Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାୟୁ ପ୍ରଦୂଷଣ ନେଇ କଲବଲ ଦିଲ୍ଲୀ ବାସିନ୍ଧା, ଲକଡାଇନ ଘୋଷଣା କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ଜାତୀୟ ଖବର

ବାୟୁ ପ୍ରଦୂଷଣ ନେଇ କଲବଲ ଦିଲ୍ଲୀ ବାସିନ୍ଧା, ଲକଡାଇନ ଘୋଷଣା କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

November 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାୟୁ ପ୍ରଦୂଷଣ ଯୋଗୁଁ କଲବଲ ହେଲେ ଦିଲ୍ଲୀ ବାସିନ୍ଧା, ସପ୍ତାହ ପାଇଁ ସ୍କୁଲ କଲେଜ, ଅଫିସ ବନ୍ଦ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀ ବାୟୁ ପ୍ରଦୂଷଣର ମାତ୍ର ବେଶ୍ ବୃଦ୍ଧି ପାଇଛି। ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ  ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି। ଶନିବାର ଦିନ ଏହା ସର୍ବାଧିକ 499 ସୂଚକାଙ୍କ ପହଁଚିଛି। ଏହା କୁତବ ମିନାର, ଲୋଟସ୍ ମନ୍ଦିର, ଅକ୍ଷରଧ୍ୟାମ ମନ୍ଦିର ପରିସରରେ 200-500 ମିଟର ପର୍ଯ୍ୟନ୍ତ ଦୃଶ୍ୟତାକୁ ହ୍ରାସ କରିଛି।

ଏହା ବ୍ୟତୀତ ଲୋକମାନେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଅବସ୍ଥା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଗାଜିଆବାଦ, ନୋଏଡା ଏବଂ ଫରିଦାବାଦ ସମେତ ନିକଟ ସହରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି।

ସୁପ୍ରିମକୋର୍ଟ ଦିଲ୍ଲୀକୁ ଲକ ଡାଉନ କରିବାକୁ ପରାମର୍ଶ ଦେଇଛନ୍ତି। ଏକ ପିଏଲ୍ ଶୁଣାଣି କରି ସୁପ୍ରିମକୋର୍ଟ ଶନିବାର ଦିନ ଦିଲ୍ଲୀରେ ଦୁଇ ଦିନିଆ ଲକଡାଉନ କରିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କୋର୍ଟ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, “ପ୍ରଦୂଷଣ ଯାଞ୍ଚ କରିବା ପାଇଁ କେନ୍ଦ୍ର ତୁରନ୍ତ ଜରୁରୀକାଳୀନ ପଦକ୍ଷେପ ନେବା ଆବଶ୍ୟକ। ଯଦି ଆବଶ୍ୟକ ହୁଏ ତେବେ ଦୁଇ ଦିନିଆ ଲକଡାଉନ କରନ୍ତୁ।

ଶନିବାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଏନ.ଭି ରମନା, ଜଷ୍ଟିସ ଡି.ଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣ ଯାଞ୍ଚ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପଚାରିଛନ୍ତି। ଏଥିସହ, ଏ ବାବଦରେ ଏକ ଆଫିଡେଭିଟ୍ ଦାଖଲ କରନ୍ତୁ ବୋଲି କୋର୍ଟ କହିଛନ୍ତି। ସିଜେଆଇ କହିଛନ୍ତି ଯେ, “ପରିସ୍ଥିତି କିପରି ଅଛି ତାହା ସମସ୍ତେ ଜାଣନ୍ତି। ଏପରିକି ଆମେ ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉ। ପ୍ରଦୂଷଣର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ମୋତେ କୁହନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ସମସ୍ତ ସ୍କୁଲ ଏକ ସପ୍ତାହ ପାଇଁ ବନ୍ଦ ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ ପିଲାମାନଙ୍କୁ ପ୍ରଦୂଷିତ ବାୟୁ ନ ନେବା ପାଇଁ ସୋମବାର ଠାରୁ ଏକ ସପ୍ତାହ ପାଇଁ ସ୍କୁଲ ବନ୍ଦ ରହିବ। ଏହା ବ୍ୟତୀତ ନଭେମ୍ବର 14 ରୁ 17 ମଧ୍ୟରେ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଏଥିସହିତ ଦିଲ୍ଲୀର ସରକାରୀ ଅଫିସ ଏକ ସସ୍ତାହ ପାଇଁ ବନ୍ଦ ଘୋଷଣା କରାଯାଇଛି।  କର୍ମଚାରୀମାନେ ଆସନ୍ତା ଏକ ସପ୍ତାହ ପାଇଁ ‘ଘରୁ କାମ’ କରିବେ। ଅର୍ଥାତ୍ କର୍ମଚାରୀମାନେ ଅଫିସକୁ ଆସିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ଏହା ସହିତ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ସେମାନଙ୍କ କର୍ମଚାରୀମାନେ ‘ଘରୁ କାମ’ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଦିଲ୍ଲୀ ବାୟୁ ପ୍ରଦୂଷଣ ବାୟୁ ପ୍ରଦୂଷଣ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026
Latest News

ଅଟୋ ଓଲଟି ବିଟେକ୍ ଛାତ୍ର ମୃତ: ୮ ଜଣ ବନ୍ଧୁ ଗୁରୁତର

September 14, 2026

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ଆସନ୍ତୁ ଜାଣିବା ପୂଜାବ୍ରତରେ କାହିଁକି ପିଆଜ ରସୁଣ ଖାଇବାକୁ ମନା

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.