Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ବିରୋଧୀ କୁପ୍ରଚାର ପାଇଁ 20 ଟି ୟୁଟ୍ୟୁବ ଚ୍ୟାନେଲ, 2 ଟି ୱେବସାଇଟ୍ କୁ ବ୍ଲକ୍ କଲା ଭାରତ
ବିଶେଷ ଖବର

ଭାରତ ବିରୋଧୀ କୁପ୍ରଚାର ପାଇଁ 20 ଟି ୟୁଟ୍ୟୁବ ଚ୍ୟାନେଲ, 2 ଟି ୱେବସାଇଟ୍ କୁ ବ୍ଲକ୍ କଲା ଭାରତ

December 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
YouTube
5,000 ଭ୍ୟୁ ପାଇଁ କେତେ ଟଙ୍କା ଦିଏ YouTube?: ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ

ନୂଆଦିଲ୍ଲୀ: ଇଣ୍ଟେଲିଜେନ୍‌ସ ଏଜେନ୍ସି ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ଏକ ସମନ୍ବିତ ପ୍ରୟାସ କ୍ରମେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ଦିନ ଇଣ୍ଟରନେଟରେ ଭାରତ ବିରୋଧୀ ପ୍ରଚାର  ଏବଂ ଜାଲ୍ ଖବର ପ୍ରସାରଣ କରୁଥିବା 20 ଟି ୟୁଟ୍ୟୁବ ଚ୍ୟାନେଲ୍ ଓ 2 ଟି ୱେବସାଇଟକୁ ବ୍ଲକ୍ କରିବାର ଆଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଦୁଇଟି ଭିନ୍ନ ଭିନ୍ନ ପତ୍ର ମାଧ୍ୟମରେ – ଗୋଟିକରେ 20 ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିବା ପାଇଁ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛି ଓ ଅନ୍ୟଟିରେ 2 ଟି ସମାଚାର ୱେବସାଇଟକୁ ବ୍ଲକ କରିବା ପାଇଁ ଦୂରସଞ୍ଚାର ବିଭାଗକୁ ଅନୁରୋଧ କରିଛନ୍ତି।

ଏହି ଚ୍ୟାନେଲ ଏବଂ ୱେବସାଇଟ ଗୁଡ଼ିକ ପାକିସ୍ତାନରୁ ପରିଚାଳିତ ଏକ ସମନ୍ବିତ କୁପ୍ରଚାର ନେଟୱର୍କ ସହିତ ସମ୍ବନ୍ଧିତ ଅଟେ ଏବଂ ଭାରତ ସମ୍ବନ୍ଧିତ ବିଭିନ୍ନ ସମ୍ବେଦନଶୀଳ ଖବର ବିଷୟରେ ଏଗୁଡିକ ଜାଲ୍ ଖବର ପ୍ରସାରଣ କରୁଛନ୍ତି। ଏହି ଚ୍ୟାନେଲର ଉପଯୋଗ କାଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ ସମୁଦାୟ, ରାମ ମନ୍ଦିର, ଜେନେରାଲ୍ ବିପିନ ରାୱତଙ୍କ ପରି ବିଷୟରେ ବିଭାଜନକାରୀ ପୋଷ୍ଟ କରିବା ପାଇଁ ବ୍ୟବହାର କରାଯାଉଛି ।

ଭାରତ ବିରୋଧୀ ଭୁଲ୍ ପ୍ରଚାର ଅଭିଯାନରେ ଦି ନୟା ପାକିସ୍ତାନ ଗ୍ରୁପ୍ (ଏନପିଜି) ସାମିଲ୍ ରହିଛି, ଯାହା ପାକିସ୍ତାନରୁ ସଞ୍ଚାଳିତ ହେଉଛି ଏବଂ ଯାହାଙ୍କ ନିକଟରେ ୟୁଟ୍ୟୁବ ଚ୍ୟାନେଲର ଏକ ନେଟୱର୍କ ରହିଛି। ଏହି ଭୁଲ୍ ପ୍ରଚାର ଅଭିଯାନରେ ଆଉ କିଛି ସେହିପରି ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ସାମିଲ୍ ରହିଛି ଯାହା  ଏନପିଜି ସହିତ ସମ୍ବନ୍ଧିତ ନୁହେଁ। ଏହି ଚ୍ୟାନେଲର ସଂଯୁକ୍ତ ସବସ୍କ୍ରାଇବର ବେସ୍ 35 ଲକ୍ଷରୁ ଅଧିକ ରହିଛି ଏବଂ ଏହାଙ୍କର ଭିଡିଓକୁ 55 କୋଟିରୁ ଅଧିକ ଥର ଦେଖା ଯାଇଛି। ନୟା ପାକିସ୍ତାନ ଗ୍ରୁପ୍ (ଏନିଜି) ର କିଛି ୟୁଟ୍ୟୁବ ଚ୍ୟାନେଲ୍ ପାକିସ୍ତାନୀ ସମାଚାର ଚ୍ୟାନେଲର ଆଙ୍କରଙ୍କ ଦ୍ବାରା ସଞ୍ଚାଳିତ କରାଯାଉଛି।

ଯେଉଁ ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛସ ସେଗୁଡ଼ିକ ହେଉଛି ଦି ପଞ୍ଚ ଲାଇନ, ଇଣ୍ଟରନାସନାଲ୍ ୱେବ ନ୍ୟୁଜ, ଖାଲସା ଟିଭି, ଦି ନେକେଡ୍ ଟ୍ରୁଥ, ନ୍ୟୁଜ 24, 48 ନ୍ୟୁଜ, ଫିକ୍‌ସନାଲ୍, ହିଷ୍ଟୋରିକାଲ୍ ଫାକ୍ଟସ, ପଞ୍ଜାବ ଭାଇରାଲ୍, ନୟା ପାକିସ୍ତାନ ଗ୍ଲୋବାଲ, କଭର ଷ୍ଟୋରି, ଗୋ ଗ୍ଲୋବାଲ୍, ଇକମର୍ସ, ଜୁନେଦ ହଲିମ୍ ଅଫିସିଆଲ୍, ତୟବ ହାନିଫ୍, ଜୈନ ଅଲି ଅଫିସିଆଲ୍, ମୋହସିନ୍ ରାଜପୁତ ଅଫିସିଆଲ୍, କନିଜ୍ ଫାତିମା, ସଦାଫ୍ ଦୁରାନି, ମିଆଁ ଇମରାନ୍ ଅହମ୍ମଦ, ନଜମ ଉଲ ହସନ୍ ବାଜୱା।

ଏହି ୟୁଟ୍ୟୁବ ଚ୍ୟାନେଲ ଚାଷୀଙ୍କର ଆନ୍ଦୋଳନ, ନାଗରିକତା (ସଂଶୋଧନ) ଅଧିନିୟମ ପରି ବିଷୟରେ ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ସଂଖ୍ୟାଲଘୁ ସମୁଦାୟଙ୍କୁ ଭାରତ ସରକାରଙ୍କ ବିପକ୍ଷରେ ପ୍ରରୋଚିତ କରିବା ପାଇଁ ଅପଚେଷ୍ଟା କରିଛନ୍ତି। ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଏହି ୟୁଟ୍ୟୁବ ଚ୍ୟାନେଲର ବ୍ୟବହାର ପାଞ୍ଚଟି ରାଜ୍ୟରେ ହେଉଥିବା ଆଗାମୀ ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୋଷ୍ଟ କରିବା ପାଇଁ କରାଯିବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ସୂଚନା ସମ୍ପର୍କିତ ସ୍ପେସକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଆଚରଣ ସଂହିତା) ନିୟମ 2021 ର ନିୟମ 16 ଅନୁସାରେ ଜରୁରୀକାଳୀନ କ୍ଷମତାର ଉପଯୋଗ କରିଛି। ମନ୍ତ୍ରଣାଳୟ ଜାଣିବାକୁ ପାଇଛି ଯେ ଅଧିକାଂଶ ସୂଚନା ଜାତୀୟ ସୁରକ୍ଷା ପରିପ୍ରେକ୍ଷୀରେ ସମ୍ବେଦନଶୀଳ ଅଟେ ଏବଂ ଭୁଲ ତଥ୍ୟ ଉପରେ ପର୍ଯ୍ୟବେସିତ ଅଟେ। ଏଗୁଡିକ ମୁଖ୍ୟତଃ ପାକିସ୍ତାନ ଦ୍ବାରା ଭାରତ ବିପକ୍ଷରେ ଏକ ସମନ୍ବିତ କୁପ୍ରଚାର ନେଟୱର୍କ (ଯେପରି ନୟା ପାକିସ୍ତାନ ଗ୍ରୁପ୍ କ୍ଷେତ୍ରରେ) ଅନ୍ତର୍ଗତ ପୋଷ୍ଟ କରାଯାଉଛି। ଏଥିପାଇଁ ମନ୍ତ୍ରଣାଳୟ ଜରୁରୀକାଳୀନ ସ୍ଥିତିରେ ଏଗୁଡ଼ିକୁ ବ୍ଲକ୍ କରିବା ନିମିତ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଯୁକ୍ତ ବିବେଚନା କରିଛି।

ଭାରତ ୟୁଟ୍ୟୁବ ଚ୍ୟାନେଲ ୱେବସାଇଟ୍ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026
Latest News

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026

ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଚାବୁକ: ୫ ଟି ସ୍ଥାନରେ ଚଢାଉ ଜାରି

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.