Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାରେ ଗଂଗାପାଣି ଛିଞ୍ଚି, ଘଣ୍ଟ ବାଡାଇ ପ୍ରତିବାଦ, ହିନ୍ଦୁ ଧର୍ମ ପ୍ରତି ବିଶ୍ବାସଘାତକତା ନୁହେଁ କି ?
ବିଶେଷ ଖବର

ବିଧାନସଭାରେ ଗଂଗାପାଣି ଛିଞ୍ଚି, ଘଣ୍ଟ ବାଡାଇ ପ୍ରତିବାଦ, ହିନ୍ଦୁ ଧର୍ମ ପ୍ରତି ବିଶ୍ବାସଘାତକତା ନୁହେଁ କି ?

December 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାନସଭାରେ ଗଂଗାପାଣି ଛିଞ୍ଚି, ଘଣ୍ଟ ବାଡାଇ ପ୍ରତିବାଦ, ହିନ୍ଦୁ ଧର୍ମ ପ୍ରତି ବିଶ୍ବାସଘାତକତା ନୁହେଁ କି ?

ଭୁବନେଶ୍ବର: ଘଣ୍ଟ, ଘଣ୍ଟି, ଗଂଗାପାଣି ହେଉଛି ହିନ୍ଦୁ ଧର୍ମର ଏକ ପବିତ୍ର ପ୍ରତୀକ। ଯେତେବେଳେ କୌଣସି ବ୍ୟକ୍ତି ଘଣ୍ଟ କିମ୍ବା ଘଣ୍ଟି ଶଦ୍ଦ ଶୁଣେ, ତାହାର ମୁଣ୍ଡ ଆପେ ନଇଁ ଯାଏ। କାରଣ ଏହି ଶଦ୍ଦ ସହିତ ହିନ୍ଦୁ ଧର୍ମର ପୂଜାପାଠ ସହିତ ଜଡିତ ରହିଛି। ସେହିପରି ଗଂଗାପାଣି ହେଉଛି ହିନ୍ଦୁ ଧର୍ମର ଏକ ପବିତ୍ର ପାଣି ବୋଲି ବିବେଚନା କରାଯାଏ। ଏହି ପାଣି ଛିଞ୍ଚନ କଲେ ସେହି ସ୍ଥାନ ପବିତ୍ର ହୁଏ ବୋଲି ବିଶ୍ବାସ ରହିଛି।

ହେଲେ ଆଶ୍ଚର୍ଯ୍ୟର କଥା ବିଗତ କେତେ ଦିନ ଧରି ବିଧାନସଭାରେ ଘଣ୍ଟ, ଘଣ୍ଟି ଏବଂ ଗଂଗାପାଣି ଆଉ ଧର୍ମର ପ୍ରତୀକ ହୋଇ ରହି ନାହିଁ। ଏହା ଏକ ଆନ୍ଦୋଳନର ଅସ୍ତ୍ର ପାଲଟି ଯାଇଛି। ବିଧାୟକମାନେ ଗୃହ ଭିତରେ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି। ଗଂଗାପାଣି ଛିଞ୍ଚି ମଜ୍ଜା କରୁଛନ୍ତି। ଯାହା ପ୍ରତି ହିନ୍ଦୁମାନଙ୍କ ବିଶ୍ବାସ ରହିଛି ତାହାକୁ ଆମ ବିଧାୟକଗଣ ଭାଙ୍ଗିବାରେ ଲାଗିଛନ୍ତି।

ସବୁଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ଯେଉଁ ବିଜେପି ଦଳ ହିନ୍ଦୁ ଧର୍ମକୁ ଗୁରୁତ୍ବ ଦେଇଆସୁଛି ସେହି ଦଳର ବିଧାୟକ ଏବେ ବିଧର୍ମି କାର୍ଯ୍ୟ କରୁଛନ୍ତି। ଯେଉଁ ବାଦ୍ୟ ହିନ୍ଦୁ ଧର୍ମର ପବିତ୍ର ବୋଲି ବିବେଚନା କରାଯାଇଛି ତାହାକୁ ନାଟ ତାମସାରେ ପରିବର୍ତ୍ତନ କରିବାରେ ଲାଗିଛନ୍ତି।

ବିଧାନସଭାରେ ଆନ୍ଦୋଳନ କରିବାର ବିଧାୟକଙ୍କର ଅଧିକାରୀ ରହିଛି। ହେଲେ ସେମାନେ କୌଣସି ଧର୍ମକୁ ଅପମାନିତ କରି ଆନ୍ଦୋଳନ କରିବା ଠିକ ହେବ କି? ସେମାନେ ପ୍ଲାକାର୍ଡ ଧରନ୍ତୁ, ବ୍ୟାନର ଧରନ୍ତୁ, ଧାରଣାରେ ବସନ୍ତୁ କାହାର କିଛି କହିବାର ନାହିଁ। ହେଲେ ଆନ୍ଦୋଳନ ପାଇଁ ଘଣ୍ଟ ବାଡେଇବା, ବିଧାନସଭାରେ ପୂଜା କରିବା, ଗାୟତ୍ରୀ ମନ୍ତ୍ର ପାଠ କରିବା ପରି କାର୍ଯ୍ୟ କରିବା ଏକ ନିର୍ଲଜତା ଛଡା ଆଉ କିଛି ନୁହେଁ।

ଗତବର୍ଷ ଝାଡଖଣ୍ଡ ବିଧାନସଭାରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୃହ ଭିତରେ ବିଧାୟକମାନେ ହନୁମାନ ଚାଲିସା ପାଠ କରି ଆନ୍ଦୋଳନ କରିଥିଲେ। ହେଲେ ତାହା ଥିଲା ଏକ ଧର୍ମ ଆନ୍ଦୋଳନ। ବିଧାନସଭା ପରିସରରେ ମୁସଲମାନଙ୍କ ପାଇଁ ଏକ ପ୍ରାର୍ଥନା ଗୃହ ଯୋଗାଇ ଦିଆଯାଇଥିବାରୁ ହିନ୍ଦୁ ବିଧାୟକମାନେ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଦାବୀ କରିଥିଲେ। ସେଥିପାଇଁ ସେମାନେ ଗୃହରେ ହନୁମାନ ଚାଳିସା ପାଠ କରିଥିଲେ।

ହେଲେ ଓଡିଶାର ବିଧାୟକଙ୍କ ଦାବୀ ହେଉଛି ମମିତାଙ୍କୁ ନ୍ୟାୟ ଦେବା ଏବଂ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରିବା। ଏହା କୌଣସି ଧାର୍ମିକ କାର୍ଯ୍ୟ ସହିତ ଜଡିତ ନାହିଁ। ହେଲେ ମଧ୍ୟ ବିଧାୟକମାନେ ଜଗନ୍ନାଥଙ୍କ ଫଟୋ ରଖି, ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି। ଏପରି ଆନ୍ଦୋଳନରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କୁ ଜଡିତ କରି, ଧର୍ମ ବାଦ୍ୟ ବଜାଇବା ହେଉଛି ଧର୍ମଛଡା କାର୍ଯ୍ୟ ବୋଲି କୁହାଯାଇପାରିବ।

ଏବେ ନୁହେଁ ବହୁ ବର୍ଷ ତଳୁ ବିଧାନସଭାରେ ବିଧାୟକମାନେ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ। ସେହି ସମୟରୁ ଏହିପରି ଘଣ୍ଟ ପ୍ରତିବାଦ ବିଭିନ୍ନ ସମୟରେ କରାଯାଉଛି। ଏଥିପାଇଁ କୌଣସି ହିନ୍ଦୁ ସଗଂଠନ ମଧ୍ୟ ପ୍ରତିବାଦ କରିବାକୁ ସାହାସ କରୁ ନାହିଁ। ଏ କ୍ଷେତ୍ରରେ ଆରଏସଏସ ମଧ୍ୟ ଚୁପ ରହିବାକୁ ବାଧ୍ୟ ହେଉଛି। ହେଲେ ବିଧାୟକମାନଙ୍କ ଏପରି ଆଚରଣ ନିଶ୍ଚିତ ଭାବେ ହିନ୍ଦୁ ବିଶ୍ବାସୀଙ୍କ ପାଇଁ ବିଶ୍ବାସଘାତକତା ବ୍ୟତିତ ଆଉ କିଛି ନୁହେଁ।

ଘଣ୍ଟି ହିନ୍ଦୁ ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

April 21, 2026

​କାଳିପଲ୍ଲୀ ପଞ୍ଚାୟତରେ ବ୍ୟାପୁଥିବା କିଡ଼ନୀ ରୋଗର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ

April 21, 2026

୧୮ ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

April 21, 2026
Latest News

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.