Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖକୁ କିପରି ରଖିବେ ସୁସ୍ଥ?: ସୋଆ ବିଶେଷଜ୍ଞଙ୍କ ଠାରୁ ଶିଖନ୍ତୁ ଦାନ୍ତ ଘଷିବାର ସଠିକ୍ ଶୈଳୀ
ଜାତୀୟ ଖବର

ମୁଖକୁ କିପରି ରଖିବେ ସୁସ୍ଥ?: ସୋଆ ବିଶେଷଜ୍ଞଙ୍କ ଠାରୁ ଶିଖନ୍ତୁ ଦାନ୍ତ ଘଷିବାର ସଠିକ୍ ଶୈଳୀ

November 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
Woman's Smile

ଭୁବନେଶ୍ୱର: ଦାନ୍ତ ଓ ମାଢ଼ି ସୁସ୍ଥ ରଖିବା ନିମନ୍ତେ ଦାନ୍ତ ଘଷିବାର ଉପଯୁକ୍ତ ଶୈଳୀ ହେଉଛି ପ୍ରଥମ ପଦକ୍ଷେପ। ଯଦିଓ ଅଧିକାଂଶ ଲୋକ ପ୍ରତ୍ୟେକ ଦିନ ଦାନ୍ତ ଘଷନ୍ତି ତେବେ ଠିକ୍ ଭାବରେ କିଭଳି ଦାନ୍ତ ଘଷାଯାଏ, ତାହା ସେମାନଙ୍କୁ ଜଣାନଥାଏ ବୋଲି ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଜାତୀୟ ଦାନ୍ତ ଘଷା ଦିବସ ଅବସରରେ ଦନ୍ତ ବିଜ୍ଞାନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଜଣେ ବ୍ୟକ୍ତି ନିଜର ଟୁଥବ୍ରସ୍‌କୁ ମାଢ଼ି ଉପରେ ୪୫ ଡିଗ୍ରୀରେ ରଖିବା ସହ ଧୀରେ ଧୀରେ ଉପର ତଳ କରି ଘଷିଲେ ଏହାର ପ୍ରଭାବ ଠିକ୍ ଭାବରେ ପଡ଼ିଥାଏ ବୋଲି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍ (ଆଇଡିଏସ୍‌) ର ବିଶେଷଜ୍ଞମାନେ କହିଛନ୍ତି। ଜାତୀୟ ଦାନ୍ତଘଷା ଦିବସ ପାଳନ ଅବସରରେ ଆଇଡିଏସ୍‌ରେ ଏହି ବିଭାଗରେ ଚିକିତ୍ସା ନିମନ୍ତେ ଆସିଥିବା ପ୍ରାୟ ୩୦୦ ରୋଗୀଙ୍କୁ ଏହା ବୁଝାଇଛନ୍ତି ବିଶେଷଜ୍ଞମାନେ।

ଏହି କାର୍ଯ୍ୟକ୍ରମରେ ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ବିଶେଷଜ୍ଞମାନେ ରୋଗୀମାନଙ୍କୁ ଉପଦେଶ ଦେବା ସହ ଚିକିତ୍ସା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯଦିଓ ମାର୍କେଟରେ ବିଭିନ୍ନ ପ୍ରକାର ଟୁଥ୍‌ପେଷ୍ଟ ଉପଲବ୍ଧ, ପ୍ରତ୍ୟେକ ବ୍ୟକ୍ତି ଦନ୍ତ ଡାକ୍ତରଙ୍କର ପରାମର୍ଶ ନେଇ ଟୁଥ୍‌ପେଷ୍ଟ ବ୍ୟବହାର କରିବା ଉଚିତ୍।

ତେବେ ଆରମ୍ଭରେ ଫ୍ଲୋରାଇଡ୍ ଟୁଥ୍‌ପେଷ୍ଟ ସହ ନରମ ଟୁଥବ୍ରସ୍‌ ବ୍ୟବହାର କରିବା ଉଚିତ୍ ବୋଲି ସେମାନେ କହିଛନ୍ତି। ମୁଖକୁ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇ ଥର ଦୁଇ ମିନିଟ୍ ଲେଖାଏଁ ଓ ମାଢ଼ିର ପ୍ରତ୍ୟେକ ଅଂଶରେ ୩୦ ସେକେଣ୍ଡ ଲେଖାଏଁ ଦାନ୍ତ ଘଷିବା ସହ ଠିକ୍ ଭାବେ ଦାନ୍ତ ଘଷିବା ଶୈଳୀ ପ୍ରୟୋଗ କରିବା ଉଚିତ୍। ସାଧାରଣ ଟୁଥ୍‌ବ୍ରସ୍ ବହୁଳ ଭାବେ ବ୍ୟବହାର କରାଯାଏ କିନ୍ତୁ ପାୱାର୍ଡ ଟୁଥବ୍ରସ୍ ଗୁଡ଼ିକ ଖୁବ୍ ବ୍ୟୟବହୁଳ ଓ ବିଭିନ୍ନ ମୂଲ୍ୟରେ ଉପଲବ୍ଧ।

ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି ଯେ ଆଇଡିଏସ୍ କକ୍ରେନ୍‌ର ସହବନ୍ଧିତ ଭାବେ ଉପଦେଶ ଦିଏ ଯେ, ଟୁଥ୍‌ବ୍ରସ୍ ଚୟନ କରିବା ଠାରୁ ଅଧିକ ଜରୁରୀ ହେଉଛି ଉପଯୁକ୍ତ ଭାବେ ଦାନ୍ତ ଘଷିବାର ଶୈଳୀ ଆପଣାଇବା। ଏହା କକ୍ରେନ୍‌ ଦ୍ୱାରା ସଂଗୃହୀତ ଗବେଷଣା ତଥ୍ୟ। ପ୍ରଫେସର ମହାନ୍ତି କହିଛନ୍ତି ଯେ, କକ୍ରେନ୍ ସହବନ୍ଧିତ ଆଇଡିଏସ୍ ସାଧାରଣ ଲୋକଙ୍କ ମୁଖର ସୁସ୍ଥତା ନିମନ୍ତେ ତଥ୍ୟଭିତିକ ସୂଚନା ଉପରେ ବିଶ୍ୱାସ ରଖେ।

ଏହି ଅବସରରେ ଉପଯୁକ୍ତ ଭାବରେ ଦାନ୍ତ ଘଷିବାର ଶୈଳୀ, ଦାନ୍ତ ଘଷିବାର ସମୟ, ଟୁଥ୍‌ବ୍ରସ୍ ବଦଳାଇବାର ଉପଯୁକ୍ତ ସମୟ ଏବଂ କୋଭିଡ୍ ମହାମାରୀ ସମୟରେ ମୁଖ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ରୋଗୀମାନଙ୍କୁ ବୁଝାଯାଇଥିଲା।

ସୋଆ ବିଶେଷଜ୍ଞ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.