ଜମ୍ମକାଶ୍ମରୀରେ ଶାନ୍ତି ଫେରାଇବାକୁ ହେଲେ ପାକିସ୍ଥାନ ସହିତ କଥା ହେବା ଦରକାର, ଫାରୁକ ଅବଦୁଲ୍ଲା

Published: Dec 12, 2021, 6:59 pm IST

ନୂଆଦିଲ୍ଲୀ : ଜମ୍ମକାଶ୍ମରୀରେ ଶାନ୍ତି ଫେରାଇ ଆଣିବାକୁ ହେଲେ ପାକିସ୍ଥାନ ସହିତ ଆଲୋଚନା ଦ୍ବାରା ସମ୍ଭବ ହୋଇପାରିବ। ଏହା ବ୍ୟତିତ ଆଉ କିଛି ବିକଳ୍ପ ନାହିଁ ବୋଲି ଜମ୍ମକାଶ୍ମରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା କହିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ତଥା ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଦ୍ବାରା ଦୁଇଜଣ ପୋଲିସ ଅଧିକାରୀଙ୍କ ହତ୍ୟାକୁ ଏକ ଦୁଃଖଦ ଘଟଣା ବୋଲି କହି ଫାରୁକ ଏପରି ବୟାନ ଦେଇଛନ୍ତି।  ଜାମ୍ମକାଶ୍ମୀରରେ  ସନ୍ତ୍ରାସବାଦର ସମାପ୍ତି ତଥା  ଶାନ୍ତି ଫେରାଇ ଆଣିବା ପାଇଁ ପାକିସ୍ତାନ ସହ ଆଲୋଚନା କରିବା ଛଡା ଆଉ କୈଣସି ଉପାୟ ନାହିଁ। ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଫାରୁକ ଏପରି ବୟାନ ଦେଇଛନ୍ତି।

ଫାରୁକ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଲୋକେ ସୁରକ୍ଷିତ ଅଛନ୍ତି କି ? ସନ୍ତ୍ରାସବାଦୀ ବିଭିନ୍ନ ସମୟରେ ଲୋକମାନଙ୍କୁ ହତ୍ୟା କରୁଛନ୍ତି ହେଲେ ସରକାର କହୁଛନ୍ତି ଠିକ ଅଛି ଦେଖିବା। ଯେତେବେଳେ ପୋଲିସ୍ ସୁରକ୍ଷିତ ନୁହଁନ୍ତି ସେତେବେଳେ ଜଣେ ସାଧାରଣ ଲୋକ କିପରି ସୁରକ୍ଷିତ ହେବ ବୋଲି ଫାରୁକ ପ୍ରଶ୍ନ କରିଥିଲେ। 

ଗତ 10 ତାରିଖରେ, ଜମ୍ମର ବାନ୍ଦିପୋରା ଜିଲ୍ଲାର ଏକ ପୋଲିସ୍ ପାର୍ଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୋଲିସ ସହିଦ ହୋଇଥିଲେ। ଯାହାକୁ ବିଭିନ୍ନ ରାଜନୈତିକ ଦଳମାନେ ନିନ୍ଦା କରିଛନ୍ତି। ଯେତେବେଳେ ପଚରାଗଲା ଆପଣ କଣ ପାକିସ୍ତାନ ସହ କଥାବାର୍ତ୍ତା କରିବାକୁ ଜିଦ୍ ଧରିଛନ୍ତି କି? ଏହାର ଉତ୍ତରରେ ଅବଦୁଲ୍ଲା କହିଛନ୍ତି, ଆମକୁ କଥା ହେବାକୁ ପଡିବ, ତା ଛଡା ଅନ୍ୟ କୌଣସି ଉପାୟ ନାହିଁ।

ଚୀନ ପ୍ରସଂଗରେ  ଅବଦୁଲ୍ଲା କହିଛନ୍ତି, ଆମେ ଚୀନ୍ ସହ ମଧ୍ୟ କଥା ହୋଇପାରିବା। ଚୀନ୍ ଆସୁଛି ଏବଂ ଆମର ଅଞ୍ଚଳ ଦଖଲ କରୁଛି। ସେମାନେ ସେହି ଅଞ୍ଚଳରେ ସେମାନଙ୍କର ଘର ନିର୍ମାଣ କରୁଛନ୍ତି। ହେଲେ ଦୁଃଖର କଥା ଏ ସଂପର୍କରେ  ସଂସଦରେ ଆଲୋଚନା କରିବାକୁ ସରକାର ଅନୁମତି ଦେଉ ନାହାଁନ୍ତି। ଫାରୁକଙ୍କ ଏପରି ବୟାନ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

Related posts