ଆସନ୍ତାକାଲି “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା”ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ: ରୋଗୀଙ୍କୁ କରାଯିବ ଏୟାରଲିଫ୍ଟ

Published: Dec 19, 2021, 3:09 pm IST

ଭୁବନେଶ୍ଵର: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅହରହ କାର୍ଯ୍ୟ କରୁଛନ୍ତି। ତେଣୁ ରାଜ୍ୟର ଲୋକମାନେ କିଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ତେବେ ବିଜୁ ହେଲଥ ସ୍ମାର୍ଟ କାର୍ଡର ବଣ୍ଟନ ରାଜ୍ୟବ୍ୟାପୀ ଚାଲିଥିବା ବେଳେ ଲୋକମାନଙ୍କ ପାଇଁ ଆଉ ଏକ ବଡ ସ୍ୱାସ୍ଥ୍ୟ ସେବା ରାଜ୍ୟ ସରକାର ନେଇଆସୁଛନ୍ତି। “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା” ନାମରେ ଲୋକଙ୍କୁ ଆଉ ଏକ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତାକାଲି ଭୁବନେଶ୍ଵର ବିମାନ ବନ୍ଦରଠାରେ “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା” ର ଶୁଭ ଉଦଘାଟନ  କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଥମ ପର୍ଯ୍ୟାୟରେ ୫ ଟି ଜିଲ୍ଲା ପାଇଁ ଏହି ସ୍ୱାସ୍ଥ୍ୟ ସେବା ଆରମ୍ଭ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ନୂଆପଡା ଜିଲ୍ଲା ପାଇଁ ଏହି ସେବା ଆରମ୍ଭ କରାଯିବ। ଏହି ସେବା ମାଧ୍ୟମରେ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରିବା ଲାଗି ବ୍ୟବସ୍ଥା ହେବ।

Related posts