Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଶୋର ନ୍ୟାୟ ଆଦର୍ଶ ଚିଠା ଉପରେ ଆଇନ: ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ
ଜାତୀୟ ଖବର

କିଶୋର ନ୍ୟାୟ ଆଦର୍ଶ ଚିଠା ଉପରେ ଆଇନ: ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ

October 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୬ରେ ସଂଶୋଧନ ଆଣିବାକୁ ଯେଉଁ ଆଦର୍ଶ ଚିଠା ଆଇନ ପ୍ରସ୍ତୁତି ହୋଇଛି, ତାହା ଉପରେ ମତାମତ ଓ ପରାମର୍ଶ ଦେବାକୁ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଆଗ୍ରହୀ ପକ୍ଷ ନିଜ ନିଜର ମତାମତ ଓ ପରାମର୍ଶ ୨୦୨୧ ନଭେମ୍ବର ୧୧ ତାରିଖ ସୁଦ୍ଧା [email protected] ଇମେଲ ଆଇଡିରେ ପଠାଇପାରିବେ।

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ସଂଶୋଧନ ବିଲ୍ ୨୦୨୧ ଚଳିତବର୍ଷ ଜୁଲାଇ ୨୮ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏବର୍ଷ ବଜେଟ ଅଧିବେଶନରେ ଏହି ବିଲ୍‌ଟି ସଂସଦରେ ଉପସ୍ଥାପିତ ହେବା ପରେ ମାର୍ଚ୍ଚ ୨୪ତାରିଖରେ ଏହା ଲୋକସଭାର ଅନୁମୋଦନ ଲାଭ କରିଥିଲା। ଏହି ବିଲ୍ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫ରେ କେତେକ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ। ୨୦୧୬ରେ ପୁରୁଣା ଆଇନଟି କାର୍ଯ୍ୟକାରୀ ହୋଇଥିଲା।

ଏହି ବିଲ୍‌କୁ ଉପସ୍ଥାପିତ କରିବାବେଳେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ କହିଥିଲେ ଯେ, ପ୍ରଚଳିତ ଆଇନରେ ଶିଶୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ କେତେକ ଅଧିକ ଆଇନଗତ ଆବଶ୍ୟକତା ରହିଛି। ବିଶେଷକରି ଅଧିକ ବିପଦାପନ୍ନ ଶିଶୁଙ୍କ ସୁରକ୍ଷା ପାଇଁ ଏହା ବିଶେଷ ଜରୁରୀ। ଏହି ଶିଶୁଙ୍କ ସୁରକ୍ଷା ଓ ଯତ୍ନ ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯିବା ଆବଶ୍ୟକ। ପିଲାମାନଙ୍କ ସୁରକ୍ଷା ଓ ଯତ୍ନ ଉପରେ ସବୁମନ୍ତେ ସରକାର ଦୃଷ୍ଟି ଦେବେ ବୋଲି ସଂସଦରେ ଯେଉଁ ଅଙ୍ଗୀକାର ପ୍ରକାଶ କରିଛନ୍ତି ତାହାକୁ ପାଳନ କରିବାକୁ ପ୍ରଚଳିତ ଆଇନରେ ସଂଶୋଧନ ଲୋଡା। ସେହି ପ୍ରତିଶ୍ରୁତି ମୁତାବକ ପ୍ରଚଳିତ ଆଇନରେ ସଂଶୋଧନ କରି ଏକ ଚିଠା ଆଦର୍ଶ ଆଇନ ପ୍ରସ୍ତୁତ କରାଯାଇଛି।

ସଂଶୋଧିତ ନୀତି ଅନୁସାରେ ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ। ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ ନିର୍ଦ୍ଦେଶ ଜେ ଜେ ଆଇନର ଧାରା ୬୧ଅନୁସାରେ ଜାରି କରିବେ। ପୋଷ୍ୟ ସନ୍ତାନ ଗ୍ରହଣ ମାମଲାର ତ୍ୱରିତ ସମାଧାନ ଏବଂ ଉତ୍ତରଦାୟିତ୍ୱ ବଢାଇବାକୁ ଏହି ପଦକ୍ଷେପ ନିଆଯାଇଛି। ଆହୁରି ମଧ୍ୟ ଆଇନର ସହଜ କାର୍ଯ୍ୟକାରିତା ଏବଂ ଦୁର୍ଦ୍ଦଶାଗ୍ରସ୍ତ ସ୍ଥିତିରେ ଥିବା ପିଲାଙ୍କ ଦୁଃଖ ତୁରନ୍ତ ଅପନୋଦନ ପାଇଁ  ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବ ।

ସଂଶୋଧିତ ଚିଠା ଆଇନ ଅନୁସାରେ ଶିଶୁଙ୍କ ଯତ୍ନ ନେଉଥିବା ଯେକୌଣସି ଅନୁଷ୍ଠାନକୁ ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ହିଁ ପଞ୍ଜୀକୃତ କରାଯିବ। ଜିଲ୍ଲାପାଳ ସ୍ୱାଧୀନ ଭାବେ ଜିଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ କଲ୍ୟାଣ କମିଟି, କିଶୋର ନ୍ୟାୟ ବୋର୍ଡ, ସ୍ୱତନ୍ତ୍ର କିଶୋର ପୁଲିସ ୟୁନିଟ୍ ଓ ଶିଶୁ ସୁରକ୍ଷା ଅନୁଷ୍ଠାନ ସମୂହର କାର୍ଯ୍ୟକୁ ସମୀକ୍ଷା କରିବେ।

ଚିଠା ସଂଶୋଧନ ଆଇନକୁ ଦେଖିବା ପାଇଁ କ୍ଲିକ କରନ୍ତୁ –

https://wcd.nic.in/sites/default/files/Attachment-%20Working%20Draft%20on%20JJ%20Model%20Rules%202016-%20forwarding%20for%20comments%2027102021_0.pdf

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026

ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.