Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ବିଜେପିର ଭିନ୍ନ ନିତି, ଗୋଟିଏ ପଟେ ମନ୍ତ୍ରୀଙ୍କୁ ଅଣ୍ଡା ମାଡ, ଅନ୍ୟପଟେ ସେହି ସଭାରେ କୋଳାକୋଳି
ବିଶେଷ ଖବର

ରାଜ୍ୟ ବିଜେପିର ଭିନ୍ନ ନିତି, ଗୋଟିଏ ପଟେ ମନ୍ତ୍ରୀଙ୍କୁ ଅଣ୍ଡା ମାଡ, ଅନ୍ୟପଟେ ସେହି ସଭାରେ କୋଳାକୋଳି

November 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ବିଜେପିର ଭିନ୍ନ ନିତି, ଗୋଟିଏ ପଟେ ମନ୍ତ୍ରୀଙ୍କୁ ଅଣ୍ଡା ମାଡ, ଅନ୍ୟପଟେ ସେହି ସଭାରେ କୋଳାକୋଳି

ଭୁବନେଶ୍ବର: ରାଜ୍ୟ ବିଜେପି ମମିତା ହତ୍ୟା ଘଟଣାରେ ଏକ ପ୍ରକାରର ବାଉଳା ହୋଇ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବାରମ୍ବାର ତୁମ୍ବି ତୋଫାନ ଆଉ ହୋ ହାଲ୍ଲା କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ହଟାଉ ନାହିଁନ୍ତି। ଫଳରେ ଦଳ ରାଗିଯାଇ ବର୍ତ୍ତମାନ ମନ୍ତ୍ରୀମାନଙ୍କ ଗସ୍ତକୁ ବିରୋଧ କରିବାରେ ଲାଗିଛି। ମନ୍ତ୍ରୀମାନେ ଯେଉଁଆଡେ ଯାଉଛନ୍ତି ତାଙ୍କ ଗାଡି ଉପରକୁ ଅଣ୍ଡା ଫିଙ୍ଗୁଛନ୍ତି।

ହେଲେ ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ବୈଠକକୁ ବିଜେପି ବିରୋଧ କରୁଛି ସେହି ବୈଠକରେ ବିଜେପି ସାଂସଦ ମନ୍ତ୍ରୀଙ୍କ ସହିତ ବସୁଛନ୍ତି। ଏକାଠି କୋଳାକୋଳି ହେଉଛନ୍ତି। ଏହିପରି ଘଟଣା ଝାରସୁଗୁଡାରେ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନରେ ଦେଖିବାକୁ ମିଳିଛି। ଯେଉଁଥିରେ ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ କାର୍ଡ ବଣ୍ଟନକୁ ସଫଳ କରାଇଥିଲେ।

ଝାରସୁଗଡାରେ ଆୟୋଜିତ ଏହି ସଭା ମଞ୍ଚରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ବଡକଥା ହେଲା ଏହି ସଭାକୁ ବିଜେପି ବିରୋଧ କରୁଥିବା ବେଳେ ସେହି ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ବସିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

ପୂର୍ବରୁ ସେହି ବରଗଡରେ ଆଉ ଏକ ସଭା ହୋଇଥିଲା ଯେଉଁଥିରେ ବିଜେପି କର୍ମିମାନେ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ କରି ସଭାକୁ ବିରୋଧ କରିଥିଲେ। ବିଜେଡି ବିଜେପି କର୍ମି ମୁହାଁମୁହିଁ ହୋଇଥିଲେ। ହେଲେ ସେତେବେଳେ ସେହି ବୈଠକରେ ବିଜେପି ସାଂସଦ ସୁରେଶ ପୂଜାରୀ ନିଜ ନିର୍ବାଚନ ମଣ୍ଡଳି ହୋଇଥିଲେ ମଧ୍ୟ ଯୋଗଦେଇ ନ ଥିଲେ। ସେହି ସଭାରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ଥିଲେ। ଗୋଟିଏ ସଭାରେ ଯୋଗଦେଲେ ନାହିଁ ହେଲେ ଆଉ ଏକ ସଭାରେ ସେ ଯୋଗଦେଲେ। ଯାହାକୁ ନେଇ ସାଂସଦଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏ ନେଇ ସୁରେଶ ପୂଜାରୀଙ୍କୁ ପଚରାଯିବାରୁ ତାଙ୍କର ଉତ୍ତର ଭିନ୍ନ ପ୍ରକାରର ଥିଲା। ଯାହାକୁ କୁହାଯିବ ପିଲାଳିଆମି ଉତ୍ତର।  ସେ କହିଲେ ଯେ ବରଗଡରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ଥିଲେ, ସେଥିପାଇଁ ଯୋଗ ଦେଇ ନ ଥିଲି। ହେଲେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନିଜେ ନ ଆସି ଭଚ୍ୟୁୟାଲି ଥିଲେ। ସେଥିପାଇଁ ଯୋଗଦେଲି। ଏପରି ଉତ୍ତରକୁ ନେଇ ଅନେକ ସମାଲୋଚନା ହେଉଛି। କାରଣ ଯାହା ହେଲେ ବି ମୁଖ୍ୟମନ୍ତ୍ରୀ ସେହି ସଭାରେ ଭାଷଣ ଦେଇଥିଲେ ଏବଂ ତାହା ସରକାରୀ କାର୍ଯ୍ୟକ୍ରମ ଥିଲା। ଯାହାକୁ ବିଜେପି ବିରୋଧ କରୁଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେପିର କିଏ କେତେବେଳେ କଣ କରୁଛି ତାହା ଜାଣିବା ମୁସ୍କିଲ। କହିବାକୁ ଗଲେ ଦଳରେ ଯିଏ ଯାହା ଚାହିଁବ ସିଏ ତାହା କରିବ। ଏଥିରେ ଯେପରି କୌଣସି ଲଗାମ ନାହିଁ। ମମିତା ଘଟଣା ପୂର୍ବରୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବରେ ବିଜେପି ବିଧାୟକମାନେ ଯୋଗ ଦେଇଥିଲେ। ହେଲେ ସେତେବେଳେ ତାହାକୁ ସମାଲୋଚନା କରାଯାଉ ନ ଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ ବିଜେପି ଦଳର ନିତି ପଦାରେ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ନବ ଦାସ ବିଜେପି ମନ୍ତ୍ରୀ ସୁଶାନ୍ତ ସିଂ ମମିତା ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026

ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ

April 11, 2026
Latest News

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.