଯୋଗ୍ୟତାକୁ ପ୍ରଥମରୁ ଘୋଡେଇ ସେହି ସୁପାରିଶ ପତ୍ରରେ ମୁଖ୍ୟ ଶାସନ ସଚିବ ବଦଳରେ ନିଜେ ସ୍ୱାକ୍ଷର କରି କେନ୍ଦ୍ରକୁ ପଠାଇଥିଲେ । ଏହାଦ୍ୱାରା ଜଣେ ଅଯୋଗ୍ୟ ଓ ଅଣଗବେଷକପାଇଁ ରାଷ୍ଟ୍ରପତି ପୁରସ୍କାର ଯୋଗାଡ କରି ଗୌରବମୟ ଶାସ୍ତ୍ରୀୟ ଓଡିଆଭାଷାକୁ ଜାତୀୟ ସ୍ତରରେ ଉପହାସିତ କରାଯାଇଛି ।

ଏଣୁ ମିଛ ତଥ୍ୟ ଦେଇ ପୁରସ୍କାର ହାତେଇ ଥିବା ଏହି ବ୍ୟକ୍ତିଙ୍କ ବିରୋଧରେ ଅପରାଧ ନିୟନ୍ତ୍ରଣ ସଂସ୍ଥା ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରି ବିଧିବଦ୍ଧ ତଦନ୍ତ ପୂର୍ବକ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହି କାର୍ଯ୍ୟକୁ ସମର୍ଥନ କରିଥିବା ତକ୍ରାଳୀନ ମୁଖ୍ୟ ଶାସନ ସଚିବ ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ସମେତ ପୁରସ୍କାରପାଇଁ ସୁପାରିଶ କରିଥିବା ବିଶେଷଜ୍ଞ କମିଟି ସଦସ୍ୟଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମୋ ଭାଷା ସଂଗଠନ ପକ୍ଷରୁ କଟକ ଜିଲ୍ଲା ଆବାହକ ସଂଜୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ନଟବର ଶତପଥୀ, ପ୍ରଫେସର ବସନ୍ତ ପଣ୍ଡା, ପ୍ରଫେସର ସନ୍ତୋଷ ତ୍ରିପାଠୀ, ଡକ୍ଟର ଗୋବିନ୍ଦ ଭୂୟାଁ, ଡକ୍ଟର ବିଶ୍ୱନନ୍ଦନ ଦାଶ ପ୍ରମୁଖ ଶିକ୍ଷାବିତ ଓ ଭାଷାଚିନ୍ତକଗଣ ଦାବି କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

April 21, 2026

​କାଳିପଲ୍ଲୀ ପଞ୍ଚାୟତରେ ବ୍ୟାପୁଥିବା କିଡ଼ନୀ ରୋଗର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ

April 21, 2026
Latest News

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026

୨୨ ଏପ୍ରିଲରେ ଧନୁ ଏବଂ କନ୍ୟା ରାଶି ପାଇଁ ବଡ଼ ଲାଭ, ପଦୋନ୍ନତିର ସଙ୍କେତ!

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.