Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ସମ୍ପର୍କ ହେବ ଆହୁରି ମଜବୁତ
ଜାତୀୟ ଖବର

ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ସମ୍ପର୍କ ହେବ ଆହୁରି ମଜବୁତ

December 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ହାଇଦ୍ରାବାଦ ଗୃହରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ହୋଇଥିଲା। ଏକବିଂଶତମ ବାର୍ଷିକ ଭାରତ-ଋଷ ସମ୍ମିଳନୀରେ ଉଭୟ ନେତା ଯୋଗ ଦେଇଥିଲେ। ଭାରତ ଏବଂ ଋଷ ମଧ୍ୟରେ ଏହା ହେଉଛି ଏକବିଂଶତମ ବାର୍ଷିକ ସମ୍ମିଳନୀ। ଋଷର ରାଷ୍ଟ୍ରପତି କିଛି ଘଣ୍ଟା ପାଇଁ ଭାରତ ଗସ୍ତରେ ରହିବେ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ମଧ୍ୟ ଆମର ସମ୍ପର୍କକୁ ଆଗକୁ ନେବା ପାଇଁ ଆମେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ଗ୍ରହଣ କରୁଛୁ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ୨୦୨୫ ସୁଦ୍ଧା ୩୦ ବିଲିୟନ ଡଲାର ବାଣିଜ୍ୟ ଏବଂ ୫୦ ବିଲିୟନ ଡଲାର ବିନିଯୋଗର ଲକ୍ଷ୍ୟ ସ୍ଥିର କରିଛୁ। କୋଭିଡ ଆହ୍ଵାନ ସତ୍ତ୍ୱେ ଭାରତ ଏବଂ ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସାମରିକ ଭାଗିଦାରୀରେ କୌଣସି ପରିବର୍ତ୍ତନ ହୋଇନାହିଁ। କୋଭିଡ ବିରୋଧରେ ଲଢେଇରେ ଦୁଇ ଦେଶ ମଧ୍ୟରେ ସହଯୋଗ ମଧ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ୨୦୨୧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ବର୍ଷ ଆମର ୧୯୭୧ ଶାନ୍ତି ବନ୍ଧୁତା ଏବଂ ସହଯୋଗ ଚୁକ୍ତିନାମାର ପାଞ୍ଚ ଦଶନ୍ଧି ଏବଂ ଆମର ସାମରିକ ଭାଗିଦାରୀର ୨ ଦଶନ୍ଧି ପୂରଣ କରୁଛି।

ଆଜି ଆମ ମଧ୍ୟରେ ସ୍ୱାକ୍ଷରିତ ବିଭିନ୍ନ ଚୁକ୍ତିନାମା ଏଥିରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ମୂଳ ବିକାଶ ଏବଂ ସହ-ଉତ୍ପାଦନ ମାଧ୍ୟମରେ ଆମର ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ଵିପାକ୍ଷୀୟ ଆଲୋଚନା ହୋଇସାରିଛି। ଆମର ସହଯୋଗରେ ଉନ୍ନତି ଆଣିବା ପାଇଁ ଏହା ହେଉଛି ଏକ ନୂତନ ପ୍ରଣାଳୀ। ଆଫଗାନିସ୍ତାନ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ପ୍ରସଙ୍ଗରେ ଆମେ ନିରନ୍ତର ସମ୍ପର୍କରେ ଅଛୁ।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ମୁଁ ଭାରତ ଗସ୍ତରେ ଆସିଥିବାରୁ ବହୁତ ଖୁସି। ଗତ ବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ୧୭% ହ୍ରାସ ଘଟିଥିଲା। କିନ୍ତୁ ଚଳିତ ବର୍ଷ ପ୍ରଥମ ୯ ମାସରେ ବାଣିଜ୍ୟରେ ୩୮% ବୃଦ୍ଧି ଘଟିଛି। ସେ କହିଛନ୍ତି ଯେ, ଆମେ ସହଯୋଗୀ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଏକାଠି କାମ କରୁଛୁ, ଯେଉଁଥିରେ ଶକ୍ତି କ୍ଷେତ୍ର, ଅନ୍ତରିକ୍ଷ କ୍ଷେତ୍ର ସମେତ ଉଚ୍ଚ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ। ଆଜି ଆମେ ଏଠାରେ ଆଲୋଚନା କରିଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ଭାରତୀୟ ମହାକାଶଚାରୀଙ୍କ ତାଲିମ ସାମିଲ ଥିଲା।

ଗତ ଦୁଇ ବର୍ଷ ମଧ୍ୟରେ ପୁଟିନ ଭାରତ ଗସ୍ତ କରିନଥିଲେ। କରୋନା ମହାମାରୀ ହେତୁ ସେ ଜି-୨୦ ଏବଂ ସିଓପି-୨୬ ପରି ସମ୍ମିଳନୀରେ ମଧ୍ୟ ଯୋଗ ଦେଇପାରିନଥିଲେ। କୋଭିଡ ଯୋଗୁଁ ସେ ଚୀନ୍ ଗସ୍ତକୁ ମଧ୍ୟ ସ୍ଥଗିତ ରଖିଥିଲେ। ତେବେ ଏହି ବର୍ଷ ସେ କେବଳ ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ପୁଟିନ ଜୁନ୍ ୧୬ ତାରିଖରେ ଜେନେଭାରେ ପହଞ୍ଚିଥିଲେ।

ଋଷର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀ ଭ୍ଲାଦିମିର ପୁଟିନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.