Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ତତଲା ବାଲିରେ ଛଟପଟ ହେଉଥିବା ଟିକି ଚଢେଇ ଉପରେ ପ୍ରଭୃଙ୍କ ଆର୍ଶିବାଦ, ନାରଦ ହେଲେ ଆଶ୍ଚର୍ଯ୍ୟ
ଧର୍ମ

ତତଲା ବାଲିରେ ଛଟପଟ ହେଉଥିବା ଟିକି ଚଢେଇ ଉପରେ ପ୍ରଭୃଙ୍କ ଆର୍ଶିବାଦ, ନାରଦ ହେଲେ ଆଶ୍ଚର୍ଯ୍ୟ

December 21, 2021No Comments5 Mins Read
Share Facebook Twitter LinkedIn Email WhatsApp Copy Link
ତତଲା ବାଲିରେ ଛଟପଟ ହେଉଥିବା ଟିକି ଚଢେଇ ଉପରେ ପ୍ରଭୃଙ୍କ ଆର୍ଶିବାଦ, ନାରଦ ହେଲେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: କାହିଁକି କେଜାଣି ଗୋଟିଏ ଦିନ ପୃଥବୀକୁ ଯାଇ ଟିକିଏ ସମୁଦ୍ର କୂଳରେ ବୁଲିବା ପାଇଁ ନାରଦଙ୍କ ଇଚ୍ଛା ହେଲା। ଗ୍ରୀଷ୍ମ କାଳରେ ସୂର୍ଯ୍ୟଙ୍କ ତାପରୁ ରକ୍ଷା ପାଇବାକୁ ହେଲେ ସମୁଦ୍ର କୂଳଟି ହିଁ ଉପଯୁକ୍ତ। ଏହା ଭାବି ନାରଦ ସମୁଦ୍ରକୂଳରେ ବୁଲିବାକୁ ଲାଗିଲେ। ବହୁଦୂରରେ ସମୁଦ୍ର ଲହରି ଖେଳୁଛି। ଆଉ ଚାରିଆଡେ ଖାଲି ବାଲି ଆଉ ବାଲି।

ହଠାତ ଏକ ଟିକି ଚଢେଇ ଉପରେ ନାରଦଙ୍କ ନଜର ପଡିଲା। ସେ ଆଶ୍ଚର୍ଯ୍ୟ ହୋଇପଡିଲେ। କାରଣ ପ୍ରବଳ ଖରାରେ ସମୁଦ୍ର କୂଳରେ କୌଣସି ପକ୍ଷୀ ବୁଲୁ ନ ଥିବା ବେଳେ ଏ ଟିକି ଚଢେଇଟି କଣ କରୁଛି। ସେହି ସ୍ଥାନରେ ଗଛଟିଏ ମଧ୍ୟ ନାହିଁ ସେ କେମିତି ବଞ୍ଚିଛି। ଏହିପରି ଚିନ୍ତାରେ ନାରଦ ସେହି ଚଢେଇ ପାଖକୁ ଗଲେ। ଆଉ ପଚାରିଲେ ତୁ ଏତେ ଖରାରେ କାହିଁକି ବୁଲୁଛୁ।

ନାରଦଙ୍କ କଥା ଶୁଣି ଟିକି ଚଢେଇଟି କାନ୍ଦିବାକୁ ଲାଗିଲା। କହିଲା, ପ୍ରଭୃ, ଖାଦ୍ୟ ଖାଇବା ପାଇଁ ମୁଁ ଏହି ଏକାନ୍ତ ସ୍ଥାନରେ ବାସ କରୁଛି। ଅନ୍ୟସ୍ଥାନରେ ମୋତେ କେହି ରଖେଇ ଦେଉ ନାହାଁନ୍ତି। ମୋ ଉପରେ ଆକ୍ରମଣ କରୁଛନ୍ତି। ସେଥିପାଇଁ ମୁଁ ଏହି ଏକାକି ସ୍ଥାନରେ ରହିଛି। ହେଲେ ପ୍ରଭୃ ଏହି ସ୍ଥାନରେ କୌଣସି ଗଛଟିଏ ମଧ୍ୟ ନାହିଁ।  ଛାଇ ଟିକିଏ ମିଳୁ ନାହିଁ। ଖରାଦିନେ ଏହି ତତଲା ବାଲିରେ ଛିଡା ହେବାକୁ ପଡୁଛି। ଏହା ମୋ ପାଇଁ କଷ୍ଟକର। ଆପଣ ଦୟାକଲେ ଏହି ସ୍ଥାନରେ ଗୋଟିଏ ଗଛ ଲାଗିପାରନ୍ତା।

ନାରଦ କହିଲେ ତେବେ କୁହ ମୁଁ କଣ କରିପାରିବି। ଚଢେଇ କହିଲା ଆପଣ କେବଳ ନାରାୟଣଙ୍କୁ ମୋର ଦୁଃଖ କଥା ଜଣାଇ ଦିଅନ୍ତୁ। ସେ ଚାହିଁଲେ ସବୁ କିଛି ହୋଇ ପାରିବ। ଚଢେଇର ଦୁଃଖରେ ଦୁଃଖିତ ହୋଇପଡିଲେ ନାରଦ। ସାହାଯ୍ୟ କରିବାର ମନବୃତ୍ତି ତାଙ୍କ ମନ ମଧ୍ୟରେ ଉଦ୍ରେକ ହେଲା। ମୁଁ ନିଶ୍ଚିତ ନାରାୟଣଙ୍କୁ କହି କିଛି ବ୍ୟବସ୍ଥା କରିବି କହି ନାରଦ ସେଠାରୁ ଚାଲିଗଲେ। ନାରଦଙ୍କ ମୁହଁରୁ ଏପରି କଥା ଶୁଣି ପକ୍ଷୀଟି ଖୁସି ହୋଇଗଲା। ତାହାର ଦୁଃଖ ଦୂର ହେବ ବୋଲି ସେ ଭାବି ନେଲା।

ପକ୍ଷୀର ବିକଳ କଥା ଶୁଣି ନାରଦ ସିଧା ନାରାୟଣଙ୍କ ନିକଟକୁ ଗଲେ। କ୍ଷୀର ସମୁଦ୍ରର ନିଦ୍ରାଯାଇଥିବା ନାରାୟଣ ନାରଦଙ୍କ ଆସିବା ଜାଣି ଉଠିଲେ। ପଚାରିଲେ ନାରଦ କଣ ସବୁ ଖବର। ମୁଣ୍ଡ ନୁଆଁଇ ପ୍ରଣିପାତ କରି ନାରଦ ନିଜର ମନ କଥା ଜଣାଇଲେ। ପକ୍ଷୀର ବିକଳ ରୂପଟି ପ୍ରଭୃଙ୍କ ଆଗରେ ଉପସ୍ଥାପିତ କଲେ। ଅନୁରୋଧ କଲେ ପ୍ରଭୃ କଣ ଗୋଟିଏ ବ୍ୟବସ୍ଥା କରନ୍ତୁ ନଚେତ ପକ୍ଷୀଟି ନିଶ୍ଚିତ ମରିଯିବ।

ନାରାୟଣ କିଛି ସମୟ ନିରବ ରହିବା ପରେ କହିଲେ, ନାରଦ ସେହି ଚଢେଇକୁ ଯାଇ ତିନୋଟି କଥା କହିବ। ପ୍ରଥମ କଥା ହେଲା, ତା ଭାଗ୍ୟରେ ଛାଇ ନାହିଁ, ଦ୍ବିତୀୟରେ ସେ ଖରାଦିନେ ଗୋଟିଏ ଗୋଡ ବାଲିରେ ଆଉ ଗୋଟେ ଗୋଡ ଟେକିକି ରଖୁ। ତଳେ ଥିବା ଗୋଡଟି ତାତି ଗଲେ ଆର ଗୋଡଟି ତଳେ ଥୋଇ ଏହି ଗୋଡଟି ଉପରକୁ କରୁ। ଆଉ ଶେଷରେ ତାକୁ କହିବ ଯେ, ସେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରୁ। ଏହା କହି ନାରାୟଣ ନିଦ୍ରିତ ଅବସ୍ଥାକୁ ଗଲେ।

ଏପରି କଥା ଶୁଣି ନାରଦଙ୍କର ମନଦୁଃଖ ହେଲା। ସେ ମନେମନେ ନାରାୟଣଙ୍କ ଉପରେ କ୍ରୋଧିତ ହେଲେ। ସେ ଭାବିଲେ ଯେ ନାରାୟଣ ଏପରି କାହିଁକି କଲେ। ପ୍ରକୃତରେ ତାଙ୍କର କଣ ଗଛଟିଏ ଦେବାର କ୍ଷମତା ନାହିଁ ? ଏହିପରି ବିଭିନ୍ନ ପ୍ରଶ୍ନ ମଧ୍ୟରେ ଆନ୍ଦୋଳିତ ହୋଇ ସେ ସେହି ଚଢେଇ ପାଖରେ ଯାଇ ପହଁଞ୍ଚିଲେ। ହେଲେ କଣ ହେଲା କେଜାଣି ସେ ଆଉ ଚଢେଇ ପାଖକୁ ନ ଯାଇ ଫେରିଯିବାକୁ ନିଷ୍ପତି କଲେ। ହେଲେ ସ୍ବୟଂ ନାରାୟଣ ନିର୍ଦ୍ଦେଶ ଦେଇଛନ୍ତି ଚଢେଇକୁ ତିନୋଟି କଥା କହିବା ପାଇଁ। ଯଦି ନ କହିବି ତେବେ ହୁଏତ ନାରାୟଣ କ୍ଷୁବ୍ଧ ହେବେ।

ଏପରି ମନଦୁଃଖରେ ନାରଦ ସେହି ସମୁଦ୍ରକୂଳରେ ବୁଲୁଥିବା ବେଳେ ହଠାତ ଚଢେଇଟି ଖୁସି ହୋଇ ନାରଦଙ୍କ ପାଖକୁ ଚାଲିଆସିଲା। ନାରଦଙ୍କୁ ଦେଖି ଚଢେଇ କହିଲା, ଯାହା ହେଉ ଆପଣ ମୋ ପାଇଁ ବହୁତ ଉପକାର କଲେ। ନାରାୟଣ ନିଶ୍ଚିତ ଭାବେ ମୋ ଦୁଃଖ ବୁଝିଥିବେ। ଆଜିଠାରୁ ମୋର ଦୁଃଖ ଗଲା। ଏତିକି ଗୋଟିଏ ନିଃସ୍ବାସରେ କହି ଚଢେଇଟି ନାରଦଙ୍କ ମୁହଁକୁ ଅନାଇଲା। ହେଲେ ନାରଦ କିଛି କହିପାରିଲେ ନାହିଁ।

ନାରଦଙ୍କ ଏପରି ରୂପ ଦେଖି ଚଢେଇର ମନ ମଉଳିଗଲା। ସେ ବାରମ୍ବାର ନାରଦଙ୍କୁ ପଚାରିବାକୁ ଲାଗିଲା ଯେ, କୁହନ୍ତୁ ପ୍ରଭୃ କଣ କହିଲେ। କିଛି ସମୟ ନିରବତା ପରେ ନାରଦ କହିଲେ, ଆରେ ଚଢେଇ ପ୍ରଭୃ ତୋତେ ତିନୋଟି କଥା କହିବାକୁ କହିଛନ୍ତି। ପ୍ରଥମ କଥା ହେଲା ଯେ, ତୋ ଭାଗ୍ୟରେ ଛାଇ ନାହିଁ, ଦ୍ବିତୀୟ କଥା ହେଲା ତୁ ତତଲା ବାଲିରୁ ରକ୍ଷା ପାଇବା ପାଇଁ ଗୋଡ ଅଦଳବଦଳ କରି ଗୋଟିଏ ଗୋଡରେ ଛିଡା ହେବାକୁ କହିଲେ। ଏହାପରେ ନାରଦ ଯିବାକୁ ଉଦ୍ୟମ କଲେ। ହେଲେ ପକ୍ଷୀ କହିଲା ପ୍ରଭୃ ଶେଷ କଥାଟି କଣ କହିଲେନି।

ନାରଦ ଶେଷ କଥାଟି କହିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ। ତଥାପି ନାରାୟଣ କହିଥିବାରୁ ସେ କହିଲେ ଯେ, ତୁ ପ୍ରଭୃଙ୍କ ନିକଟରେ ନିଜକୁ ସମର୍ପଣ କର। ଭକ୍ତି କର। ଏତିକି ଗୋଟିଏ ନିଶ୍ବାସରେ କହି ନାରଦ ସେଠାରୁ ଉଭାନ ହୋଇ ଗଲେ। ହେଲେ ସେ ରାସ୍ତାରେ  ମନେମନେ ନାରାୟଣଙ୍କୁ ଗାଳି କରିବାରେ ଲାଗିଲେ। ନାରଦ ଭାବିଲେ କଣ ସ୍ବାୟଂ ନାରାୟଣ ଅକ୍ଷମ ହୋଇ ଗଲେଣି କି ?  ତାଙ୍କର କଣ ଗୋଟିଏ ଗଛ ଦେବାର କ୍ଷମତା ନାହିଁ।

ବହୁଦିନ ଯିବା ପରେ ନାରଦଙ୍କ ମନ କଣ ହେଲା କେଜାଣି ସେ ସେହି ପକ୍ଷୀଟିକୁ ଦେଖିବାକୁ ଆସିଲେ। ସେ ଭାବି ନେଲେ ଯେ ସେ ପକ୍ଷୀଟି ଆଉ ନ ଥିବ। ନିଶ୍ଚିତ ମୃତ୍ୟୁ ହୋଇଯାଇଥିବ। ହେଲେ ସେ ସମୁଦ୍ର କୂଳରେ ପହଁଞ୍ଚିବା ପରେ ସେଠାରେ ପରିବେଷ ଦେଖି ନାରଦ ଆଶ୍ଚର୍ଯ୍ୟ ହୋଇଗଲେ। ଦେଖିଲେ ସେଠାରେ ଗୋଟିଏ ଗଛ ନୁହେଁ ଏକ ଜଙ୍ଗଲ ସୃଷ୍ଟି ହୋଇଛି। ସେ କିଛି ଜାଣିପାରିଲେ ନାହିଁ। ଭାବିଲେ ସେ ହୁଏତ ଏକ ଭୁଲ ସ୍ଥାନକୁ ଆସିଛନ୍ତି। ହେଲେ ହଠାତ ସେହି ଟିକି ଚଢେଇଟି ସେଠାରେ ଉପସ୍ଥିତ ରହି ନାରଦଙ୍କ ଜୟ ଗାନ କଲା। ଆଉ କହିଲା ପ୍ରଭୃ ଆପଣଙ୍କ ଦୟାରେ ମୁଁ ଏକ ଜଙ୍ଗଲ ପାଇପାରିଛି। ମୁଁ ଏବେ ବେଶ୍ ଖୁସିରେ ଅଛି।

ନାରଦ କିଛି ଜାଣିପାରିଲେ ନାହିଁ। ସେ ରାଗ ତମତମ ହୋଇ ନାରାୟଣଙ୍କ ପାଖକୁ ଗଲେ। ଆଉ ନାରାୟଣଙ୍କୁ କ୍ରୋଧରେ କହିଲେ ପ୍ରଭୃ ଏ କଣ, ଆପଣ ମୋତେ ଛାଇ ତା ଭାଗ୍ୟରେ ନାହିଁ ବୋଲି କହିଲେ, ହେଲେ ସେଠାରେ ଆପଣ ଏକ ଜଙ୍ଗଲ କରିଦେଲେ। ନାରାୟଣ ହସିଲେ। କହିଲେ ଦେଖ ନାରଦ, ମୁଁ ତୁମକୁ ତିନୋଟି କଥା କହିଥିଲି। ତୁମେ ଦୁଇଟି କଥା ଉପରେ ଗୁରୁତ୍ବ ଦେଲ। ହେଲେ ଶେଷ କଥାଟିକୁ ଗୁରୁତ୍ବ ଦେଲ ନାହିଁ। ହେଲେ ସେ ଚଢେଇଟି ତୁମ କଥା ଅନୁସାରେ ଗୋଟିଏ ଗୋଡ ତଳେ ଆଉ ଗୋଟେ ଉପରେ ରଖି ମୋତେ ଧ୍ୟାନ କଲା। ସେ ଯେତେ ଥର ଗୋଡ ଅଦଳବଦଳ କଲା ସେତେଥର ଗୋଟେ ଗୋଟେ ନୂଆ ଗଛ ସୃଷ୍ଟି ହେଲା।

ନାରଦ, ସବୁବେଳେ ମନ ରଖ ଯାହାକୁ ଯାହା ଦିଆଯାଉଛି ସେ ସେତିକିରେ ସନ୍ତୁଷ୍ଠ ହେବା ଆବଶ୍ୟକ। କେବେ ହେଲେ ଦୁଃଖକୁ ଦଣ୍ଡ ବୋଲି ଭାବି ଉଚିତ ନୁହେଁ। ମୁଁ ଯେତେବେଳେ ଚଢେଇକୁ ଗୋଟିଏ ଗୋଡରେ ଛିଡା ହେବାକୁ କହିଥିଲି ସେତେବେଳେ ତୁମେ ଭାବିଲ ତାହା ଦଣ୍ଡ ଦିଆଗଲା ବୋଲି। ହେଲେ ସେ ଚଢେଇ ତାହାକୁ ଆଗ୍ରହରେ ଗ୍ରହଣ କରି ଧ୍ୟାନ କରି ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କଲା। ଫଳରେ ସେ ଯେତେଥର ଗୋଡ ଉପରକୁ ତଳକୁ କଲା ସେଥିରେ ସେତେଥର ଗୋଟିଏ ଗୋଟିଏ ଗଛ ସୃଷ୍ଟି ହେଲା। ତେଣୁ ଯିଏ ସବୁବେଳେ ସବୁ ସମୟକୁ ସାମନା କରି ଆଗ୍ରହର ସହ ତାହାକୁ ସ୍ବୀକାର କରିବ, ତେବେ ତାହାର କୌଣସି ଅସୁବିଧା ହେବ ନାହିଁ। କ୍ଷମା କରନ୍ତୁ ପ୍ରଭୃ, ନାରାୟଣ ନାରାୟଣ ନାରାୟଣ କହି ନାରଦ ସେଠାରୁ ବିଦାୟ ନେଲେ।

ଟିକି ଚଢେଇ ନାରଦ ସମୁଦ୍ର କୂଳ
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025
Latest News

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

August 5, 2025

ଅଗଷ୍ଟ ୧୫ ପୂର୍ବରୁ ଲାଲକିଲ୍ଲାର ସୁରକ୍ଷାରେ ବଡ଼ ତ୍ରୁଟି: ପାଞ୍ଚ ବାଂଲାଦେଶୀ ଗିରଫ, ଅନେକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ

August 5, 2025

ଟିମ୍ ଇଣ୍ଡିଆର ଶେଷ ହେଲା ଇଂଲଣ୍ଡ ଗସ୍ତ, ଏବେ କେବେ ଏବଂ କାହା ସହିତ ମ୍ୟାଚ୍ ହେବ? ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

August 5, 2025

ଏନଡିଏ ସଂସଦୀୟ ଦଳ ବୈଠକ: ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ, ପହଲଗାମରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

August 5, 2025

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.