Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ
ଅନ୍ତରାଷ୍ଟ୍ରୀୟ

ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ

November 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: ସିନେଟ୍‌ର ଜନ କର୍ଣ୍ଣୟନଙ୍କ ନେତୃତ୍ୱରେ ଭାରତ ଆସିଥିବା ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିନେଟର ମାଇକେଲ କାର୍ପୋ, ସିନେଟର ଥମାସ ଟ୍ୟୁବରଭିଲେ, ସିନେଟର ମାଇକେଲ ଲୀ, କଂଗ୍ରେସମ୍ୟାନ ଟନ୍ ଗଞ୍ଜାଲେସ୍‌ ଏବଂ କଂଗ୍ରେସ ମ୍ୟାନ ଜନ କେଭିନ ଏଲିଜେ ସିନିୟର ମଧ୍ୟ ଅନ୍ତର୍ଭୁକ୍ତ । ସିନେଟ୍‌ର ଜନ କର୍ଣ୍ଣୟନ ହେଉଛନ୍ତି ଭାରତ ଓ ଆମେରିକୀୟ ଭାରତୀୟ ସିନେଟ୍‌ର ବୃହତ ଗୋଷ୍ଠୀ ମଧ୍ୟରେ ଥିବା ଏକ କ୍ଷୁଦ୍ରଗୋଷ୍ଠୀର ପ୍ରତିଷ୍ଠାତା।

ଭାରତରେ ଜନସଂଖ୍ୟା ଜନିତ ବିବିଧତା ସତ୍ୱେ କୋଭିଡ-୧୯ ପରିସ୍ଥିତିରେ ଚମତ୍କାର ପରିଚାଳନା ନେଇ କଂଗ୍ରେସ ପ୍ରତିନିଧି ଦଳ ସନ୍ତୋଷବ୍ୟକ୍ତ କରିଥିଲେ। ଶତାବ୍ଦୀର ସବୁଠାରୁ ଭୟଙ୍କର ମହାମାରୀକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଜନତାଙ୍କ ଭାଗିଦାରିତା ଓ ସହଯୋଗ ଯୋଗୁଁ ମୁକାବିଲା କରାଯାଇପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଉଭୟ ଦେଶର ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ବିଷୟ ଉପରେ ମଧ୍ୟ ଅବାଧ ଆଲୋଚନା ହୋଇଥିଲା। ଏଥିରେ ଦକ୍ଷିଣ ଏସିଆ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମସ୍ୟା ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ଓ ପରିଦର୍ଶନକାରୀ ପ୍ରତିନିଧି ଦଳ ବୈଶ୍ୱିକ ଶାନ୍ତି ଓ ସ୍ଥିରତା ଦୃଷ୍ଟିରୁ ରଣନୀତିକ ସହଯୋଗ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ସହ ନେବା ଉପରେ ସହମତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ସାଂପ୍ରତିକ ବୈଶ୍ୱିକ ସମସ୍ୟା ଯଥା ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ବୈଷୟିକ ଜ୍ଞାନ ଯୁକ୍ତ ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା ଦିଗରେ ସହଯୋଗ  ନେଇ ମତବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ପୂଜା ଅବସରରେ ସାରା ଦେଶ ଆଜି ଉତ୍ସବମୁଖର

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ବିଶାଳ ରକ୍ତଦାନ ଶିବିର ପାଇଁ ଭୂମି ପୂଜନ

September 14, 2026

ଗଣେଶ ପୂଜା ଅବସରରେ ସାରା ଦେଶ ଆଜି ଉତ୍ସବମୁଖର

September 14, 2026

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.