Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଟୁରରେ ଦେଖିବାକୁ ମିଳିବ ଜନଜାତିଙ୍କ ଖାଦ୍ୟସଂଗ୍ରହ ପଦ୍ଧତି
ବିଶେଷ ଖବର

ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଟୁରରେ ଦେଖିବାକୁ ମିଳିବ ଜନଜାତିଙ୍କ ଖାଦ୍ୟସଂଗ୍ରହ ପଦ୍ଧତି

October 24, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଟୁରରେ ଦେଖିବାକୁ ମିଳିବ ଜନଜାତିଙ୍କ ଖାଦ୍ୟସଂଗ୍ରହ ପଦ୍ଧତି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ ଖୋଲି ଆଜି ଓଡ଼ିଶାର ଜନଜାତି ସଂପ୍ରଦାୟଙ୍କର ଦେଶୀୟ ଜ୍ଞାନକୌଶଳରେ ଖାଦ୍ୟସଂଗ୍ରହ ପଦ୍ଧତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ବିବିଧ ଜନଜାତି ସଂପ୍ରଦାୟ ବସବାସ କରିଥା’ନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନଜାତି ସଂପ୍ରଦାୟ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସେହି ପରିବେଶରେ ମିଳୁଥିବା ପ୍ରାକୃତିକ ସଂପଦ ଉପରେ ନିର୍ଭର କରିଥା’ନ୍ତି । ସେମାନେ କୃଷିକୁ ଜୀବିକା ଭାବେ ଗ୍ରହଣ କରିଥା’ନ୍ତି । ଜନଜାତିମାନେ ବିଭିନ୍ନ ପ୍ରକାରର କୃଷି ପଦ୍ଧତିକୁ ଆପଣେଇଥା’ନ୍ତି । ପୋଡ଼ୁଚାଷ ସହିତ ଉଦ୍ୟାନକୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଶିକାର ଓ ମାଛ ଧରିବାକୁ ସେମାନେ ବୃତ୍ତି ଭାବେ ଗ୍ରହଣ କରିଥା’ନ୍ତି ।

ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଫଳ, ପତ୍ର, ଖାଦ୍ୟ ଉପଯୋଗୀ ଫୁଲ, କୀଟ, ଛତୁ ଓ ଆଳୁକୁ ଜନଜାତିମାନେ ଖାଦ୍ୟ ଭାବେ ଗ୍ରହଣ କରିଥା’ନ୍ତି । ବିଭିନ୍ନ ପ୍ରକାରର ଜଙ୍ଗଲୀ ମୂଳ ଓ ଆଳୁ ରହିଛି । ସେଗୁଡ଼ିକ ମଧ୍ୟରୁ କେତେକ ମାଟିର ଉପରି ଭାଗରେ ଏବଂ ଆଉ କେତେକ ମାଟି ତଳୁ ଖୋଳା ଯାଇ ସଂଗ୍ରହ କରାଯାଇଥାଏ ।

ଜନଜାତିମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଜଙ୍ଗଲୀ ମୂଳ ଓ ଆଳୁ ଅତ୍ୟନ୍ତ ପୁଷ୍ଟିକର ଅଟେ। ଜନଜାତି ସଂପ୍ରଦାୟ ଏହାକୁ ନିଆଁରେ ଭାଜି, ସିଝାଇ କିମ୍ବା ତରକାରି ରୂପେ ପ୍ରସ୍ତୁତ କରିଥା’ନ୍ତି। ଏହି ଚଳଚ୍ଚିତ୍ରରେ ବିଭିନ୍ନ ଜନଜାତିମାନେ କିପରି ମୂଳଗୁଡ଼ିକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରି ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ସେ ବିଷୟରେ ଦର୍ଶକମାନେ ଜାଣିପାରିବେ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଜନଜାତି
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026
Latest News

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.