Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦର ଶୀତକାଳୀନ ଅଧିବେଶନ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ
ବିଶେଷ ଖବର

ସଂସଦର ଶୀତକାଳୀନ ଅଧିବେଶନ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

November 28, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ସରକାରଙ୍କର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଦଘାଟନୀ ଅଭିଭାଷଣ ରଖି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସଂସଦର ଆଗାମୀ ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ସଂସଦର ଶୀତକାଳୀନ ଅଧିବେଶନ ୨୯ ନଭେମ୍ବର ସୋମବାର ଠାରୁ ଆରମ୍ଭ ହେବ। ସରକାରୀ କାର୍ଯ୍ୟଦିବସ ସହିତ ଏହି ଅଧିବେଶନ ୨୩ ଡିସେମ୍ବର, ଗୁରୁବାର ଦିନ ଶେଷ ହେବ। 25 ଦିନର ଅବଧି ମଧ୍ୟରେ ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି।

ସେ କହିଥିଲେ ଯେ ସଂସଦର ଶୀତକାଳୀନ ଅଧିବେଶନର ସୁପରିଚାଳନା ପାଇଁ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗର ସଚିବ/ବରିଷ୍ଠ ଅଧିକାରୀମାନଙ୍କ ସହିତ ଦୁଇଟି ବୈଠକ ଗତ ୫ ଏବଂ ୨୭ ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଶୀତକାଳୀନ ଅଧିବେଶନରେ ଆପାତତଃ ୩୭ଟି ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ଚୟନ କରାଯାଇଛି। ଏଥିମଧ୍ୟରେ ୩୬ଟି ବିଲ ଏବଂ ଗୋଟିଏ ଆର୍ଥିକ ପ୍ରସଙ୍ଗ ସାମିଲ ରହିଛି।

ଅଧ୍ୟାଦେଶ ସ୍ଥାନରେ ତିନୋଟି ବିଲ (i) ନାର୍କୋଟିକ ଡ୍ରଗ୍ସ ଏବଂ ସାଇକୋଟ୍ରପିକ ପଦାର୍ଥ (ସଂଶୋଧନ) ଅଧ୍ୟାଦେଶ, ୨୦୨୧; (ii) କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ) ଅଧ୍ୟାଦେଶ, ୨୦୨୧ ଏବଂ (iii) ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ଅଧ୍ୟାଦେଶ ସଂସଦରେ ଉପସ୍ଥାପନ କରାଯାଇ ଆଇନ ଭାବେ ପ୍ରଣିତ ହେବ। ମନ୍ତ୍ରୀ କହିଥିଲେ ଯେ, ସଂସଦର ନିୟମ ଏବଂ ପ୍ରକ୍ରିୟା ଅନୁଯାୟୀ, ସଦନରେ ଯେକୌଣସି ବିଷୟ ଉପରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ସଦନର ସୁପରିଚାଳନା ନିମନ୍ତେ ସହଯୋଗ ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଶ୍ରୀ ଯୋଶୀ ଅନୁରୋଧ କରିଥିଲେ।

ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଏହାକୁ ଶୁଣିବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସମସ୍ତ ପ୍ରସଙ୍ଗକୁ ଗ୍ରହଣ କରିବା ସହିତ ଆଲୋଚନା ଫଳପ୍ରଦ ହେବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।  ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସେ କହିଥିଲେ। ସେ କହିଥିଲେ ଯେ, ଏ ସଂକ୍ରାନ୍ତରେ ସଂସଦରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଥିବା ଦଳଗୁଡ଼ିକ ଇଚ୍ଛାପ୍ରକଟ କରିଛନ୍ତି ଏବଂ ସରକାର ମଧ୍ୟ ସଂସଦରେ ସୁସ୍ଥ ଆଲୋଚନା ଚାହୁଁଛନ୍ତି।

ଏହି ବୈଠକରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏବଂ ଶ୍ରୀ ଭି. ମୂରଲୀଧରନ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ବିଜେପି ସମେତ କଂଗ୍ରେସ, ଡିଏମକେ, ତୃଣମୂଳ କଂଗ୍ରେସ, ଓ୍ବାଇଏସଆର କଂଗ୍ରେସ ପାର୍ଟି, ଜେଡିୟୁ, ବିଜେଡି, ବିଏସପି, ଟିଆରଏସ, ଶିବସେନା, ଲୋକ ଜନଶକ୍ତି ପାର୍ଟି, ଏନସିପି, ସମାଜବାଦୀ ପାର୍ଟି, ସିପିଆଇ(ଏମ), ଆଇୟୁଏମଏଲ, ଟିଡିପି, ଆପନା ଦଳ, ସିପିଆଇ, ଏନପିଏଫ, ଶିରୋମଣି ଅକାଳୀ ଦଳ, ଆମ ଆଦମୀ ପାର୍ଟି, ଏଆଇଏଡିଏମକେ, କେସିଏମ, ଏମଏନଏଫ, ଆରଏସପି, ଆରପିଆଇ(ଏ), ଆରଜେଡି, ଏନପିପି, ଏମଡିଏମକେ, ଜେକେଏନସି, ତାମିଲ ମାନିଲା କଂଗ୍ରେସ (ଏମ) ଆଦି ୩୦ରୁ ଅଧିକ ରାଜନୈତିକ ଦଳ ନେତାମାନେ ଯୋଗ ଦେଇଥିଲେ।

ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବାକୁ ଥିବା ବିଲର ତାଲିକା,୨୦୨୧

 ଆଇନଗତ କାର୍ଯ୍ୟସୂଚୀ:

  1. ନାର୍କୋଟିକ ଡ୍ରଗ୍ସ ଏବଂ ସାଇକୋଟ୍ରପି ଉପାଦାନ (ସଂଶୋଧନ) ବିଲ, ୨୦୨୧ (ଅଧ୍ୟାଦେଶ ସ୍ଥାନ ନେବ)
  2. ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ବିଲ, ୨୦୨୧(ଅଧ୍ୟାଦେଶ ସ୍ଥାନ ନେବ)
  3. କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ) ବିଲ, ୨୦୨୧ (ଅଧ୍ୟାଦେଶ ସ୍ଥାନ ନେବ)
  4. ଲୋକସଭାରେ ଗୃହିତ ନଦୀବନ୍ଧ ସୁରକ୍ଷା ବିଲ, ୨୦୧୯
  5. ଲୋକସଭାରେ ଗୃହିତ ସରୋଗେସୀ (ନିୟାମକ) ବିଲ, ୨୦୧୯
  6. ଅଭିଭାବକ ଏବଂ ବରିଷ୍ଠ ନାଗରିକ (ସଂଶୋଧନ) ବିଲ, ୨୦୧୯ ପରିଚାଳନା ଏବଂ କଲ୍ୟାଣ ବିଲ, ୨୦୧୯
  7. ସହାୟକ ପ୍ରଜନନ ପ୍ରଯୁକ୍ତି (ନିୟାମକ) ବିଲ, ୨୦୨୦
  8. ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ (ଦରମା ଏବଂ ଚାକିରି ସର୍ତ୍ତାବଳୀ) ସଂଶୋଧନ ବିଲ, ୨୦୨୧
  9. ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଏବଂ ରିସର୍ଚ୍ଚ (ସଂଶୋଧନ) ବିଲ, ୨୦୨୧
  10. କୃଷି ଆଇନ ଉଚ୍ଛେଦ ବିଲ, ୨୦୨୧
  11. ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ, ଦ କଷ୍ଟ ଆଣ୍ଡ ଓ୍ବର୍କ୍ସ ଆକାଉଣ୍ଟାଣ୍ଟ୍ସ ଏବଂ କମ୍ପାନୀ ସେକ୍ରେଟାରୀଜ (ସଂଶୋଧନ) ବିଲ, ୨୦୨୧
  12. ଦେବାଳିଆ ଏବଂ ଦେବାଳିଆପଣ (ଦ୍ବିତୀୟ ସଂଶୋଧନ) ବିଲ, ୨୦୨୧
  13. କ୍ୟାଣ୍ଟନମେଣ୍ଟ ବିଲ, ୨୦୨୧
  14. ଇଣ୍ଟର ସର୍ଭିସେସ ସଂଗଠନ (ଆଦେଶ, ନିୟନ୍ତ୍ରଣ ଓ ଶୃଙ୍ଖଳା) ବିଲ, ୨୦୨୧
  15. ପ୍ରବାସ ବିଲ, ୨୦୨୧
  16. କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ ଡିଜିଟାଲ କରେନ୍ସି ବିଲର ନିୟନ୍ତ୍ରଣ, ୨୦୨୧
  17. ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ, ୨୦୨୧
  18. ବ୍ୟାଙ୍କିଙ୍ଗ ଆଇନ (ସଂଶୋଧନ) ବିଲ, ୨୦୨୧
  19. ଭାରତୀୟ ସାମୁଦ୍ରିକ ମତ୍ସ୍ୟପାଳନ ବିଲ, ୨୦୨୧
  20. ଜାତୀୟ ଦନ୍ତଚିକିତ୍ସା କମିଶନ ବିଲ, ୨୦୨୧
  21. ଜାତୀୟ ନର୍ସିଂ ମିଡଓ୍ବାଇଫରୀ କମିଶନ ବିଲ, ୨୦୨୧
  22. ମେଟ୍ରୋ ରେଳ (ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ବିଲ, ୨୦୨୧)
  23. ଶକ୍ତି ସଂରକ୍ଷଣ (ସଂଶୋଧନ) ବିଲ, ୨୦୨୧
  24. ବିଦ୍ୟୁତ (ସଂଶୋଧନ) ବିଲ, ୨୦୨୧
  25. ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଜନଜାତି) ଆଦେଶ (ସଂଶୋଧନ) ବିଲ, ୨୦୨୧ (ଉତ୍ତରପ୍ରଦେଶ ସଂକ୍ରାନ୍ତ)
  26. ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଜନଜାତି) ଆଦେଶ (ସଂଶୋଧନ) ବିଲ, ୨୦୨୧ (ତ୍ରିପୁରା ସଂକ୍ରାନ୍ତ)
  27. ମାନବ ଚାଲାଣ (ନିରାକରଣ, ସୁରକ୍ଷା ଏବଂ ଥଇଥାନ) ବିଲ, ୨୦୨୧
  28. ମେଡିଏସନ ବିଲ, ୨୦୧୧
  29. ଖଣିଜ (ସଂଶୋଧନ) ବିଲ, ୨୦୧୧(ପ୍ରତ୍ୟାହାର ପାଇଁ)
  30. ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଏବଂ ଚାକିରି ସର୍ତ୍ତାବଳୀ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୧(ପ୍ରତ୍ୟାହାର ପାଇଁ)
  31. କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂକ୍ରାନ୍ତ ଆଇନ (ସଂଶୋଧନ) ବିଲ, ୨୦୧୩ (ପ୍ରତ୍ୟାହାର ପାଇଁ)
  32. ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ (ଖାଲି ପଦବୀର ବାଧ୍ୟତାମୂଳକ ବିଜ୍ଞପ୍ତି) ସଂଶୋଧନ ବିଲ, ୨୦୧୩ (ପ୍ରତ୍ୟାହାର ପାଇଁ)
  33. ଓ୍ବାକଫ ସମ୍ପତ୍ତି (ଅନଧିକୃତ ଦଖଲ ଉଚ୍ଛେଦ) ବିଲ, ୨୦୧୪ (ପ୍ରତ୍ୟାହାର ପାଇଁ)

ଆର୍ଥିକ କାର୍ଯ୍ୟସୂଚୀ

୨୦୨୧-୨୨ ଆର୍ଥିକ ବର୍ଷର ଅନୁଦାନ ପାଇଁ ଅତିରିକ୍ତ ବଜେଟର ଦ୍ବିତୀୟ ପର୍ଯ୍ୟାୟ ଉପରେ ଉପସ୍ଥାପନା, ଆଲୋଚନା ଏବଂ ମତଦାନ ଏବଂ ବିନିଯୋଗ ସଂକ୍ରାନ୍ତ ପ୍ରସ୍ତାବ ଉପସ୍ଥାପନା, ଆଲୋଚନା ଏବଂ ଅନୁମୋଦନ ଲାଭ କରିବା ସଂକ୍ରାନ୍ତ ବିଲ।

 

ଶୀତକାଳୀନ ଅଧିବେଶନ ସର୍ବଦଳୀୟ ବୈଠକ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ଲୋକସଭା ବିଶେଷାଧିକାର କମିଟିର ନୋଟିସ: ଜାଣନ୍ତୁ କାରଣ

August 14, 2026

ଗତ ଦଶନ୍ଧିରେ ଦେଶ ଦ୍ରୁତ ପ୍ରଗତି କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 14, 2026

‘ମୋ ବିବୃତ୍ତିକୁ ଭୁଲ ଭାବରେ ଦର୍ଶାଇ ଯୁବକମାନଙ୍କୁ ଭ୍ରମିତ କରାଯାଇଛି’: ସିଜେଆଇ

August 14, 2026
Latest News

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026

୧୦୫୭ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ସମ୍ମାନ: ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.