ଶାହାରୁଖ ଖାନଙ୍କ ଚାଲିଛି ଖରାପ ବେଳା, ଗୋଟିଏ ପରେ ଗୋଟିଏ ଅସୁବିଧାର ହେଉଛନ୍ତି ସମ୍ମୁଖୀନ

Published: Oct 9, 2021, 6:13 pm IST

ନୂଆଦିଲ୍ଲୀ: ପ୍ରକୃତରେ ଦେଖିବାକୁ ଗଲେ ଶାହାରୁଖ ଖାନଙ୍କର ବର୍ତ୍ତମାନ ଖରାପ ବେଳା ଚାଲିଛି। କାରଣ ସେ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ନିକଟରେ ତାଙ୍କର ପୁତ୍ର ଆର୍ୟନ ଖାନ ଡ୍ରଗସ ସେବନ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ଯାହାକୁ ନେଇ ସାରା ବଲିଉଡ ଜଗତ ତଥା ଦେଶରେ ଚାଲିଛି ଚର୍ଚ୍ଚା। ଏପରିକି ବିଦେଶରେ ମଧ୍ୟ ଏହାକୁ ନେଇ ବେଶ ସମାଲୋଚନା କରାଯାଉଛି।

ଗିରଫ ପରେ ସେ ଭାବି ଥିଲେ ତାଙ୍କ ପୁଅକୁ ଜାମିନ ମିଳିଯିବ। ହେଲେ ତାହା ମଧ୍ୟ ହେଲା ନାହିଁ। ପୁଅର ଜାମିନ ଆଣିବା ପାଇଁ ସେ ଦେଶର ନାମୀଦାମୀ ଓକିଲଙ୍କୁ ନିଯୁକ୍ତି ଦେଇଛନ୍ତି। ହେଲେ ଆଇନିର ଜାଲ ଭିତରେ ଆର୍ୟନ ଏପରି ଛନ୍ଦି ହୋଇଛନ୍ତି ଯେ, ଜାମିନୀ ମିଳିବା ମଧ୍ୟ  କଷ୍ଟକର ବ୍ୟାପାର ହୋଇପଡିଛି।

ତେବେ ପୁଅର ଏପରି ଦଶ ଭିତରେ ଆଉ ଏକ ସମସ୍ୟା ତାଙ୍କ ମୁଣ୍ଡ ଉପରେ ଆସି ପଡିଛି। ତାହା ହେଉଛି ଯେ ଶିକ୍ଷା ଆପ  BYJU’S ବିଜ୍ଞାପନରୁ ତାଙ୍କୁ କଂପାନୀ ହଟାଇ ଦେଇଛି। ଯେଉଁଦିନ ତାଙ୍କ ପୁଅ ଗିରଫ ହେଲେ ସେହିଦିନଠାରୁ କଂପାନୀର ପ୍ରବଳ କ୍ଷତି ହେବାରେ ଲାଗିଛି।

BYJU’S ହେଉଛି ପିଲାମାନେ ଅନଲାଇନରେ ପାଠ ପଢିବାର ଏକ ଆପ। ଏଥିରେ ଶାହାରୁଖ ଖାନ ପିଲାମାନେ କିପରି ଅତ୍ୟାଧୁନିକ ଉପାୟରେ ପାଠପଢି ମଣିଷ ହେବେ ସେ ନେଇ ସେ ଉପଦେଶ ଦେଉଛନ୍ତି। ହେଲେ ନିଜ ପୁଅ ଡ୍ରଗସ ସେବନ ମାମଲାରେ ଗିରଫ ହେବା ପରେ ଏହି କଂପାନୀ ଉପରେ ଚଡକ ପଡିଛି।

ଯାହାର ପୁଅ ଡ୍ରଗସ ଖାଉଛି ସେ କଣ ପିଲାମାନଙ୍କୁ ଶିକ୍ଷା ପାଇଁ ଉପଦେଶ ଦେବ? ଏହାକୁ ନେଇ ଆର୍ୟନା ଗିରଫ ଦିନଠାରୁ ସାମାଜିକ ଗଣମାଧ୍ୟମରେ ପ୍ରବଳ ଟ୍ରୋଲ ହେବାରେ ଲାଗିଛି। ସମସ୍ତେ ବାଇଜୁ କଂପାନୀକୁ ଗାଳି କରିବାରେ ଲାଗିଛନ୍ତି। ଏପରି କି କେତେକ ଛାତ୍ରଛାତ୍ରୀ ସେମାନଙ୍କର BYJU’S ଆପକୁ ଅନଇନଷ୍ଟାଲ ମଧ୍ୟ କରିବାକୁ ଲାଗିଲେ। ଫଳରେ କଂପାନୀ ଶାହାରୁଖଙ୍କ ବିଜ୍ଞାପନକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ହଟାଇ ଦେଇଛି।

BYJU’S ର ଏହି ବିଜ୍ଞାପନ ପାଇଁ ଶାହାରୁଖ ଖାନ ଅନେକ ସୁଟିଂ କରିଛନ୍ତି। ପ୍ରାୟ 20 ରୁ 30 ପ୍ରକାରର ବିଜ୍ଞାପନ କରାଯାଇଛି। ସେଥିପାଇଁ ଶାହାରୁଖ ବହୁ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ତେବେ କେତେ ନେଇଛନ୍ତି ସେ ନେଇ କଂପାନୀ ତରଫରୁ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଏହାଦ୍ବାରା ଶାହାରୁଖଙ୍କର ମଧ୍ୟ ପ୍ରବଳ କ୍ଷତି ହୋଇଥିବାର ଜଣାପଡିଛି।

ଶାହାରୁଖ BYJU’S ସହିତ ହୁଣ୍ଡାଇ, ଏଲଜି, ରିଲାଏନ୍ସ ଜିଓ ପ୍ରଭୃତି କଂପାନୀ ପାଇଁ ବିଜ୍ଞାପନ କରିଛନ୍ତି। ସେସବୁ କଂପାନୀ ମଧ୍ୟ ସାମୟିକ ଭାବେ ଶାହାରୁଖଙ୍କ ବିଜ୍ଞାପନକୁ ହଟାଇ ଦେଇଛନ୍ତି। ସେହିପରି ତାଙ୍କ ଦ୍ବାରା ଅଭିନିତ କେତେକ ଚଳଚିତ୍ରର ପ୍ରଯୋଜକମାନେ ମଧ୍ୟ କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି।

Related posts