Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡରାଇଲାଣି ଓମିକ୍ରନ: ୱାର ରୁମ ସହ କଣ୍ଟେନମେଣ୍ଟ ଜୋନ ପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ବିଶେଷ ଖବର

ଡରାଇଲାଣି ଓମିକ୍ରନ: ୱାର ରୁମ ସହ କଣ୍ଟେନମେଣ୍ଟ ଜୋନ ପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

December 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଧିରେ ଧିରେ ଦେଶକୁ କରୋନାର ନୂଆ ଓମିକ୍ରନ ଭାରିଆଣ୍ଟ ପ୍ରସାର ଲାଭ କରିବାରେ ଲାଗିଛି। ଏହା ଏତେ ଦ୍ରୁତ ଗତିରେ ମାଡି ଚାଲିଛି ଯେ, ତାହାକୁ ନିୟନ୍ତ୍ରଣ କରିବା କାଠିକର ପାଠ। ସେଥିପାଇଁ ସମସ୍ତ ରାଜ୍ୟ ସରକାର ୱାର ରୁମ ପ୍ରସ୍ତୁତ କରି ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସଚିବ ଏ ନେଇ ରାଜ୍ୟଗୁଡିକୁ ଚିଠି ଲେଖି ଅବଗତ କରାଇଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ପୁଣି ଥରେ ଡାକ୍ତରଖାନା ପ୍ରସ୍ତୁତ କରି ରଖିବାକୁ ପଡିବ। ଏଥିସହିତ ଯଦି କୌଣସି ସ୍ଥାନରୁ ଅଧିକ ସଂଖ୍ୟକ ପଜେଟିଭ ଚିହ୍ନଟ ହେଲେ ତେବେ ସେ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କର। ସେହିପରି ପ୍ରଥମ ଲହର ବେଳେ ଯେପରି ବେଡ, ଅକ୍ସିଜେନ, ମେଡିକାଲ କର୍ମଚାରୀଙ୍କୁ ସଜାଗ ରଖାଯାଇଥିଲା ତାହା ମଧ୍ୟ କର। ଏହି ଚିଠି ପାଇବା ପରେ ବିଭିନ୍ନ ରାଜ୍ୟ ତରଫରୁ ବର୍ତ୍ତମାନ ତତ୍ପରତା ପ୍ରକାଶ ପାଇଛି।

କେନ୍ଦ୍ର ସରକାର କହିଛନ୍ତି ଯେ, ଅତି କମରେ ଯେଉଁଠି 10 ପ୍ରତିଶତ କରୋନା ପଜେଟିଭ ବାହାରିଲେ ତାହାକୁ ତୀକ୍ଷ୍ଣ ନଜରରେ ରଖ। ପୂର୍ବରୁ ନାଇଟ କର୍ଫ୍ୟୁକୁ ମଧ୍ୟ ଲାଗୁ କରାଯାଇପାରେ ବୋଲି କୁହାଯାଇଛି। ସେହିପରି ବିଭିନ୍ନ ଉତ୍ସବ, ବିବାହ, ବ୍ରତ, ମୃତ କାର୍ଯ୍ୟରେ ଯେପରି ଅଧିକ ଭିଡ ନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ କରୋନା ଟେଷ୍ଟିଂ ଏବଂ ଟିକାକରଣ ପାଇଁ ଗୁରୁତ୍ବ ଦେବାକୁ ମଧ୍ୟ କେନ୍ଦ୍ର ଗୃହ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଅନେକ ରାଜ୍ୟରେ ଟିକାକରଣ ଯେପରି ସଫଳତା ହାସଲ କରିବା କଥା ତାହା ହୋଇ ନାହିଁ। ସେଥିପାଇଁ ଟିକାକରଣକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଦେଶରେ ଓମିକ୍ରନ ଫେବୃୟାରୀ ମାସରେ ଶୀର୍ଷକୁ ଛୁଇଁବ। ଏପରିକି ଦୈନିକ ସଂକ୍ରାମଣ ଦେଢ ଲକ୍ଷ ଟପିବ ବୋଲି ଅନୁମାନ କରାଯାଇଛି। ଏହି ଭାରିଏଣ୍ଟ ପୂର୍ବ ଅପେକ୍ଷା ତିନିଗୁଣା ସଂକ୍ରମଣ ଲକ୍ଷଣ ରହିଥିବାରୁ ଏହି ଆଶଙ୍କା ପ୍ରକାଶ ପାଇଛି। ସେଥିପାଇଁ ଏବେଠାରୁ ଏହା ବିରୋଧରେ ପ୍ରସ୍ତୁତି ନ କଲେ ପରବର୍ତ୍ତି ସମୟରେ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାବନୀ ଦିଆଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର 213 ଟି ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ଓମିକ୍ରନ୍ ଭାରିଆଣ୍ଟର 11 ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି। ଫଳରେ ସେହି ରାଜ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ 54 କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଓମିକ୍ରନ୍ ମାମଲା 57 କୁ ବୃଦ୍ଧି ପାଇଛି।

Corona virus ଓଡିଶା କରୋନା ଅପଡେଟ ଓମିକ୍ରନ ଭାରିଆଣ୍ଟ କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026
Latest News

ରିଲାଏନ୍ସ ଫାଉଣ୍ଡେସନର ‘ୱାଟର ଫର ଲାଇଫ’ ଅଭିଯାନକୁ ମିଳୁଛି ବ୍ୟାପକ ଜନସହଯୋଗ

April 4, 2026

ଆଇଟିଇଆରରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ

April 4, 2026

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

April 4, 2026

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.