Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପୁଣି ଆରମ୍ଭ କଲେ,’ଆପଣ ଖୁସି ତ, ମୁଁ ବି ବହୁତ ଖୁସି’, ବିରୋଧୀ ଚିନ୍ତାରେ
ବିଶେଷ ଖବର

ନବୀନ ପୁଣି ଆରମ୍ଭ କଲେ,’ଆପଣ ଖୁସି ତ, ମୁଁ ବି ବହୁତ ଖୁସି’, ବିରୋଧୀ ଚିନ୍ତାରେ

December 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ ପୁଣି ଆରମ୍ଭ କଲେ,'ଆପଣ ଖୁସି ତ, ମୁଁ ବି ବହୁତ ଖୁସି', ବିରୋଧୀଙ୍କ ମୁଣ୍ଡ ଖରାପ

ଭୁବନେଶ୍ବର: ପୁଣିଥରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରୁ ବାହାରିଲାଣି ତାଙ୍କର ସେହି ଚିରାଚରିତ ଟ୍ୟାଗ ଲାଇନ, ଆପଣ ଖୁସି ତ, ମୁଁ ବି ବହୁତ ଖୁସି। 20 ତାରିଖରେ ରାଜ୍ୟର ସବୁଠାରୁ ଲମ୍ବା ସେତୁ ଉଦଘାଟନ ବେଳେ ସେ ଏହି ଟ୍ୟାଗ ଲାଇନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସେ ମାଇକ ଧରି ତାଙ୍କର ସଂକ୍ଷିପ୍ତ ଭାଷଣ ଆରମ୍ଭ କରି ଏହି ଟ୍ୟାଗ ଲାଇନ କହିଥିଲେ।

ନବୀନ ପଟ୍ଟନାୟକ ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କରିଥିଲେ। ସେହି ଉପଲକ୍ଷେ ଆୟୋଜିତ ସଭାରେ ନବୀନ କହିଲେ ଯେ, ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଓଡିଶାର ସବୁଠାରୁ ବଡ ସେତୁର ଉଦଘାଟନ ହେଲା। ଏହା କହି ନବୀନ କିଛି ସମୟ ପାଇଁ ନିରବ ରହିଲେ।

ଏହାପରେ ସେ କହିଲେ ‘ଆପଣମାନେ ଖୁସି ତ’…….ଏତିକିରେ ସେହି ସଭାରେ ଥିବା ଲୋକଙ୍କ ଗହଳି ଶୁଭିବା ଆରମ୍ଭ ହେଲା। ଗୋଟିଏ ସ୍ବରରେ ଶତାଧୀକ ପୁରଷମହିଳା ହଁ..ହଁ.. ବୋଲି କହିଥିଲେ। କିଛି ସମୟ ନିରବ ପରେ ପୁଣି ନବୀନ କହିଥିଲେ ‘ମୁଁ ବି ବହୁତ ଖୁସି’ ଧନ୍ୟବାଦ, ବନ୍ଦେ ଉତ୍କଳ ଜନନୀ। ଏତିକିରେ ସେଠାରେ ଉପସ୍ଥିତ ଲୋକେ ବେଶ୍ ଉତଫୁଲିକ ହୋଇଉଠିଥିଲେ।

ତେବେ ଏହି ସଭାରେ ଦୁଇଟି ନୂଆ ଘଟଣା ଦେଖିବାକୁ ମିଳିଥିଲା। ସେତୁ ଉଦଘାଟନ ହେଲା ସତ, ହେଲେ ନବୀନ ପଞ୍ଚାୟତ ନିର୍ବାଚନ ପାଇଁ ତାଙ୍କର ସେହି ପୁରୁଣା ଟ୍ୟାଗ ଲାଇନର ଶୁଭାରମ୍ଭ କରିଦେଲେ। କାରଣ ଗତ ସାଧାରଣ ନିର୍ବାଚନରେ ନବୀନଙ୍କ ଏହି ‘ଆପଣମାନେ ଖୁସି ତ’ ଟ୍ୟାଗ ଲାଇନ ବେଶ ପ୍ରଭାବ ପକାଇଥିଲା। ତାହାକୁ ନଜରରେ ରଖି ଏଥର ପଞ୍ଚାୟତ ନିର୍ବାଚନରେ ମଧ୍ୟ ତାହାକୁ ପୁଣି ବ୍ୟବହାର କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ତେବେ ସେହି ସଭାର ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା। ତାହା ହେଲା ନବୀନ ମାଇକ ଧରି ସିଧା ଭାଷଣ ପ୍ରଦାନ କରିବା। କାରଣ ପୂର୍ବରୁ ସେ ସଭାରେ ଉପସ୍ଥିତ ରହିଥିଲେ ମଧ୍ୟ ଛିଡା ହୋଇ ଭାଷଣ ଦେଉ ନ ଥିଲେ। ସେଠାରେ ଭିଡିଓ ଭାଷଣ ପ୍ରସାରଣ କରାଯାଉଥିଲା। ହେଲେ ଏହି ସଭାରେ ନବୀନ ସିଧା ଭାଷଣ ଦେଇଥିଲେ।

ଏଥିରେ ନବୀନ ପ୍ରମାଣିତ କରିଥିଲେ ଯେ, ସେ ପଞ୍ଚାୟତ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ହୋଇ ଅଛନ୍ତି। ଏଥିସହିତ ତାଙ୍କର ଲୋକପ୍ରିୟ ବକ୍ତବ୍ୟ ‘ଆପଣମାନେ ଖୁସି ତ’ ପୁଣି ଥରେ ଆରମ୍ଭ ହେବ। ନବୀନଙ୍କ ଏହି ଶକ୍ତିଶାଳି ଟ୍ୟାଗଲାଇନକୁ ନେଇ ବର୍ତ୍ତମାନ ବିରୋଧୀ ଚିନ୍ତାରେ ପଡିଯାଇଛନ୍ତି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁନିଭରସିଟି ଅଫ୍‍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ଏସ୍‍ ଆଣ୍ଡ ଟି  ମଧ୍ୟରେ ଏମ୍‍ଓୟୁରେ ସ୍ୱାକ୍ଷର

March 6, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

March 6, 2026

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026
Latest News

ୟୁନିଭରସିଟି ଅଫ୍‍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ଏସ୍‍ ଆଣ୍ଡ ଟି  ମଧ୍ୟରେ ଏମ୍‍ଓୟୁରେ ସ୍ୱାକ୍ଷର

March 6, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

March 6, 2026

ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ

March 6, 2026

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.