Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆପଣଙ୍କ କଥା କହିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି କାମ
ଜାତୀୟ ଖବର

‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆପଣଙ୍କ କଥା କହିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି କାମ

November 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
'ମନ କି ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆପଣଙ୍କ କଥା କହିବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି କାମ

ନୂଆଦିଲ୍ଲୀ: ପ୍ରତିମାସର ଶେଷ ରବିବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ହେଉଛି ‘ମନ କି ବାତ୍’। ଏହା ଅଲ ଇଣ୍ଡିଆ ରେଡିଓରେ ପ୍ରସାରଣ କରାଯାଇଥାଏ। ଚଳିତ ମାସ ଶେଷ ରବିବାରରେ ଅର୍ଥାତ ନଭେମ୍ବର 28 ତାରିଖରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରରଣ କରାଯିବ। ତେବେ ଏଥର ଏହି ‘ମନ କି ବାତ୍’ କାର୍ଯ୍ୟକ୍ରମ ଟିକିଏ ଭିନ୍ନ କରାଯିବାକୁ ପ୍ରୟାସ କରାଯାଇଛି।

ଏଥର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଲୋକଙ୍କ କଥା ପ୍ରଧାନମନ୍ତ୍ରୀ କହିବେ ବୋଲି ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ପଦକ୍ଷେପ ଅନୁସାରେ ଆପଣ ଆପଣଙ୍କର କୌଣସି ଅଭିନବ ଯୋଜନା ରହିଛି ତେବେ ତାହାକୁ ଆପଣ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ପାରିବେ। ଏଥିସହିତ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦେଇପାରିବେ ଯାହାକୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ କି ବାତ୍’ ରେ ଆପଣଙ୍କ ନାମ ସହିତ କହିବେ।

ତେବେ ସେଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ ତାହା ଜାଣିବା ନିହାତି ଆବଶ୍ୟକ। ପ୍ରଥମ କଥା ହେଲା ଆପଣଙ୍କ ଯୋଜନା ବା ପ୍ରସ୍ତାବ ଅଭିନବ ହୋଇଥିବା ଆବଶ୍ୟକ। ଯାହା ସାଧାରଣ ଘଟଣାଠାରୁ ନିଶ୍ଚିତ ଅଲଗା ହେବା ଆବଶ୍ୟକ। ସେହିପରି କିଛି ଭିନ୍ନଭିନ୍ନ ପ୍ରସ୍ତାବ ମଧ୍ୟ ପଠାଇପାରିବେ, ଯାହା ଦ୍ବାରା ଅନ୍ୟମାନେ ପ୍ରେରଣା ହାସଲ କରିବେ। ଏସବୁ ପ୍ରସ୍ତାବ ଆପଣ ନଭେମ୍ବର 26 ତାରିଖ ସୁଦ୍ଧା ପଠାଇବା ଆବଶ୍ୟକ। ଫଳରେ ନଭେମ୍ବର 28 ତାରିଖରେ ତାହା ପ୍ରସାରଣ ହେବ।

ଏହି ପ୍ରସ୍ତାବ ପଠାଇବାକୁ ହେଲେ ଆପଣ ଏହି ଲିଙ୍କକୁ କ୍ଲିକ କରନ୍ତୁ- https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-28th-november-2021/

କ୍ଲିକ କରିବା ପରେ ସେଥିରେ ଥିବା ବିଭିନ୍ନ ଟେବୁଲ ପୁରଣ କରି ପଠାନ୍ତୁ। ଯଦି ଏହି ଲିଙ୍କ୍ କିଲ୍କ ହେଉ ନାହିଁ ତେବେ ସିଧା mygovindia ୱେବସାଇଟକୁ ଯାଇ ଆପଣ ଆପଣଙ୍କର ପ୍ରସ୍ତାବ ପଠାଇପାରିବେ। ସେହିପରି ଆପଣ ମଧ୍ୟ namo ଆପକୁ ଡାଉନଲୋଡ କରି ମଧ୍ୟ ପ୍ରସ୍ତାବ ପଠାଇପାରିବେ। ନଚେତ ଆପଣ ଆପଣଙ୍କର ମେସଜ ରେକର୍ଡ କରି PMonAIR କୁ ମଧ୍ୟ ପଠାଇପାରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ ଥିବା ପ୍ରତିଭାମାନଙ୍କ ସଂପର୍କରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନିତ କରିଥାନ୍ତି। ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରନ୍ତି। ଯାହାର ଉଦ୍ଦେଶ୍ୟ ହେଲା ଯେ, ଏଥିରେ ଅନ୍ୟମାନେ ପ୍ରେରଣା ହାସଲ କରନ୍ତୁ। ସେଥିପାଇଁ ଆସନ୍ତା ଶେଷ ରବିବାରରେ ଏହି ମନ କି ବାତ୍ ଏହିପରି ଭିନ୍ନ ଧରଣର କରିବାକୁ ନିଷ୍ପତି କରାଯାଇ ପ୍ରସ୍ତାବ ଆହ୍ବାନ କରାଯାଇଛି।

ଅଲ ଇଣ୍ଡିଆ ରେଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

ପଲାନିସ୍ୱାମୀଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ତିନି AIADMK ବିଧାୟକ, ବିଜୟଙ୍କୁ କଲେ ସମର୍ଥନ

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026

ଭାଇରାଲ ଭିଡିଓ ମାମଲାରେ JDU ବିଧାୟକ ଅନନ୍ତ ସିଂହଙ୍କୁ ଗିରଫ କରାଯିବ କି?: ଆସିଲା ବଡ଼ ଅପଡେଟ୍

May 25, 2026
Latest News

ପୁରୀରେ ହେବ BRICS ସମ୍ମିଳନୀ

May 25, 2026

ସତର୍କତା ଏବଂ ନିରାପଦ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ  ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ 

May 25, 2026

ପଲାନିସ୍ୱାମୀଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ତିନି AIADMK ବିଧାୟକ, ବିଜୟଙ୍କୁ କଲେ ସମର୍ଥନ

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.