Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପିଏମ କିଷାନ ଯୋଜନା: ଏଣିକି ୨ ହଜାର ବଦଳରେ କୃଷକଙ୍କୁ ମିଳିବ ୫ ହଜାର ଟଙ୍କା, ଜାଣନ୍ତୁ କିପରି
ଜାତୀୟ ଖବର

ପିଏମ କିଷାନ ଯୋଜନା: ଏଣିକି ୨ ହଜାର ବଦଳରେ କୃଷକଙ୍କୁ ମିଳିବ ୫ ହଜାର ଟଙ୍କା, ଜାଣନ୍ତୁ କିପରି

November 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଷାନ ସମ୍ମାନ ନିଧି ଯୋଜନା
୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପିଏମ କିଷାନ ଯୋଜନାର ସୁଯୋଗ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଦେଶର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ପରିଚାଳିତ, ଯେଉଁଥିରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏଥିରେ ୨୦୦୦-୨୦୦୦ ଟଙ୍କାର ତିନୋଟି କିସ୍ତି ଉପଲବ୍ଧ। କିନ୍ତୁ ବର୍ତ୍ତମାନ ଆପଣ ଏହି ଯୋଜନାରେ ୨୦୦୦ ଟଙ୍କା ବଦଳରେ ପୂର୍ଣ୍ଣ ୫୦୦୦ ଟଙ୍କା ଲାଭ ପାଇବେ। ଯାହାଫଳରେ ଆପଣ ୩୦୦୦ ଟଙ୍କା ଅତିରିକ୍ତ ଲାଭ ପାଇବେ। ଜାଣନ୍ତୁ କିପରି-

ପିଏମ କିଷାନ ଯୋଜନା ଅନୁଯାୟୀ କୃଷକମାନେ ଏପର୍ଯ୍ୟନ୍ତ ମୋଟ ୯ କିସ୍ତି ପାଇଛନ୍ତି ଏବଂ ଦଶମ କିସ୍ତିର ଟଙ୍କା ମଧ୍ୟ ଡିସେମ୍ବର ସୁଦ୍ଧା କୃଷକଙ୍କ ଆକାଉଣ୍ଟରେ ଜମା ହେବ। ଏହି ଯୋଜନାରେ ଅତିରିକ୍ତ ୩୦୦୦ ଟଙ୍କାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ‘ପିଏମ କିଷାନ ମାନଧାନ ଯୋଜନା’ ରେ ପଞ୍ଜିକରଣ କରିବାକୁ ପଡିବ। ଯଦି ଆପଣ ଏହି ଯୋଜନାରେ ପଞ୍ଜୀକୃତ ହୁଅନ୍ତି, ତେବେ ଆପଣ ବୃଦ୍ଧାବସ୍ଥାରେ ମାସିକ ୩୦୦୦ ଟଙ୍କା ପେନ୍‌ସନ୍‌ର ସୁବିଧା ପାଇବେ।

୬୦ ବର୍ଷ ପରେ ପେନ୍ସନ୍ ଉପଲବ୍ଧ ହେବ:

ପ୍ରଧାନମନ୍ତ୍ରୀ କିଷାନ ମାନଧାନ ଯୋଜନା ଅଧୀନରେ କୃଷକମାନେ ୬୦ ବର୍ଷ ପରେ ପେନ୍ସନ୍ ସୁବିଧା ମଧ୍ୟ ପାଇବେ ଏବଂ ବିଶେଷ କଥା ହେଉଛି ଏଥିପାଇଁ କୌଣସି ପୃଥକ କାଗଜପତ୍ର କିମ୍ବା ଡକ୍ୟୁମେଣ୍ଟେସନ୍ ଆବଶ୍ୟକ ହେବ ନାହିଁ।

ପେନ୍ସନ୍ ପାଇଁ ପଞ୍ଜୀକରଣ:

ଆମେ ଆପଣଙ୍କୁ କହିଦେଉଛୁ ଯେ, ଯେଉଁ କୃଷକମାନେ ‘ପିଏମ କିଷାନ ଯୋଜନା’ ର ଲାଭ ଉଠାନ୍ତି, ସେମାନେ ସିଧାସଳଖ ‘ପିଏମ କିଷାନ ମାନଧାନ ଯୋଜନା’ ରେ ପଞ୍ଜିକୃତ ହେବେ। ଏହି ଯୋଜନାରେ ସାଧାରଣ ଜନତା ଅନେକ ବିଶେଷ ସୁବିଧା ପାଆନ୍ତି।

ପିଏମ କିଷାନ ମାନଧାନ ଯୋଜନା କ’ଣ?:

ପିଏମ କିଷାନ ମାନଧାନ ଯୋଜନା ଅଧୀନରେ ୬୦ ବର୍ଷ ପରେ ପେନସନର ସୁବିଧା ରହିଛି। ଚାଷୀଙ୍କ ବୃଦ୍ଧାବସ୍ଥାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ଯେକୌଣସି କୃଷକ ଏହି ଯୋଜନାରେ ବିନିଯୋଗ କରିପାରିବେ। ଏହା ଅଧୀନରେ ଚାଷୀଙ୍କୁ ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ମିଳିଥାଏ।

ଏହି ଦଲିଲଗୁଡ଼ିକ ଆବଶ୍ୟକ ହେବ:

ଏହି ଯୋଜନା ପାଇଁ ଆପଣଙ୍କୁ ଆଧାର କାର୍ଡ, ପରିଚୟ ପତ୍ର, ବୟସ ପ୍ରମାଣ, ଆୟ ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟ ପାସବୁକ୍, ମୋବାଇଲ୍ ନମ୍ବର କିମ୍ବା ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଦରକାର।

ଦଶମ କିସ୍ତି ପାଇଁ ଟଙ୍କା କେବେ ଆସିବ ଜାଣନ୍ତୁ?:

ବର୍ତ୍ତମାନ ପର୍ଯ୍ୟନ୍ତ ୧୧.୩୭ କୋଟି ଚାଷୀ ଏହି ଯୋଜନାର ଲାଭ ପାଇଛନ୍ତି। ଏହି ଯୋଜନା ଅଧୀନରେ ସରକାର ୧.୫୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ସରକାର ଦେଇଥିବା ସୂଚନା ଅନୁଯାୟୀ, ଡିସେମ୍ବର ୧୫ ତାରିଖ ୨୦୨୧ ସୁଦ୍ଧା ଆପଣ ପିଏମ କିସାନ ସମ୍ମାନ ନିଧି ଯୋଜନାର ଦଶମ କିସ୍ତି ପାଇଁ ଟଙ୍କା ପାଇବେ। ଏଥର ଖ୍ରୀଷ୍ଟମାସ ପୂର୍ବରୁ ଏହି ଟଙ୍କା କୃଷକଙ୍କ ଆକାଉଣ୍ଟରେ ଜମା ହେବ।

ଆର୍ଥିକ ସହାୟତା ଖୁସି ଖବର ପିଏମ କିଷାନ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.