Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୀପାବଳି ନିମନ୍ତେ କଡା ନିର୍ଦ୍ଦେଶ, ବାଣ ଫୁଟାଇବା ପାଇଁ ସମୟ ଏବଂ ସ୍ଥାନ ଧାର୍ଯ୍ୟ କଲେ ମୁଖ୍ୟ ସଚିବ
ବିଶେଷ ଖବର

ଦୀପାବଳି ନିମନ୍ତେ କଡା ନିର୍ଦ୍ଦେଶ, ବାଣ ଫୁଟାଇବା ପାଇଁ ସମୟ ଏବଂ ସ୍ଥାନ ଧାର୍ଯ୍ୟ କଲେ ମୁଖ୍ୟ ସଚିବ

November 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୀପାବଳି ନିମନ୍ତେ କଡା ନିର୍ଦ୍ଦେଶ, ବାଣ ଫୁଟାଇବା ପାଇଁ ସମୟ ଏବଂ ସ୍ଥାନ ଧାର୍ଯ୍ୟ କଲେ ମୁଖ୍ୟ ସଚିବ

ଭୁବନେଶ୍ବର: ଦୀପାବଳିରେ ବାଣ ଫୁଟାଇବା ଏବଂ ପରିବେଶ ପ୍ରତି ଧ୍ୟାନ ଦେବାକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ କଲେକ୍ଟର, ପୋଲିସ ଅଧୀକ୍ଷକ ଏବଂ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି ପାଇଁ ସୁପ୍ରିମକୋର୍ଟ,  ହାଇକୋର୍ଟ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଆଜି ଲୋକସେବା ଭବନରୁ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ସେ ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସେ ଏହା ସ୍ପଷ୍ଟ ଭାବରେ କହିଛନ୍ତି ଯେ କୋଭିଡରୁ ସୁସ୍ଥ ଥିବା ବ୍ୟକ୍ତିଙ୍କ ଜନସ୍ୱାସ୍ଥ୍ୟ ଏବଂ ପୋଷ୍ଟ-କୋଭିଡ ଯତ୍ନ ଗୁରୁତ୍ୱପୂର୍ଣ୍ଣ ଅଟେ। ଜନସ୍ୱାସ୍ଥ୍ୟ ଏବଂ ଉତ୍ସବ ମଧ୍ୟରେ ସଠିକ୍ ସନ୍ତୁଳନ ରହିବା ଆବଶ୍ୟକ। କେବଳ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (PESO) ଦ୍ୱାରା ପ୍ରମାଣିତ ହୋଇଥିବା ବାଣ ବିକ୍ରି ହୋଇ ବ୍ୟବହାର ହେବ।

କୈଣସି ବ୍ୟବସାୟୀ କିମ୍ବା ଖୁଚୁରା ବ୍ୟବସାୟୀ ସ୍ଥାନୀୟ ଜିଲ୍ଲାପାଳ କିମ୍ବା ପୋଲିସ କମିଶନରଙ୍କଠାରୁ ବିକ୍ରୟ ପାଇଁ ବୈଧ ଲାଇସେନ୍ସ ବିନା ବାଣ ବିକ୍ରୟ କରିପାରିବେ ନାହିଁ। ଯେଉଁ ବାଣ ବିକ୍ରେତା ଏହି ଆଦେଶ ଉଲ୍ଲଂଘନ କରିବେ ସେମାନଙ୍କୁ ଆଇନର ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟ ଗ୍ରହଣ କରିବାକୁ କହିଛନ୍ତି।

ଶ୍ରୀ ମହାପାତ୍ର ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାସ୍ତାରେ ଏବଂ ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ଲୋକମାନେ ନିଜ ଘର ପରିସରରେ କେବଳ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ ଦେବା ପାଇଁ ସେ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ବ୍ୟାଖ୍ୟା କରି ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ପ୍ରଦୀପ କୁମାର ଜେନା ସ୍ପଷ୍ଟ କରିଛନ୍ତି ବାଣ ବ୍ୟବସାୟୀ ବ୍ୟବସାୟୀଙ୍କୁ କେବଳ ସବୁଜ ବାଣ ବିକ୍ରୀ କରିବାକୁ ଅନୁମତି ଦିଆଯିବ। ସବୁଜ ବାଣ PESO ସାର୍ଟିଫାଇଡ୍ ଆଇଟମ୍ ଏବଂ ସେହି ଆଇଟମ୍ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକର ନାମ ରହିଥିବା ଆବଶ୍ୟକ। ଖୁଚୁରା ବ୍ୟବସାୟୀଙ୍କ ଦ୍ବାରା ଉତ୍ପାଦିତ ବାଣ  PESO ରୁ ଯାଞ୍ଚ କରି ପ୍ରମାଣପତ୍ର ଆଣିଲେ ତାହାକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇପାରିବ।

ସେହିପରି ବାଣ ବ୍ୟବହାର ବା ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସୀମିତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେଥିପାଇଁ ଦୀପାବଳି ଦିନ ସଂଧ୍ୟା 8 ଟାରୁ ରାତି 10ଟା ପର୍ଯ୍ୟନ୍ତ ବାଣ ବ୍ୟବହାର କରାଯିବ। ସେହିପରି ବିକ୍ରୟ ପାଇଁ ସଂପୃକ୍ତ କଲେକ୍ଟର ଏବଂ ପୋଲିସ କମିଶନରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ରହିବ ବୋଲି କୁହାଯାଇଛି।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସମସ୍ତ ଆଇଆଇସି, ଓଆଇସି ମାନଙ୍କର ସବିଶେଷ ସାନିଟାଇଜେସନ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସବୁଜ ବାଣ ସମ୍ବନ୍ଧରେ SOP ପୋଲିସ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଆଦେଶଗୁଡିକର କଠୋର କାର୍ଯ୍ୟକାରିତା ପାଇଁ ସେମାନଙ୍କୁ କ୍ଷେତ୍ର ଯାଞ୍ଚ କରିବାକୁ କୁହାଯାଇଛି।  ଜିଲ୍ଲପାଳ ଏବଂ ଏସପିମାନେ କେବଳ ସବୁଜ ବାଣ ବିକ୍ରୟ ଏବଂ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ନିଜ ନିଜ ଅଞ୍ଚଳରେ କରାଯାଇଥିବା ସବିଶେଷ ବ୍ୟବସ୍ଥା ବିଷୟରେ ସମୀକ୍ଷା କରିଥିଲେ।

ଦୀପାବଳି ବାଣ ଫୁଟାଇବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.