Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାରୁ ଫିକ୍ସିଙ୍ଗ ନା ନ୍ୟୁଜ ଫିକ୍ସିଙ୍ଗ
ବିଶେଷ ଖବର

ଦାରୁ ଫିକ୍ସିଙ୍ଗ ନା ନ୍ୟୁଜ ଫିକ୍ସିଙ୍ଗ

November 15, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳାକୁ ନେଇ ବହୁ କାହାଣୀ, କିମ୍ବଦନ୍ତୀ, ଲୋକ ବିଶ୍ଵାସ ଓ ସାହିତ୍ୟକୁ ଆମେ ଅନୁଭବିଛୁ। ମୂଳତଃ ଈଶ୍ଵର ଏକ ସାମାଜିକ ବିଶ୍ଵାସ। ତାଙ୍କୁ ନେଇ ଯେଉଁ ପରମ୍ପରା ଗଢି ଉଠିଥାଏ ସେଥିରେ ତର୍କ ଓ ବିଜ୍ଞାନ ତୁଳନାରେ ଆବେଗ ର ମାତ୍ରା ଅଧିକ। ଜଗନ୍ନାଥ ସଂସ୍କୃତି ସେଥିରୁ ଭିନ୍ନ ନୁହେଁ। ଏହା ଓଡିଆଙ୍କ ବିଶ୍ବାସର ମୂଳମଞ୍ଜି। ଜଗନ୍ନାଥ ସବୁଠି, ଅଣୁ ଅଣୁରେ ବିରାଜମାନ ଅଛନ୍ତି। ତାଙ୍କ ପରମ୍ପରା ମୂଳରେ ଏକ ସାମାଜିକ ବିଶ୍ଵାସ ରହିଆସିଛି। ସେ ବିଶ୍ଵାସ ଆଧାରରେ ଗଢି ଉଠିଛି ପରମ୍ପରା, କର୍ମକାଣ୍ଡ, ପୂଜା ପଦ୍ଧତି ଓ ନୀତିକାନ୍ତି। ହେଲେ ଏଇ ଦୁଇ ବର୍ଷ ହେଲା ଲାଗୁଛି, ଜଗନ୍ନାଥ ଆଉ ଭାବ ବା ବିଶ୍ବାସର ଠାକୁର ନୁହନ୍ତି, ସେ ଟେଲିଭିଜନ ଚ୍ୟାନେଲ ଗୁଡିକ ପାଇଁ ଏକମାତ୍ର ରୋଚକ ଖବର। ନିଜକୁ ପ୍ରାସଙ୍ଗିକ କରିବା ପାଇଁ ହେଉ ବା ଟେଲିଭିଜନ ରେଟିଂ ପଏଣ୍ଟ ବା ଟିଆରପି ବଢାଇବାର ବିକଳ ପ୍ରୟାସରେ ଗଣମାଧ୍ୟମ ଏବେ ଜଗନ୍ନାଥଙ୍କ ପ୍ରତି ରହିଥିବା ସାମାଜିକ ଆସ୍ଥା ଉପରେ ଭୟଙ୍କର ପ୍ରଶ୍ନଚିହ୍ନ ଲଗାଇଚାଲିଛି।

ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ଧର୍ମ ନିରପେକ୍ଷ ଓ ବ୍ୟକ୍ତିଗତ ଆସ୍ଥା ପ୍ରତି ଉଦାସୀନ ହେବା ଉଚିତ ବୋଲି ଆଶା କରାଯାଇଥାଏ। କିନ୍ତୁ ଓଡିଶାର ଗଣମାଧ୍ୟମ ନିଜକୁ ଜଗନ୍ନାଥଙ୍କ ଲୋକ ସମ୍ପର୍କ ଅଧିକାରୀ ବୋଲି ଭାବିନେଇଛନ୍ତି। ଆପାତତଃ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ନେଇ କିଛି ନା କିଛି ଖବର ଲୋକଙ୍କ ପାଖରେ ପହଞ୍ଚୁଛି। ଆମର ଯାହା ମନେ ଅଛି, ଆଠ ଦଶ ବର୍ଷ ଆଗରୁ କେବଳ ରଥଯାତ୍ରା ସମୟରେ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଜଗନ୍ନାଥ ଗଣମାଧ୍ୟମର ଆକର୍ଷଣ ଥିଲେ। ଏବେ କିନ୍ତୁ ଲାଗୁଛି ୨୪x୭ ଘଣ୍ଟା, କେବଳ ଜଗନ୍ନାଥ ହିଁ  ଓଡିଶାର ଏକମାତ୍ର ଖବର।

ଜଗନ୍ନାଥଙ୍କୁ ନେଇ ଖବର ପରିବେଷଣ କରିବାର ପାଗଳ ପ୍ରତିଯୋଗିତାରେ ଆମେ ଏମିତି ଶବ୍ଦ ଓ ବାକ୍ୟ ସବୁ ପ୍ରୟୋଗ କରୁଛୁ, ଯାହାକି ଜଗନ୍ନାଥ ସଂସ୍କୃତି ଓ ଆସ୍ଥା ପ୍ରତି ଘୋର ଅପମାନଜନକ। ନବ କଳେବର ବର୍ଷଠୁ ଆମେ କହି ଚାଲିଛୁ, “ବ୍ରହ୍ମ ବିଭ୍ରାଟ”। ୟାର ଅର୍ଥ କଣ? ବ୍ରହ୍ମ କଣ ବିଭ୍ରାଟର ସାମଗ୍ରୀ? ହୁଏତ କୌଣସି ଏକ ନୀତିକାନ୍ତି ବିଳମ୍ବିତ ହୋଇଥିବ ବା ଅନିୟମିତ ହୋଇଥିବ। ସେଥିରେ ବ୍ରହ୍ମ ବିଭ୍ରାନ୍ତି ଆସିବ କାହିଁକି? ବ୍ରହ୍ମ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି- ସର୍ବତୋ ବୃହତାତ ବ୍ରହ୍ମ, ଯିଏ ସବୁଠୁ ବଡ ସେ ବ୍ରହ୍ମ। ଯିଏ ସବୁଠୁ ବଡ, ତାଙ୍କୁ ଛୋଟିଆ ବିଭ୍ରାଟରେ କାଇଁ ଟଣା ହେଉଛି? କାଳ କାଳରୁ ଆମେ ଶୁଣି ଆସୁଛୁ, ବ୍ରହ୍ମ ପରିବର୍ତ୍ତନ ଅତ୍ୟନ୍ତ ଗୋପନୀୟ ଲୀଳା। ଅଥଚ ତାର ରହସ୍ୟ ଫିଟାଇ ଦେବାରେ ଆମର କି ଆଗ୍ରହ? ଏହା ସହିତ ଦଇତାପତି ସେବକମାନଙ୍କୁ ଏକପ୍ରକାର ଖଳନାୟକ ଭାବରେ ଚିତ୍ରଣ କରିବାର ନିକୃଷ୍ଟ ଉଦ୍ଦେଶ୍ୟ ମଧ୍ୟ ରହିଛି। ଇନ୍ଦ୍ର ନୀଳମଣି ପୁରାଣ, ନୀଳାଦ୍ରି ମହୋଦୟ ଏବଂ ମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ନବ କଳେବର ବିଧାନ ସଂପୂର୍ଣ୍ଣ ଭାବରେ ଦଇତାପତି ସେବାର ନିଜସ୍ଵ ଗୋପନ ଅଧିକାର। ସେ ଗୋପନୀୟତାକୁ ଭାଙ୍ଗିବା ଲାଗି ଆମେ ଏତେ ତତ୍ପର କାହିଁକି?

ଏବେ ଆଉ ଗୋଟେ ସାଂଘାତିକ କଥା ଉଠିଲାଣି- ଦାରୁ ଫିକ୍ସିଙ୍ଗ । ଯେମିତି ଟେଣ୍ଡର ଫିକ୍ସିଙ୍ଗ, ମ୍ୟାଚ ଫିକ୍ସିଙ୍ଗ କିମ୍ବା ଖବର ଫିକ୍ସିଙ୍ଗ। ଏଠି ପ୍ରଶ୍ନ ଉଠିଛି, ଏ ପ୍ରକାର ଖବରର ସୂତ୍ରଟି କଣ? ଏମିତି ଏକ ଅନାବଶ୍ୟକ ପ୍ରସଙ୍ଗକୁ  ପ୍ରମୁଖ ଖବର କଲାବେଳେ ରତ୍ନ ସିଂହାସନ ଉପରେ ଯେଉଁ ମହାଦାରୁ ବସିଛନ୍ତି, ତାଙ୍କପ୍ରତି ଆମେ କି ଭକ୍ତି ଦେଖାଉଛେ? ନବ କଳେବରର ତିନି ବର୍ଷ ପରେ ଜଣେ ବିଶ୍ଵକର୍ମା ସେବକ କହୁଛନ୍ତି, ଦାରୁ ପୋଲା ଥିଲେ। ସେବକ ଜଣକ ଏମିତି ଗୋଟେ ବୟାନ ଦେଲା ବେଳେ  ତାଙ୍କ ମସ୍ତିଷ୍କରେ ପୁରୀର ପ୍ରସିଦ୍ଧ ଭାଙ୍ଗର ପ୍ରଭାବ ଥିଲା କି ନାଇଁ, ସେକଥା ଅବଶ୍ୟ ସାମ୍ବାଦିକମାନେ ପରୀକ୍ଷା କରିନଥିବେ। ପୋଲା ଦାରୁରେ ଠାକୁରଙ୍କ ନବ କଳେବର ହୋଇଛି ବୋଲି କହି, ଲୋକଙ୍କ ଆସ୍ଥା ସହିତ ଏ ଯେଉଁ ଭୟଙ୍କର ଖେଳ ଚାଲିଛି, ସେଥିରେ ଆଉ କେହି ନୁହଁ, ସ୍ଵୟଂ ଜଗନ୍ନାଥ ହିଁ ଅବିଶ୍ବାସର ସଙ୍କେତ ପାଲଟି ଯାଉଛନ୍ତି!! ପ୍ରତିଷ୍ଠିତ ଓ ବ୍ରହ୍ମ-ଅଭିଷିକ୍ତ ଦାରୁଙ୍କ ପ୍ରତି ଏ ପ୍ରକାର ଅପମାନକୁ ଖବର ବୋଲି ଦେଖେଇଲାବେଳେ ଆମକୁ ଲାଜ ଲାଗୁନାହିଁ। “ଜଗନ୍ନାଥଙ୍କୁ ବି ବିକିଦେଲେ” ଭଳି ପଦ ଲେଖିଲା ବେଳେ ଆମେ ଭୁଲିଯାଉଛୁ ଯେ, ଜଗନ୍ନାଥ ବିକ୍ରୟଯୋଗ୍ୟ ନୁହନ୍ତି।

ମନ୍ଦିର ସେବାୟତଙ୍କ ଭିତରେ ରହିଥିବା ଗୋଷ୍ଠୀ ବିବାଦ ଓ ରାଜନୈତିକ ଲାଭ ଉଠାଇବାର ପାଗଳ ପ୍ରତିଯୋଗିତାରେ ଏବେ ଜଗନ୍ନାଥଙ୍କୁ ପଶାପାଲିର ଗୋଟି ଭାବରେ ଓଡିଶାର ଗଣମାଧ୍ୟମ ବ୍ୟବହାର କରୁଛି। ଲୋକଙ୍କ ଭିତରେ ରହିଥିବା ଭାବାବେଗକୁ ରାଜନୈତିକ ଦୃଷ୍ଟିରୁ ଭାଗ ଭାଗ କରିବା ଲାଗି ଏ ଯେଉଁ ପାଗଳାମୀ ଚାଲିଛି, ସେଥିରେ ଜଗନ୍ନାଥଙ୍କ ପ୍ରତି ଅନାସ୍ଥା ଓ ଅସମ୍ମାନ କୁ ଆମେ ବଢ଼ାଇଚାଲିଛୁ। ରାଜନୀତିର ଖେଳ ପାଇଁ ବହୁ ପ୍ରସଙ୍ଗ ରହିଛି। ଅନ୍ତତଃ ସେଥିରେ ଏ ଜାତିର ମହାଦେବତାଙ୍କୁ ବ୍ୟବହାର କରାନଯାଉ। ନିଜର ଛୋଟ ଛୋଟ ସ୍ଵାର୍ଥ ସାଧନ ଲାଗି ଓ ସରକାରକୁ ଅସୁବିଧାରେ ପକାଇବା ଲାଗି ଜଗନ୍ନାଥଙ୍କ ସେବାପୂଜାକୁ ବାରମ୍ବାର  ବ୍ୟବହାର କଲେ ଏହାର ଫଳ ବିପରୀତ ମଧ୍ୟ ହୋଇପାରେ।

ବ୍ରହ୍ମ ବିଭ୍ରାଟ ଅପେକ୍ଷା ଏ ପ୍ରସଙ୍ଗରେ କେତୋଟି ଟିଭି ଚ୍ୟାନେଲ ର ମସ୍ତିଷ୍କ ବିଭ୍ରାଟ ବେଶୀ ଚିନ୍ତାର ବିଷୟ। ସେହିପରି ଦାରୁ ଫିକ୍ସିଙ୍ଗ ନା ନ୍ୟୁଜ ଫିକ୍ସିଙ୍ଗ, ଏହାର ସତ୍ୟାସତ୍ୟ ଜାଣିବା ମଧ୍ୟ ଜରୁରୀ।

Puri Temple
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.