Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଳିତ ବର୍ଷ ପାଞ୍ଚୋଟି ରାଜ୍ୟର ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି କେତେ ଟଙ୍କା ଖର୍ଚ୍ଚ କରିଛି
ଜାତୀୟ ଖବର

ଚଳିତ ବର୍ଷ ପାଞ୍ଚୋଟି ରାଜ୍ୟର ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି କେତେ ଟଙ୍କା ଖର୍ଚ୍ଚ କରିଛି

November 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ବର୍ଷ ହୋଇଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଯାହା ଖର୍ଚ୍ଚ କରିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। କେବଳ ପଶ୍ଚମବଂଗରେ ଯେତେ ଖର୍ଚ୍ଚ କରିଛି ତାହା ମଧ୍ୟ ବଡ ଆଶ୍ଚର୍ଯ୍ୟର ଘଟଣା ବୋଲି କୁହାଯିବ। କାରଣ ମମତା ବାନାର୍ଜିଙ୍କୁ ହରାଇବା ପାଇଁ ବିଜେପି ପାଣି ପରି ବିପୁଳ ଅର୍ଥ ବ୍ୟୟ କରିଛି। ହେଲେ ମଧ୍ୟ ସେଥିରେ ଦଳ ସଫଳ ହୋଇପାରିଲା ନାହିଁ।

ତେବେ ବିଜେପି ଆସାମ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ କେରଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୨୫୨ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଜଣାପଡିଛି। ନିକଟରେ ନିର୍ବାଚନ କମିଶନରଙ୍କୁ ବିଜେପି ଗତ ନିର୍ବାଚନରେ କେତେ ଖର୍ଚ୍ଚ କରିଛି ତାହାର ହିସାବ ପ୍ରଦାନ କରିଛି।  ସେହି ହିସାବ ଅନୁସାରେ ଦଳ ଏହି ପାଞ୍ଚଟି ରାଜ୍ୟରେ ପ୍ରଚାର ପାଇଁ ୨୫୨ କୋଟି ୨ ଲକ୍ଷ ୭୧ ହଜାର ୭୫୩ ଟଙ୍କା ଖର୍ଚ୍ଚ କରିଛି।

ଏଥିମଧ୍ୟରୁ କେବଳ ପଶ୍ଚିମବଂଗରେ ଦଳ ସର୍ବାଧିକ ୧୫୧ କୋଟି ଟଙ୍କା ଖର୍ଚ୍ଚ କରିଥିବାର ହିସାବ ଦେଇଛି। ମମତା ବାନାର୍ଜିଙ୍କୁ ହରାଇବା ପାଇଁ ଦଳ ସର୍ବାଧିକ ଅର୍ଥ ବ୍ୟୟ କରିଛି। ବିଜେପିର ପାଞ୍ଚୋଟି ବିଧାନସଭା ନିର୍ବାଚନରେ ମୁଖ୍ୟ ଟାର୍ଗେଟ ଥିଲା ପଶ୍ଚିମବଂଗ। ଏହି ରାଜ୍ୟକୁ ଟିଏମସି ହାତରୁ ଛଡାଇବା ପାଇଁ ଦଳ ଯଥା ସମ୍ଭବ ଚେଷ୍ଠା କରିଥିଲା। ହେଲେ ତାହା ସଫଳ ହୋଇପାରିଲା ନାହିଁ। ବିଜେପିର ସର୍ବମୋଟ ଖର୍ଚ୍ଚରୁ ପ୍ରାୟ ୬୦ ପ୍ରତିଶତ ଟଙ୍କା କେବଳ ପଶ୍ଚିମବଂଗରେ ଖର୍ଚ୍ଚ କରିଛି।

ସେହିପରି ଦଳ ଆସାମ ନିର୍ବାଚନରେ ୪୩.୮୧ କୋଟି ଟଙ୍କା ଏବଂ ପୁଡୁଚେରୀରେ ୪.୭୯ କୋଟି ଟଙ୍କା ଖର୍ଚ୍ଚ କରିଛି। ତାମିଲନାଡୁରେ ଦଳ ୨୨.୯୭ କୋଟି ଟଙ୍କା ଖର୍ଚ୍ଚ କରିଛି। କେରଳରେ, ଯେଉଁଠାରେ ବାମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଖଊୠ) ଶାସନ କରିବାରେ ସଫଳ ହୋଇଛି ସେଠାରେ ବିଜେପି ୨୯.୨୪ କୋଟି ଟଙ୍କା ଖର୍ଚ୍ଚ କରିଛି।

ଗତ ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ଖର୍ଚ୍ଚ କରିଛି ତାହାର ହିସାବ ନିର୍ବାଚନ କମିଶନର ମାଗିଥିଲେ। ସେହି ଅନୁସାରେ ବିଭିନ୍ନ ଦଳ ସେମାନଙ୍କର ହିସାବ ପ୍ରଦାନ କରିଛନ୍ତି। ଯାହାକୁ କମିଶନର ସାର୍ବଜନୀନ କରିଛନ୍ତି। ସେହି ହିସାବରେ ବିଜେପି ସର୍ବାଧିକ ଟଙ୍କା ଖର୍ଚ୍ଚ କରିଥିବାର ଜଣାପଡିଛି।

ନିର୍ବାଚନ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.