Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ ଚାଲିଛି ହସ୍ତତନ୍ତ ବଜାର, କରୋନା ସମୟରେ ମଧ୍ୟ ଗ୍ରାହକଙ୍କ ବଢୁଛି ଆଗ୍ରହ
ବିଶେଷ ଖବର

ଭୁବନେଶ୍ବରରେ ଚାଲିଛି ହସ୍ତତନ୍ତ ବଜାର, କରୋନା ସମୟରେ ମଧ୍ୟ ଗ୍ରାହକଙ୍କ ବଢୁଛି ଆଗ୍ରହ

December 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଚାଲିଛି ହସ୍ତତନ୍ତ ବଜାର, କରୋନା ସମୟରେ ମଧ୍ୟ ଗ୍ରାହକଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ‘ବୟନିକା’ ଦ୍ୱାରା ହସ୍ତତନ୍ତ ବଜାର ଗତ ୨୫ ତାରିଖରୁ ଚଳିତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପରିଦର୍ଶନ କରିଥିଲେ । ତାଙ୍କ ସହିତ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ‘ବୟନିକା’ର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ପରିଦର୍ଶନ କରିଥିଲେ ।

ବଜାରରେ ‘ବୟନିକା’ ବ୍ୟତୀତ ୧୪ଟି ବୟନମଣ୍ଡଳର ୩୩ଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶିତ ଓ ବିକ୍ରୟ ହେଉଛି । ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶାଢ଼ି, ବମକେଇ ଶାଢ଼ି, ବରଗଡ଼ ଜିଲ୍ଲାର କଟନ୍‌ ବାନ୍ଧ ଶାଢ଼ି, ବେଡ୍‌ସିଟ୍‌, ଆଠଗଡ଼ର ଖଣ୍ଡୁଆ ଓ ମାଣିଆବନ୍ଧ ଶାଢ଼ି, କଟକ ଗୋପାଳପୁରର ଟସର ବସ୍ତ୍ର, ବ୍ରହ୍ମପୁର ସୂତା ଶାଢ଼ି ଏବଂ କୋରାପୁଟ ଜିଲ୍ଲାର କୋଟପାଡ଼ ବସ୍ତ୍ର ଇତ୍ୟାଦି ଉପଲବ୍ଧ ହେଉଛି ।

ଏତଦ୍‌ବ୍ୟତୀତ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଉତ୍ପାଦିତ ବସ୍ତ୍ର ପ୍ରଦର୍ଶିତ କରାଯାଇଛି । ମନ୍ତ୍ରୀ ଶ୍ରୀମତୀ ଦିଆନ୍‌ ଓ ବିଭାଗୀୟ ଶାସନ ସଚିବ ପ୍ରତ୍ୟେକ ଷ୍ଟଲ ବୁଲି ବୁଣାକାରମାନେ ପ୍ରସ୍ତୁତ କରିଥିବା ନୂତନ ଡିଜାଇନ୍‌ର ବସ୍ତ୍ରଗୁଡ଼ିକ ଦେଖିବା ସହିତ ନୂତନ ଡିଜାଇନ୍‌ର ବସ୍ତ୍ର ବୁଣି ବୁଣାକାରମାନେ ଅଧିକ ଉପାର୍ଜନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ଉପରୋକ୍ତ ୩୩ଟି ସମିତି ବ୍ୟତୀତ ଏକାମ୍ର କୁଟୀରରେ ଅନ୍ୟ ୪୪ଟି ପ୍ରାଥମିକ ସମିତି/ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ବଜାରରେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅଂଶଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟହ ଏହି ହସ୍ତତନ୍ତ ବଜାରକୁ ଦର୍ଶକ ଓ ଗ୍ରାହକମାନେ ଆସି ସେମାନଙ୍କର ଆବଶ୍ୟକୀୟ ବସ୍ତ୍ର କ୍ରୟ କରୁଛନ୍ତି । ଡିସେମ୍ବର ୧ ତାରିଖ ସୁଦ୍ଧା ହସ୍ତତନ୍ତ ବଜାରରେ ୨୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବିକ୍ରୟ ହୋଇଛି ।

କରୋନା ପରବର୍ତ୍ତୀ ସମୟରେ ଆୟୋଜିତ ହୋଇଥିବା ଏହି ହସ୍ତତନ୍ତ ବଜାର ବୁଣାକାରମାନଙ୍କର ଗଚ୍ଛିତ ଲୁଗା ବିକ୍ରିର ହେବାରେ ସହାୟକ ହୋଇଛି ବୋଲି ଅଂଶଗ୍ରହଣକାରୀ ବୁଣାକାରମାନେ ମତ ଦେଇଛନ୍ତି ।

ଏକାମ୍ର ହାଟ ବୟନିକା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026

ବିଜେପିରେ ଯୋଗଦେଲେ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ: ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

March 18, 2026

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.