Categories
ଆଜିର ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ମୁଖକୁ କିପରି ରଖିବେ ସୁସ୍ଥ?: ସୋଆ ବିଶେଷଜ୍ଞଙ୍କ ଠାରୁ ଶିଖନ୍ତୁ ଦାନ୍ତ ଘଷିବାର ସଠିକ୍ ଶୈଳୀ

ଭୁବନେଶ୍ୱର: ଦାନ୍ତ ଓ ମାଢ଼ି ସୁସ୍ଥ ରଖିବା ନିମନ୍ତେ ଦାନ୍ତ ଘଷିବାର ଉପଯୁକ୍ତ ଶୈଳୀ ହେଉଛି ପ୍ରଥମ ପଦକ୍ଷେପ। ଯଦିଓ ଅଧିକାଂଶ ଲୋକ ପ୍ରତ୍ୟେକ ଦିନ ଦାନ୍ତ ଘଷନ୍ତି ତେବେ ଠିକ୍ ଭାବରେ କିଭଳି ଦାନ୍ତ ଘଷାଯାଏ, ତାହା ସେମାନଙ୍କୁ ଜଣାନଥାଏ ବୋଲି ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଜାତୀୟ ଦାନ୍ତ ଘଷା ଦିବସ ଅବସରରେ ଦନ୍ତ ବିଜ୍ଞାନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଜଣେ ବ୍ୟକ୍ତି ନିଜର ଟୁଥବ୍ରସ୍‌କୁ ମାଢ଼ି ଉପରେ ୪୫ ଡିଗ୍ରୀରେ ରଖିବା ସହ ଧୀରେ ଧୀରେ ଉପର ତଳ କରି ଘଷିଲେ ଏହାର ପ୍ରଭାବ ଠିକ୍ ଭାବରେ ପଡ଼ିଥାଏ ବୋଲି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍ (ଆଇଡିଏସ୍‌) ର ବିଶେଷଜ୍ଞମାନେ କହିଛନ୍ତି। ଜାତୀୟ ଦାନ୍ତଘଷା ଦିବସ ପାଳନ ଅବସରରେ ଆଇଡିଏସ୍‌ରେ ଏହି ବିଭାଗରେ ଚିକିତ୍ସା ନିମନ୍ତେ ଆସିଥିବା ପ୍ରାୟ ୩୦୦ ରୋଗୀଙ୍କୁ ଏହା ବୁଝାଇଛନ୍ତି ବିଶେଷଜ୍ଞମାନେ।

ଏହି କାର୍ଯ୍ୟକ୍ରମରେ ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ବିଶେଷଜ୍ଞମାନେ ରୋଗୀମାନଙ୍କୁ ଉପଦେଶ ଦେବା ସହ ଚିକିତ୍ସା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯଦିଓ ମାର୍କେଟରେ ବିଭିନ୍ନ ପ୍ରକାର ଟୁଥ୍‌ପେଷ୍ଟ ଉପଲବ୍ଧ, ପ୍ରତ୍ୟେକ ବ୍ୟକ୍ତି ଦନ୍ତ ଡାକ୍ତରଙ୍କର ପରାମର୍ଶ ନେଇ ଟୁଥ୍‌ପେଷ୍ଟ ବ୍ୟବହାର କରିବା ଉଚିତ୍।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତେବେ ଆରମ୍ଭରେ ଫ୍ଲୋରାଇଡ୍ ଟୁଥ୍‌ପେଷ୍ଟ ସହ ନରମ ଟୁଥବ୍ରସ୍‌ ବ୍ୟବହାର କରିବା ଉଚିତ୍ ବୋଲି ସେମାନେ କହିଛନ୍ତି। ମୁଖକୁ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇ ଥର ଦୁଇ ମିନିଟ୍ ଲେଖାଏଁ ଓ ମାଢ଼ିର ପ୍ରତ୍ୟେକ ଅଂଶରେ ୩୦ ସେକେଣ୍ଡ ଲେଖାଏଁ ଦାନ୍ତ ଘଷିବା ସହ ଠିକ୍ ଭାବେ ଦାନ୍ତ ଘଷିବା ଶୈଳୀ ପ୍ରୟୋଗ କରିବା ଉଚିତ୍। ସାଧାରଣ ଟୁଥ୍‌ବ୍ରସ୍ ବହୁଳ ଭାବେ ବ୍ୟବହାର କରାଯାଏ କିନ୍ତୁ ପାୱାର୍ଡ ଟୁଥବ୍ରସ୍ ଗୁଡ଼ିକ ଖୁବ୍ ବ୍ୟୟବହୁଳ ଓ ବିଭିନ୍ନ ମୂଲ୍ୟରେ ଉପଲବ୍ଧ।

ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି ଯେ ଆଇଡିଏସ୍ କକ୍ରେନ୍‌ର ସହବନ୍ଧିତ ଭାବେ ଉପଦେଶ ଦିଏ ଯେ, ଟୁଥ୍‌ବ୍ରସ୍ ଚୟନ କରିବା ଠାରୁ ଅଧିକ ଜରୁରୀ ହେଉଛି ଉପଯୁକ୍ତ ଭାବେ ଦାନ୍ତ ଘଷିବାର ଶୈଳୀ ଆପଣାଇବା। ଏହା କକ୍ରେନ୍‌ ଦ୍ୱାରା ସଂଗୃହୀତ ଗବେଷଣା ତଥ୍ୟ। ପ୍ରଫେସର ମହାନ୍ତି କହିଛନ୍ତି ଯେ, କକ୍ରେନ୍ ସହବନ୍ଧିତ ଆଇଡିଏସ୍ ସାଧାରଣ ଲୋକଙ୍କ ମୁଖର ସୁସ୍ଥତା ନିମନ୍ତେ ତଥ୍ୟଭିତିକ ସୂଚନା ଉପରେ ବିଶ୍ୱାସ ରଖେ।

ଏହି ଅବସରରେ ଉପଯୁକ୍ତ ଭାବରେ ଦାନ୍ତ ଘଷିବାର ଶୈଳୀ, ଦାନ୍ତ ଘଷିବାର ସମୟ, ଟୁଥ୍‌ବ୍ରସ୍ ବଦଳାଇବାର ଉପଯୁକ୍ତ ସମୟ ଏବଂ କୋଭିଡ୍ ମହାମାରୀ ସମୟରେ ମୁଖ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ରୋଗୀମାନଙ୍କୁ ବୁଝାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍: ସୋଆ ବିଶେଷଜ୍ଞ

ଭୁବନେଶ୍ୱର: ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଜଣ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ସହ ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା ଅନୁଚିତ୍ ବୋଲି ପରାମର୍ଶ ଦେଇଥିଲେ।

ଆମେ ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍। ପୂର୍ବ କିଛି ମାସ ଭଳି ଆମେ ନିୟମିତ ଭାବରେ ମୁହଁରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଜାରି ରଖିବା ଉଚିତ୍। କାରଣ ଏହି ମହାମାରୀର ଭୟାବହତା ଏବେ ବି ରହିଛି ବୋଲି ବିଶ୍ୱବିଦ୍ୟାଳୟର କର୍ପୋରେଟ୍ ଅଫିସ୍‌ରେ ପତାକା ଉତ୍ତୋଳନ ଅବସରରେ ସୂଚନା ଦେଇଛନ୍ତି ସୋଆର ପ୍ରୋ-ଚାନ୍‌ସେଲର୍‌ ତଥା ବିଶିଷ୍ଟ କାର୍ଡିଓ – ଥୋରାସିକ୍ ସର୍ଜନ୍ ପ୍ରଫେସର ଅମିତ ବାନାର୍ଜୀ।

ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ କୋଭିଡ ବିରୁଦ୍ଧରେ ଭାକ୍ସିନ୍ ଆସିଗଲାଣି ତଥାପି ଏହି ମହାମାରୀର ଭୟାବହତା ଚାଲିଗଲାଣି ବୋଲି କେହି ଭାବିବା ଉଚିତ୍ ନୁହେଁ। ଭାକ୍ସିନ୍ ଆସିଯିବା ଦ୍ୱାରା ଏବଂ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବା ଦ୍ୱାରା ବିନା କୌଣସି କଟକଣାରେ ସବୁଆଡେ ଅନାୟସରେ ବୁଲି ହେବ ବୋଲି ଲୋକେ ଭାବିବା ଆରମ୍ଭ କଲେଣି।

ତେବେ ଏହା ଠିକ୍ କଥା ନୁହେଁ। ଅନେକ ଦେଶରେ ବର୍ତ୍ତମାନ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଗଲାଣି। ତେଣୁ ଆମକୁ ଏ କଥାକୁ ଏତେ ସହଜରେ ନେବା ଉଚିତ୍ ନୁହେଁ ବୋଲି ପ୍ରଫେସର ମହାପାତ୍ର କହିଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୋଆରେ ପୂର୍ବ ଭଳି ଗଣତନ୍ତ୍ର ଦିବସ ପାଳନରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ପୃଥକ ପୃଥକ ଭାବେ ପତାକା ଉତ୍ତୋଳନ କରାଯାଇଥିଲା।

ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ଗଣତନ୍ତ୍ର ଦିବସ ପାଳନ ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଂଟ) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ (ପୋଷ୍ଟ ଗ୍ରାଜୁଏଟ୍‌ ଷ୍ଟଡିଜ୍‌) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍‌ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍‌
ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରପେସର ନୀତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।