ଆପଣ ଜାଣିଛନ୍ତି କି ? ବର୍ତ୍ତମାନ ଓଡିଶାରେ କେତେ ଜଣ କରୋନା ଆକ୍ରାନ୍ତ ଅଛନ୍ତି

Published: Nov 2, 2021, 11:27 am IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ସଂପୂର୍ଣ୍ଣ ନିୟନ୍ତ୍ରଣ ଅଛି ବୋଲି କହିହେବ ନାହିଁ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତକାଲି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩୧୬ ଜଣ । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧ ଜଣ ଥିଲେ। ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦ ଜଣ ଥିଲେ।

ତେବେ ସ୍ବାସ୍ଥ୍ୟ ବିଭାଗର ହିସାବ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଏହି ନୂଆ ଆକ୍ରାନ୍ତ ସଂଖ୍ୟା ମିଶାଇଲେ ମୋଟ ୪ ହଜାର ୧୨୨ ଜଣ ସକ୍ରୀୟ ଆକ୍ରାନ୍ତ ସଂଖ୍ୟା ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ ଟେଷ୍ଟ ହୋଇଛି ୨ କୋଟି ୨୧ ଲକ୍ଷ ୭ ହଜାର ୯୭୭ଟି ନମୂନା। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦ ଲକ୍ଷ ୨୧ ହଜାର । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୯ ହଜାର ୫୮୫ ଜଣ।

Related posts