Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିଯୋଗ ପରିଚାଳନା ପାଇଁ ଉଦ୍ଦିଷ୍ଟ ଡିଜିଟାଲ ପ୍ଲାଟଫର୍ମ ‘ଲୋକପାଳ ଅନ୍‌ଲାଇନ’ ଉଦ୍‌ଘାଟିତ
ବିଶେଷ ଖବର

ଅଭିଯୋଗ ପରିଚାଳନା ପାଇଁ ଉଦ୍ଦିଷ୍ଟ ଡିଜିଟାଲ ପ୍ଲାଟଫର୍ମ ‘ଲୋକପାଳ ଅନ୍‌ଲାଇନ’ ଉଦ୍‌ଘାଟିତ

December 14, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଲୋକପାଳର ଅଧ୍ୟକ୍ଷ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ ଦ୍ୱାରା ଗତକାଲି ‘ଲୋକପାଳ ଅନ୍‌ଲାଇନ’ ଡିଜିଟାଲ ପୋର୍ଟାଲ ଉଦ୍‌ଘାଟିତ ହୋଇଛି। ଅଭିଯୋଗର ଉତ୍ତମ ପରିଚାଳନା ପାଇଁ ଏହି ପୋର୍ଟାଲ ଉଦ୍ଦିଷ୍ଟ। ଏହି ପୋର୍ଟାଲକୁ ଦେଶର ସବୁ ନାଗରିକ ସହଜରେ ଆକ୍‌ସେସ୍ କରିପାରିବେ ଏବଂ ଯେକୌଣସି ସ୍ଥାନରୁ ଏହା ମାଧ୍ୟମରେ ଲୋକପାଳଙ୍କ ନିକଟରେ ଅଭିଯୋଗ ଦାଏର କରାଯାଇପାରିବ। ଏହାକୁ http://lokpalonline.gov.in. ରେ ଆକ୍ସସେନ କରିହେବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଜଷ୍ଟିସ ପିନାକୀଚନ୍ଦ୍ର ଘୋଷ କହିଛନ୍ତି ଯେ, ଦେଶର ଅର୍ଥନୀତି ସାଧ୍ୟମତେ ଉତମ ପ୍ରଦର୍ଶନ କରିନ ପାରିବା ପଛରେ ଦୁର୍ନୀତି ଏକ ବଡ କାରଣ। ଏହା ମଧ୍ୟ ଗଣତନ୍ତ୍ର ଓ ଆଇନର ଶାସନକୁ ହେୟ ମନେ କରୁଛି। ସେ କହିଛନ୍ତି ଯେ ‘ଲୋକପାଳଅନ୍‌ଲାଇନ ୨୦୧୩’ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଅନୁସାରେ ସରକାରୀ କର୍ମଚାରୀଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ସମୂହର ପରିଚାଳନା ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ଡିଜିଟାଲ ସମାଧାନ ବ୍ୟବସ୍ଥା।

ଏହା ଏକ ୱେବଭିତ୍ତିକ ସୁବିଧା ଏବଂ ଏହା ମାଧ୍ୟମରେ ଅଭିଯୋଗଗୁଡିକର ଶୁଣାଣି କରି ରାୟ ପ୍ରଦାନ ତ୍ୱରିତ,ଦକ୍ଷ, ସ୍ୱଚ୍ଛ ଏବଂ ଦାୟିତ୍ୱ ସମ୍ପନ୍ନ ଭାବେ କରାଯାଇପାରିବ। ଏହା ଦ୍ୱାରା ସମ୍ପୃକ୍ତ ସମସ୍ତ ପକ୍ଷ ଉପକ୍ୟୃତ ହେବେ।

ଜଷ୍ଟିସ ଘୋଷ କହିଛନ୍ତି ଯେ ଏହି ଅନଲାଇନ ବ୍ୟବସ୍ଥା ଫଳରେ ଅଭିଯୋଗକାରୀଙ୍କର ଅଭିଯୋଗକୁ ଆରମ୍ଭରୁ ଶେଷଯାଏ ନିର୍ଭୁଲ ଓ ନିରପେକ୍ଷଭାବେ ଶୁଣାଣି କରି କମ୍ ସମୟରେ ରାୟ ପ୍ରଦାନ କରାଯାଇପାରିବ। ଏହାଫଳରେ ଅଭିଯୋଗ ସବୁର ପରିଚାଳନା, ଅନୁଧ୍ୟାନ ଏବଂ ନ୍ୟାୟପ୍ରଦାନ / କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ୱରିତ ଏବଂ ଦକ୍ଷ ହେବ।

ଲୋକପାଳର ବିଚାରବିଭାଗୀୟ ସଦସ୍ୟ ଜଷ୍ଟିସ ଅଭିଲାଷା କୁମାରୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ ଦେଶରୁ ଦୁର୍ନୀତି ରୂପୀବ୍ୟାଧିକୁ  ଦୂର କରି ଏକ ଦୃଢ ଓ ଭ୍ରଷ୍ଟାଚାରମୁକ୍ତ ଭାରତ ଗଠନ କରିବା ଲୋକପାଳ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଛନ୍ତି ଯେ ୨୦୧୯ ମାର୍ଚ୍ଚରେ ଜଷ୍ଟିସ ପିନାକୀଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ ହୋଇଥିଲେ। ଏକ ଅନୁଷ୍ଠାନ ଭାବେ ଲୋକପାଳ ଏବେ ମଧ୍ୟ ବୃଦ୍ଧି ଲାଭ କରୁଛି। ଲୋକପାଳ ଅନୁଷ୍ଠାନ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ଦକ୍ଷତା ଓ  ନିଷ୍ଠାକୁ ତାହାର ଆଦର୍ଶ ରୂପେ ଗ୍ରହଣ କରି ସାଧାରଣଲୋକଙ୍କ ହିତ ଉପରେ ଗୁରୁତ୍ୱ ଦେଇଛି। ସେ କହିଛନ୍ତି ଯେ ଲୋକପାଳଅନ୍‌ଲାଇନ ଅଭିଯୋଗ ପୋର୍ଟାଲ ସମ୍ପର୍କରେ ଦେଶର ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଏହାଦ୍ୱାରା ଲୋକେ ନିଜ ଘରେ ବସି ମଧ୍ୟ ଅଭିଯୋଗ କରିପାରିବେ।

“ଲୋକପାଳ’ ସଚିବ ବି.କେ ଅଗ୍ରୱାଲ କହିଥିଲେ ଯେ ଜଷ୍ଟିସ ଅଭିଳାଷା କୁମାରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ପୋର୍ଟାଲର ସଫ୍ଟଓୟାର ବିକାଶ କାର୍ଯ୍ୟକୁ ତଦାରଖ କରୁଥିଲା। ଏହି ପୋର୍ଟାଲରେ ସବୁ ଅଭିଯୋଗ ପାଇଁ ଏକ ଡ୍ୟାଶବୋର୍ଡ ରହିଛି। ଗୋଟିଏ ଅଭିଯୋଗର ଜୀବନକାଳ ମଧ୍ୟରେ ତାହାର ସ୍ଥିତି କ’ଣ ସେ ବିଷୟରେ ସମ୍ପୃକ୍ତ ଅଭିଯୋଗକାରୀ ଏହି ପୋର୍ଟାଲରୁ ସୂଚନା ପାଇପାରିବେ। ଅଭିଯୋଗର ବିଭିନ୍ନ ପର୍ଯ୍ୟାୟର ସ୍ଥିତି ସମ୍ପର୍କରେ ଅଭିଯୋଗକାରୀଙ୍କ ନିକଟକୁ ଏସ୍‌ଏମ୍‌ଏସ୍ ଓ ଇମେଲ ଆଲର୍ଟ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଲୋକପାଳ କିମ୍ବା ଏହାର କୌଣସି ଶାଖା ପକ୍ଷରୁ ଯଦି ଅଭିଯୋଗ ଉପରେ କୌଣସି ନିର୍ଦ୍ଦେଶ ଦିଆଯାଇଥାଏ, ତାହାର ନକଲ ମଧ୍ୟ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା ଅଛି।

ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଏନ୍‌ଆଇସି କ୍ଲାଉଡରେ ଏହି ପୋର୍ଟାଲ ହଏଷ୍ଟ ହୋଇଛି ଏବଂ ଏହା ଓପନ ସୋର୍ସ ଟେକ୍‌ନୋଲୋଜି ଦ୍ୱାରା ବିକଶିତ। ଇଣ୍ଡିଆ କମ୍ପ୍ୟୁଟର ଏମରେଜେନ୍ସିଂ ରେସ୍‌ପନ୍ସ ଟିମ ମାଧ୍ୟମରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏହାର ନିରାପତ୍ତା ଦିଗକୁ ଅନୁଧ୍ୟାନ କରିବାକୁ ଅଧିକୃତ ହୋଇଛି।

ଏହି ଡିଜିଟାଲ ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକୁ ନିମ୍ନରେ ଦିଆଯାଇଛି।

– ଯେକୌଣସି ସ୍ଥାନରୁ ଯେତେବେଳେ ଚାହିଁଲେ ଏହା ମାଧ୍ୟମରେ ସହଜ ଓ ସୁବିଧାରେ ଅଭିଯୋଗ ଉପସ୍ଥାପନ କରିହେବ।

– ଅଭିଯୋଗର ସ୍ଥିତି ଓ ପ୍ରତ୍ୟେକ ପର୍ଯ୍ୟାୟରେ ଭଲମନ୍ଦ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଏସଏମ୍‌ଏସ୍ ଓ ଇ-ମେଲ ଆଲର୍ଟ ମାଧ୍ୟମରେ ସୂଚନା ମିଳିପାରିବ।

– ଯେକୌଣସି ସମୟରେ ଅଭିଯୋଗକାରୀ ଏଥିରୁ ନିଜ ଅଭିଯୋଗର ସ୍ଥିତି ଜାଣିପାରିବେ।

– ‘ଲୋକପାଳଅନଲାଇନ’ ପ୍ଲାଟଫମରେ ସିଭିସି ଓ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥା ସିଧାସଳଖ ନିଜର ରିପୋର୍ଟ ଅପଲୋଡ କରିପାରିବେ।

– ତଦନ୍ତକାରୀ ସଂସ୍ଥାଙ୍କୁ ଇ-ମେଲ ଓ ଏମ୍‌ଏସ୍‌ଏସ୍ ମାଧ୍ୟମରେ ଅନୁସ୍ମାରକ (ରିମାଇଣ୍ଡର) ପଠାଇବାର ବ୍ୟବସ୍ଥା ଏଥିରେ ରହିଛି।

– ଆବଶ୍ୟକତା ଅନୁସାରେ ଏଥିରୁ ବିଶ୍ଲେଷଣାତ୍ମକ ରିପୋର୍ଟକୁ ଜେନେରେଟ କରିହେବ।

ଏଠାରେ ସ୍ମରଣଯୋଗ୍ୟ ଯେ ଭାରତୀୟ ଲୋକପାଳ ୨୦୧୩ର ଲୋକପାଳ ଓ ଲୋକାୟୁକ୍ତ ଆଇନ ଅନୁସାରେ ଗଠିତ। ସରକାରୀ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଉତ୍‌ଥାପିତ ଦୁର୍ନୀତି ଅଭିଯୋଗର ଶୁଣାଣି କରିବାର କ୍ଷମତା ଏହା ଉପରେ ନ୍ୟସ୍ତ। ତେବେ ସମ୍ପୃକ୍ତ ଅଭିଯୋଗ ସବୁ ଲୋକପାଳ ଆଇନର ପରିସରଭୁକ୍ତ କର୍ମକର୍ତ୍ତା, ଅଧିକାରୀ ଓ ବିଷୟବସ୍ତୁ ମଧ୍ୟରେ ସୀମିତ। ଏବେ ଡାକ, ଇ-ମେଲ କିମ୍ବା ବ୍ୟକ୍ତିଗତଭାବେ ହସ୍ତାନ୍ତରିତ ଅଭିଯୋଗ ସବୁର ଶୁଣାଣି ଲୋକପାଳ କରୁଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ଲୋକପାଳର ସଦସ୍ୟ ଅର୍ଚ୍ଚନା ରାମସୁନ୍ଦରମ୍ ଓ ମହେନ୍ଦ୍ର ସିଂହ, କାର୍ମିକ ଓ ତାଲିମ ବିଭାଗର ସଚିବ ପି.କେ ତ୍ରିପାଠୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର, ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଅମିତ କୁମାର, ଏନଆଇସିର ଉପ ମହାନିର୍ଦ୍ଦେଶକ ଦୀପକ ଗୋୟେଲ ତଥା ଭାରତୀୟ ଲୋକପାଳ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଡିଜିଟାଲ ପ୍ଲାଟଫର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ବଢିଲା ତେଲ ଦର: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା

May 15, 2026

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

May 15, 2026

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)

May 15, 2026

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.