Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ହିନ୍ଦୁଧର୍ମରେ ଆଜି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଏକାଥରେ ପଡୁଛି 4ଟି ପର୍ବ, ଜାଣନ୍ତୁ କଣ
ଧର୍ମ

ହିନ୍ଦୁଧର୍ମରେ ଆଜି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଏକାଥରେ ପଡୁଛି 4ଟି ପର୍ବ, ଜାଣନ୍ତୁ କଣ

December 16, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ହିନ୍ଦୁଧର୍ମରେ ଆଜି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଏକାଥରେ ପଡୁଛି 4ଟି ପର୍ବ, ଜାଣନ୍ତୁ କଣ

ଭୁବନେଶ୍ବର: ଆଜି ହିନ୍ଦୁ ଧର୍ମରେ ଏକ ବଡ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଆଜି ଏକଥରେ ପଡୁଛି ଚାରିଟି ପର୍ବ। ଆଜି ହେଉଛି ଧନୁ ସଂକ୍ରାନ୍ତି, ଆଜି ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପହିଲି ଭୋଗ, ଆଜି ହେଉଛି ଶେଷ ଗୁରୁବାର ମାଣବସା, ଆଜି ହେଉଛି ଗୀତା ଜୟନ୍ତି। ସାଧାରଣତଃ ଧନୁ ସଂକ୍ରାନ୍ତିରେ ପହିଲି ଭୋଗ ଆରମ୍ଭ ହୋଇଥାଏ। ହେଲେ ଆଜି ସଂକ୍ରାନ୍ତିରେ ସଂଯୋଗବସତଃ ଶେଷ ଗୁରୁବାର ବା ଶେଷ ମାଣବସା ମଧ୍ୟ ପଡିଛି।

ଜାଣନ୍ତୁ ଆଜିର ଦିନର ଗୁରତ୍ବ ସହିତ କଣ କରିବା ଉଚିତ

ଧନୁ ସଂକ୍ରାନ୍ତି, ଧନୁ ମୁଆଁ ପୂଜା

ଆଜି ହେଉଛି ଧନୁ ସଂକ୍ରାନ୍ତି। ସବୁ ସଂକ୍ରାନ୍ତି ପରି ଏହି ସଂକ୍ରାନ୍ତିର ଗୁରୁତ୍ବ ଅଧିକ ରହିଛି। ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖରେ ପଡ଼େ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସୀସା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ ।

ଏହି ସଂକ୍ରାନ୍ତିରେ ଧନୁ ମୁଆଁ ପୂଜା କରିବାର ବିଧି ରହିଛି। ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡା’ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଆଜି ଶିବ ଦର୍ଶନ କରି ବେଲପତ୍ର ସେବନ କରିବା ଧର୍ମିକ ଦୃଷ୍ଟିରୁ ଉଚିତ ବିବେଚନା କରାଯାଇଥାଏ।

ଶ୍ରୀମନ୍ଦିରରେ ପହିଲି ଭୋଗ

ଆଜିଠାରୁ ଅର୍ଥାତ ଧନୁ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ କରାଯାଇଥାଏ। ଶ୍ରୀଜଗନ୍ନାଥ ସଂସ୍କୃତି ଅନୁସାରେ ମା ଲକ୍ଷ୍ମୀ ଧନୁ ସଂକ୍ରାନ୍ତିରେ ବାପଘରକୁ ଗମନ କରିବେ। ଫଳରେ ପ୍ରଭୃଙ୍କୁ ତାଙ୍କ ମା ଯଶୋଦା ଖାଇବାକୁ ଦେବେ। ସେଥାପଇଁ ମାଆ ସକାଳୁ ରୋଷେଇ କରି ଜଗନ୍ନାଥଙ୍କୁ ଖାଇବା ପରଷି ଦେବେ। ଏହି ପହିଲି ଭୋଗ ଆସନ୍ତା ଜାନୁୟାରୀରେ ପଡୁଥିବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ ହେବ।

ଏହିଦିନ ଶ୍ରୀମନ୍ଦିରରେ ଭୋରରୁ ମଙ୍ଗଳା ଆଳତି ସହ ବିଭିନ୍ନ ନିତି ସରିବା ପରେ ପ୍ରଭୃଙ୍କୁ ପହିଲି ଭୋଗ ଅର୍ପଣ କରାଯାଏ। ଏହି ପହିଲି ଭୋଗରେ ଶ୍ରୀଜୀଉ ମାନଙ୍କୁ ୨୩ ପ୍ରକାର ପିଠା ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଇଥାଏ। ଏହି ଭୋଗରେ ବଡ଼ ଝିଲି, ଦରସୁଆ ବଡ଼ି, ନଳି, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଣ୍ଠା, ମଣ୍ଡା, ଓ ଖଇର ଚୂଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ। ଧନୁ ସଂକ୍ରାନ୍ତିରୁ ମାସକ ପାଇଁ ଶ୍ରୀମନ୍ଦିର ଭୋରରୁ ଦର୍ଶନ ପାଇଁ ଖୋଲାଯାଇଥାଏ।

ଶେଷ ମାଣବସା ଗୁରୁବାର

ଆଜି ହେଉଛି ଶେଷ ଗୁରୁବାର ବା ଶେଷ ମାଣବସା। ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ଏହି ମାଣବସା ଆରମ୍ଭ ହୋଇଥାଏ। ବିଶେଷ କରି ଓଡିଶାରେ ଏହି ପର୍ବ ଘରେଘରେ ପାଳନ କରାଯାଇଥାଏ। ତେବେ କେତେକଙ୍କ କ୍ଷେତ୍ରରେ ପ୍ରଥମ ପାଳି କିମ୍ବା ଦ୍ବିତୀୟ ପାଳି ମାଣବସା କରି ନ ଥାନ୍ତି।

ହେଲେ ଶେଷ ପାଳିରେ ସମସ୍ତେ ଏହି ମାଣବସା କରିଥାନ୍ତି। ମୁଖ୍ୟତଃ ମା ଲକ୍ଷ୍ମୀଙ୍କୁ ଏହି ସମୟରେ ପୂଜା କରାଯାଇଥାଏ। ଏଥିସହିତ ଆଜି ପିଠାପଣା ଓ ଖିରୀ ପୂଜା କରାଯାଇଥାଏ। ଶେଷ ଗୁରୁବାର ହୋଇଥିବାରୁ ଯେଉଁ ମାଣକୁ ପୂଜା କରିବା ପାଇଁ ବାହାର କରାଯାଇଥାଏ ତାହାକୁ ପୁଣି ଆରବରଷ ପାଇଁ ସୁରକ୍ଷିତ ଭାବେ ରଖାଯାଇଥାଏ।

ଗୀତା ଜୟନ୍ତି

ଆଜି ହେଉଛି ପବିତ୍ର ଗୀତା ଜୟନ୍ତି। ମାର୍ଗଶିରମାସ ତ୍ରୟୋଦଶୀ ତିଥୀରେ ଏହି ଗୀତା ଜୟନ୍ତି ପାଳନ କରାଯାଇଥାଏ। ଏହିଦିନ ପ୍ରଭୃ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ ଭୂମିରେ ବହୁ ଉପଦେଶ ଦେଇଥିଲେ। ଯାହା ମହାନ ଗ୍ରନ୍ଥ ଗୀତାର୍ ଲିପିବଦ୍ଧ ହୋଇରହିଛି। ଭଗବତ ଗୀତା ହେଉଛି ପ୍ରଭୃଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ। ସେଥିପାଇଁ ଏହାକୁ ହିନ୍ଦୁଧର୍ମର ଏକ ପବିତ୍ର ଗ୍ରନ୍ଥଭାବେ ପୂଜା କରାଯାଇଥାଏ।

ଆଜିର ଦିନରେ ଗୀତାପାଠ ପରଂପରା ରହିଛି। ଘରେ କିମ୍ବା ମନ୍ଦିରରେ ଏହି ଗୀତାପାଠ କରାଯାଇଥାଏ। ଗୀତାପାଠ ଏବଂ ଗୀତା ଶ୍ରବଣ ଦ୍ବାରା ଆଜି ଶ୍ରୀକୃଷ୍ଣଙ୍କ ଆର୍ଶିବାଦ ମିଳିଥାଏ ବୋଲି ବିଶ୍ବାସ ମଧ୍ୟ ରହିଛି। ଏଥିସହିତ ଆଜି ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା ମଧ୍ୟ କରାଯାଇଥାଏ। ଆଜି ଅନେକ ଲୋକ ଉପବାସ ରହି ବ୍ରତ ପାଳନ ମଧ୍ୟ କରିଥାନ୍ତି। ଆଜି ଗରିବ ଲୋକଙ୍କୁ ବସ୍ତ୍ର ଦାନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ମଧ୍ୟ ରହିଛି।

ଧନୁ ସଂକ୍ରାନ୍ତି ପହିଲି ଭୋଗ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.