Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ୱାସ୍ଥ୍ୟ ପାଇଁ ୧୯ଟି ରାଜ୍ୟକୁ କେନ୍ଦ୍ରର ୮,୪୫୩ କୋଟି ସହାୟତା, ଓଡ଼ିଶାକୁ ୪୬୧ କୋଟି ଟଙ୍କା
ଜାତୀୟ ଖବର

ସ୍ୱାସ୍ଥ୍ୟ ପାଇଁ ୧୯ଟି ରାଜ୍ୟକୁ କେନ୍ଦ୍ରର ୮,୪୫୩ କୋଟି ସହାୟତା, ଓଡ଼ିଶାକୁ ୪୬୧ କୋଟି ଟଙ୍କା

November 13, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ୧୯ଟି ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନକୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୮,୪୫୩ କୋଟି ୯୨ ଲକ୍ଷ ଟଙ୍କା ଜାରି କରାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ଏହି ଅନୁଦାନ ଜାରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ବା ନଗରପାଳିକାମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୪୬୧ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କାର ଅନୁଦାନ ସହାୟତା ଯୋଗାଇ ଦିଆଯାଇଛି।

ସ୍ଥାନୀୟ ପ୍ରଶାସନଗୁଡ଼ିକୁ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୪ ଲକ୍ଷ ୨୭ ହଜାର ୯୧୧ କୋଟି ଟଙ୍କାର ଅନୁଦାନ ଜାରି କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟରେ ସୁପାରିସ କରାଯାଇଥିଲା। ଏଥିମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୭୦ ହଜାର ୫୧ କୋଟି ଟଙ୍କା ଜାରି କରିବା ଲାଗି ସୁପାରିସ କରାଯାଇଥିଲା।  ଏହି ଅର୍ଥ ମଧ୍ୟରୁ ୪୩ ହଜାର ୯୨୮ କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ଏବଂ ୨୬ ହଜାର ୧୨୩ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ସୁପାରିସ କରିଥିଲେ।

ପ୍ରାଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ଅଭାବଗୁଡ଼ିକୁ ଦୂର କରିବା ସହିତ ଏକ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଅନୁଦାନ ଜାରି କରାଯାଇଛି। ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଭିତ୍ତିଭୂମି ଏବଂ ସୁବିଧାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପ୍ରତ୍ୟକ୍ଷ ହସ୍ତକ୍ଷେପଗୁଡ଼ିକୁ ଆୟୋଗ ଚିହ୍ନଟ କରିଥିଲେ। ତଦନୁଯାୟୀ, ପ୍ରତ୍ୟେକ ହସ୍ତକ୍ଷେପ ପାଇଁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଇଛି। ଏହି ହସ୍ତକ୍ଷେପଗୁଡ଼ିକ ହେଲା:

  • ଗ୍ରାମୀଣ କ୍ଷେତ୍ରରେ ଥିବା ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ସହାୟତା – ୧୬ ହଜାର ୩୭୭ କୋଟି ଟଙ୍କା
  • ଗ୍ରାମାଞ୍ଚଳରେ ବ୍ଲକ ସ୍ତରୀୟ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ – ୫ ହଜାର ୨୭୯ କୋଟି ଟଙ୍କା
  • ଗ୍ରାମାଞ୍ଚଳରେ ଅଟ୍ଟାଳିକା ନଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଟ୍ଟାଳିକା ନିର୍ମାଣ – ୭ ହଜାର ୧୬୭ କୋଟି ଟଙ୍କା
  • ଗ୍ରାମାଞ୍ଚଳ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପକେନ୍ଦ୍ରଗୁଡ଼ିକୁ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ରରେ ରୂପାନ୍ତରିତ କରିବା – ୧୫ ହଜାର ୧୦୫ କୋଟି ଟଙ୍କା
  • ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ସହାୟତା – ୨,୦୯୫ କୋଟି ଟଙ୍କା
  • ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ର – ୨୪ ହଜାର ୨୮ କୋଟି ଟଙ୍କା

୨୦୨୧-୨୨ ଆର୍ଥିକ ବର୍ଷରେ ୧୩ ହଜାର ୧୯୨ କୋଟି ଟଙ୍କାର ସ୍ୱାସ୍ଥ୍ୟ ଅନୁଦାନ ଜାରି କରିବା ଲାଗି ସୁପାରିସ କରାଯାଇଥିଲା। ଏହି ଅର୍ଥ ମଧ୍ୟରୁ ଗ୍ରାମାଞ୍ଚଳ ପାଇଁ ୮ ହଜାର ୨୭୩ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ପାଇଁ ୪ ହଜାର ୯୧୯ କୋଟି ଟଙ୍କା ସାମିଲ ରହିଛି।

ବିଶେଷ କରି ଅତ୍ୟାଧୁନିକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ହାସଲରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ପ୍ରଶାସନଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ। ସ୍ଥାନୀୟ ପ୍ରଶାସନଗୁଡ଼ିକୁ ସମ୍ବଳ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ ମାଧ୍ୟମରେ ସୁଦୃଢ଼ କରାଯାଇପାରିଲେ ମହାମାରୀ ଓ ସଂକ୍ରାମକ ରୋଗ ମୁକାବିଲାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ।

ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ବା ନଗରପାଳିକାଗୁଡ଼ିକୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡ଼ିକର ପରିଚାଳକ ସଂସ୍ଥା ଭାବେ ସମ୍ପୃକ୍ତ କରାଯାଇପାରିଲେ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ସ୍ଥାନୀୟ ପ୍ରଶାସନର ସମ୍ପୃକ୍ତି ଫଳରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଲୋକମାନଙ୍କ ପାଇଁ ଉତ୍ତରଦାୟୀ ହୋଇପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରିଆରେ ସମ୍ପୃକ୍ତ ରାଜ୍ୟମାନଙ୍କ ଠାରୁ ପ୍ରସ୍ତାବ ମିଳିବା ପରେ ଅବଶିଷ୍ଟ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା ଅନୁଦାନ ଯୋଗାଇ ଦିଆଯିବ।

ଅର୍ଥ ମନ୍ତ୍ରଣାଳୟ ପଞ୍ଚଦଶ ଅର୍ଥ ଆୟୋଗ ପଞ୍ଚାୟତ ପଞ୍ଚାୟତିରାଜ ସଂସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାହିଦା ବୃଦ୍ଧି ସମୟରେ ନିରବିଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରୁଛନ୍ତି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ

May 21, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ଦିନିଆ ବିଦେଶ ଗସ୍ତ, ଭାରତକୁ ମିଳିଲା କେତେ ଲାଭ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.