Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆଦଳ ଗଠନ କରିବେ ବୋଲି ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଖୁବ ଶିଘ୍ର ହେବ ନାମକରଣ
ଜାତୀୟ ଖବର

ନୂଆଦଳ ଗଠନ କରିବେ ବୋଲି ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଖୁବ ଶିଘ୍ର ହେବ ନାମକରଣ

October 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏକ ନୂଆଦଳ ଗଠନ କରିବେ ବୋଲି ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଖୁବ ଶିଘ୍ର ହେବ ନାମକରଣ

ନୂଆଦିଲ୍ଲୀ: କଂଗ୍ରେସରୁ ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଇଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏକ ନୂତନ ଦଳ ଗଠନ କରିବେ। ଆଜି ଏ ନେଇ ସେ ଏକ ବଡ ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ କ୍ୟାପଟେନ ଅମରିନ୍ଦର କହିଛନ୍ତି ଯେ ମୁଁ ଏକ ନୂଆ ଦଳ ଗଠନ କରୁଛି। ତେବେ ସେ ଦଳର ନାମ କଣ ତାହା ମୁଁ ଆପଣଙ୍କୁ ଏବେ କହିପାରିବି ନାହିଁ । କାରଣ ମୁଁ ନିଜେ ଏହା ଜାଣି ନାହିଁ ବୋଲି କ୍ୟାପେଟନ କହିଛନ୍ତି।

ଏହି ଦଳର ନାମ ରେଜିଷ୍ଟ୍ରେସନ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପାଖରେ ଆବେଦନ କରାଯାଇଛି। ଯେତେବେଳେ ନିର୍ବାଚନ ଆୟୋଗ ଦଳର ନାମ ଏବଂ ସିମ୍ବଲକୁ ଅନୁମୋଦନ କରିବେ ସେତେବେଳେ ମୁଁ ଆପଣଙ୍କୁ ଜଣାଇବି ବୋଲି କ୍ୟାପେଟନ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଅମରିନ୍ଦର ସିଂ କହିଛନ୍ତି ଯେ ଯେଉଁମାନେ ସୁରକ୍ଷା ବ୍ୟବସ୍ଥା ବିଷୟରେ ମୋତେ ପରିହାସ କରୁଛନ୍ତି, ସେମାନେ ଜାଣି ରଖିବା ଉଚିତ ଯେ, ମୁଁ 10 ବର୍ଷ ଧରି ସେନାରେ ଥିଲେ। ଅନ୍ୟପକ୍ଷରେ ମୁଁ 9 ବର୍ଷ ପାଇଁ ପଞ୍ଜାବର ଗୃହମନ୍ତ୍ରୀ ମଧ୍ୟ ଥିଲି। ରାଜ୍ୟର ବହୁ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ମୋ ଅଧୀନରେ ଥିଲା। ହେଲେ ଯିଏ ମାସିକିଆ ଗୃହମନ୍ତ୍ରୀ ହୋଇଛନ୍ତି ସେ କୁହନ୍ତି ଯେ ସେ ମୋ ଠାରୁ ଅଧିକ ଜାଣନ୍ତି। ଯାହା ହାସ୍ୟସ୍ପଦ ଘଟଣା ବୋଲି କ୍ୟାପେଟନ ବର୍ତ୍ତମାନର ଗୃହମନ୍ତ୍ରୀଙ୍କୁ ସମାଲୋଚନା କରି ଏହା କହିଛନ୍ତି।

କ୍ୟାପଟେନ ଅମରିନ୍ଦର ସିଂ ଏକ ନୂତନ ଦଳ ଗଠନ ଘୋଷଣା କରିବା ପରେ ପଞ୍ଜାବରେ ବିଶେଷ କରି ଚଣ୍ଡିଗଡ଼ରେ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। କ୍ୟାପଟେନ ଅମରିନ୍ଦର ସିଂ ଆଜି ପଞ୍ଜାବର ରାଜନୀତିରେ ଏକ ନୂଆ ବାଜି ଖେଳିବେ ଏବଂ ଏହି ଘୋଷଣା ସହିତ ପଞ୍ଜାବରେ ମଧ୍ୟ ନୂତନ ରାଜନୈତିକ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ରହିଛି। କ୍ୟାପଟେନ ଅମରିନ୍ଦର ସିଂ ବୁଧବାର ସକାଳେ ତାଙ୍କର ଘନିଷ୍ଠ ନେତା ତଥା ସମର୍ଥକଙ୍କ ସହ ଆଲୋଚନା କରିବା ସହିତ କିଛି ପୁରୁଣା ନେତା ତଥା କଂଗ୍ରେସ ବିଧାୟକ ମଧ୍ୟ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଜଣାପଡିଛି।

କ୍ୟାପଟେନ ଅମରିନ୍ଦର ସିଂଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ଯେ ତାଙ୍କ ନୂତନ ପାର୍ଟି ନାମରେ କଂଗ୍ରେସ ଶବ୍ଦ ନିଶ୍ଚିତ ଭାବରେ ରହିବ। ତାଙ୍କର ରଣନୀତି ହେଉଛି ରାଜ୍ୟରେ କଂଗ୍ରେସକୁ ବଦଳାଇବା। କଂଗ୍ରେସରେ ବିବାଦ ପରେ କ୍ୟାପଟେନ ଅମରିନ୍ଦର ସିଂ ପୂର୍ବରୁ ନିଜର ନୂଆ ଦଳ ଗଠନ ବିଷୟରେ କହିଥିଲେ। ଏଥିସହ ସେ ଭାରତୀୟ ଜନତା ପାର୍ଟି ଏବଂ ଶିରୋମଣି ଅକାଳୀ ଦଳଠାରୁ ଅଲଗା ଦଳ ସହ ଏକ ମେଣ୍ଟ ଗଠନ କରିବେ ବୋଲି ମଧ୍ୟ କହିଥିଲେ।

ବିଜେପି ସହ ମିଶିବା ହେବା ପାଇଁ ସେ କୃଷି ଆଇନ ସମସ୍ୟାର ସମାଧାନ ତଥା କୃଷକଙ୍କ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସର୍ତ୍ତ ରଖିଥିଲେ। ଏ ନେଇ କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏପରିକି ପଞ୍ଜାବରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିଥିଲେ। ସେତେବେଳେ ସେ ବିଜେପିରେ ସାମିଲ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନ ନୂଆ ଦଳ ଗଠନ ଘୋଷଣା କରିବାରୁ ସେହି ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡିଛି।

କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.