Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଲଗାତାର ପଞ୍ଚମ ଥର ପାଇଁ ଦେଶର ସବୁଠୁ ସ୍ଵଚ୍ଛ ସହର ହେଲା ଇନ୍ଦୋର, ବାରାଣାସୀକୁ ମିଳିଲା ଏହି ପୁରଷ୍କାର
ଜୀବନ ଶୈଳୀ

ଲଗାତାର ପଞ୍ଚମ ଥର ପାଇଁ ଦେଶର ସବୁଠୁ ସ୍ଵଚ୍ଛ ସହର ହେଲା ଇନ୍ଦୋର, ବାରାଣାସୀକୁ ମିଳିଲା ଏହି ପୁରଷ୍କାର

November 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ‘ସ୍ବଚ୍ଛ ସର୍ବେକ୍ଷଣ-୨୦୨୧’ର ବିଜେତା ଘୋଷିତ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋର ସହର କ୍ରମାଗତ ପଞ୍ଚମ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି। ସ୍ଵଚ୍ଛ ସର୍ବେକ୍ଷଣ-୨୦୨୧ ରେ ସୁରଟ (ଗୁଜୁରାଟ) ଦୁଇ ନମ୍ବରରେ ଏବଂ ବିଜୟୱାଡା (ଆନ୍ଧ୍ରପ୍ରଦେଶ) ତୃତୀୟ ସ୍ଥାନରେ ରହିଛି। ଏଥି ସହିତ, ୟୁପିର ବାରାଣାସୀ ସ୍ୱଚ୍ଛ ଗଙ୍ଗା ସହରର ଆଖ୍ୟା ପାଇଛି। ସ୍ଵଚ୍ଛ ଭାରତ ମିଶନ-ସହରୀ ୨.୦ ଅଧୀନରେ ଭାରତକୁ ଅଳିଆ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁଯାୟୀ, ଏହି କାର୍ଯ୍ୟରେ ଆବର୍ଜନାମୁକ୍ତ ସହର ବର୍ଗରେ ସାର୍ଟିଫିକେଟ୍ ପ୍ରାପ୍ତ ସହରଗୁଡିକ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟର ‘ସଫାଇମିତ୍ର ସୁରକ୍ଷା ଚ୍ୟାଲେଞ୍ଜ’ ଉଦ୍ୟମରେ ସର୍ବୋତ୍ତମ ପ୍ରଦର୍ଶନ କରୁଥିବା ସହରଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରୁଥିବାବେଳେ ସଫାଇ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରାଯାଇଛି। ଏଥର ୪୩୨୦ ସହରକୁ ସ୍ଵଚ୍ଛ ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାକି ବିଶ୍ୱର ସବୁଠୁ ବଡ ସ୍ୱଚ୍ଛତା ସର୍ବେକ୍ଷଣ ଅଟେ।

୨୦୧୬ ମସିହାରେ ଏହି ପଦକ୍ଷେପ ଆରମ୍ଭରେ କେବଳ ୭୩ ଟି ପ୍ରମୁଖ ସହରକୁ ଏହି ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ବର୍ଷର ସର୍ବେକ୍ଷଣର ସଫଳତାକୁ ଏଥର ନାଗରିକଙ୍କଠାରୁ ପ୍ରାପ୍ତ ଫିଡବ୍ୟାକ୍ ଆଧାରରେ ବିଚାର କରାଯାଇଥାଏ। ଏଥର ପାଞ୍ଚ କୋଟିରୁ ଅଧିକ ଫିଡବ୍ୟାକ୍ ଆସିଥିଲା। ଗତ ବର୍ଷ ଏହି ସଂଖ୍ୟା ୧.୮୭ କୋଟି ଥିଲା।

‘ସ୍ବଚ୍ଛ ସର୍ବେକ୍ଷଣ-୨୦୨୧’ ବିଷୟରେ ମନ୍ତ୍ରଣାଳୟ କହିଛି ଯେ, ଭୂମି ସ୍ତରରେ ରାଜ୍ୟ ତଥା ସହରଗୁଡିକର ପ୍ରଦର୍ଶନରେ ବିଶେଷ ଉନ୍ନତି ହୋଇଛି। ଉଦାହରଣ ସ୍ୱରୂପ, ୬ ଟି ରାଜ୍ୟ ଏବଂ ୬ ଟି କେନ୍ଦ୍ରଶାସିତ ଅଞ୍ଚଳ ତୃଣମୂଳ ସ୍ତରରେ କାର୍ଯ୍ୟଦକ୍ଷତାକୁ ପାଞ୍ଚରୁ ୨୫ ପ୍ରତିଶତକୁ ଉନ୍ନତ କରିଛି ବୋଲି ଏଥିରେ କୁହାଯାଇଛି।

ଇନ୍ଦୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ଭାରତରେ ବଢ଼ୁଛି ମଧୁମେହ-ମୋଟପାର ବୋଝ: ଜୀବନଶୈଳୀ ରୋଗ ନେଇ ବଢ଼ିଲା ଚିନ୍ତା

August 23, 2026

ସମ୍ପତ୍ତି ନିୟମ: ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅର NOC ବିନା ପୁଅକୁ ଫ୍ଲାଟ୍ ଦେଇପାରିବେ କି ମା’? ଜାଣନ୍ତୁ କଣ ରହିଛି ନିୟମ

August 23, 2026
Latest News

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

August 23, 2026

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026

ୟୁପି ନିର୍ବାଚନରେ ​​ଆପ-ସପା ମଧ୍ୟରେ ମେଣ୍ଟ ହେବ କି?: ଅଖିଳେଶ ଯାଦବଙ୍କୁ ଭେଟିଲେ ସଂଜୟ ସିଂହ 

August 23, 2026

ପୁଣି ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କଲେ ପାଡିକ୍କଲ୍: ରଚିଲେ ଇତିହାସ

August 23, 2026

‘ସରକାର ବିଶ୍ୱାସଘାତକ କରୁଛନ୍ତି’: CJP ର ଗମ୍ଭୀର ଅଭିଯୋଗ, ପ୍ରତିବାଦ ପାଇଁ ଦେଲା ଚେତାବନୀ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.