Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଳଜୀବନ ମିଶନ ଅଧୀନରେ ଓଡିଶାକୁ କେନ୍ଦ୍ରର ୮୩୧ କୋଟି ଟଙ୍କା ମଞ୍ଜୁର
ବିଶେଷ ଖବର

ଜଳଜୀବନ ମିଶନ ଅଧୀନରେ ଓଡିଶାକୁ କେନ୍ଦ୍ରର ୮୩୧ କୋଟି ଟଙ୍କା ମଞ୍ଜୁର

December 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ଆଗାମୀ ୨୦୨୪ ସୁଦ୍ଧା ଓଡିଶା ‘ହର ଘର ଜଲ’ ରାଜ୍ୟ ହେବା ପାଇଁ ଲକ୍ଷ୍ୟ ରଖିଛି । ରାଜ୍ୟରେ ୮୫.୬୭ଲକ୍ଷ ଗ୍ରାମଞ୍ଚଳ ଘର ମଧ୍ୟରୁ ୩୫. ୩୭ଲକ୍ଷ  (୪୧. ୨୮%)ଘରେ ଟ୍ୟାପ ଯୋଗେ ପାଣି ଯୋଗାଣ ହେଉଛି। ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ ଜଳ ଯୋଗାଣ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲୁଛି। ଶତପ୍ରତିଶତ ଗ୍ରାମାଞ୍ଚଳ ଘରେ ଜଳ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଞ୍ଚଳରେ ଘରେ ଘରେ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି। ବଜେଟ୍‌ରେ ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୩, ୩୨୩.୪୨କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ, ଗତବର୍ଷ ଓଡିଶା ପାଇଁ ଏହା ୮୧୨. ୧୫କୋଟି ଟଙ୍କା ଥିଲା।

ଜଳ ଜୀବନ ମିଶନ ଏକ ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ତଳୁ ଉପର ପର୍ଯ୍ୟନ୍ତ ପରିଚାଳିତ ହୋଇଥାଏ। ଏଥିରେ ସ୍ଥାନୀୟ ଗ୍ରାମ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିଚାଳନାଠାରୁ କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ କାର୍ଯ୍ୟ ଗ୍ରାମ୍ୟଗୋଷ୍ଠୀ ଦ୍ୱାରା କରାଯାଇଥାଏ। ଏଥିପାଇଁ ରାଜ୍ୟ ଗୋଷ୍ଠୀକେନ୍ଦ୍ରୀୟ କାର୍ଯ୍ୟକ୍ରମ ସହ ପାଣି ସମିତିଗୁଡିକୁ ମଜବୁତ କରିବା ଦାୟିତ୍ୱ ନିଅନ୍ତି। ଏପର୍ଯ୍ୟନ୍ତ ଓଡିଶା ୩, ୬୯୫ଟି ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରିଥିବାବେଳେ ୨୩୪୫ଟି ଗ୍ରାମ୍ୟ କାର୍ଯ୍ୟାନ୍ୱୟନ ଯୋଜନା ବିକଶିତ ହୋଇଛି। କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହିତ କରାଯାଉଛି। କାରଣ ସେମାନେ ହିଁ ଘର ପାଣି ପରିଚାଳନା ଦାୟିତ୍ୱ ମୁଖ୍ୟତଃ ତୁଲାଇ ଥାଆନ୍ତି। ମିଶନ ସମ୍ପର୍କରେ ଜନସଚେତନତା ଗ୍ରାମ ଗୋଷ୍ଠୀକୁ ସମ୍ବେଦନଶୀଳ କରିବା ପାଇଁ ଛଅଟି ତ୍ୱରାନ୍ୱିତକାରୀ  ସହାୟତ ସଂସ୍ଥାକୁ ମଧ୍ୟ ନିଯୁକ୍ତ କରାଯାଇଛି। ସେମାନେ ନିରାପଦ ଜଳସମ୍ପର୍କରେ ସଚେତନ କରିବା ସହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ପଂଚାୟତିରାଜ ଅନୁଷ୍ଠାନଗୁଡିକୁ ମଧ୍ୟ ସହାୟତା ଦେଇଥାନ୍ତି। ଫିଲ୍ଡ ଟେଷ୍ଟ କିଟ୍ ସହ ଜଳର ଗୁଣାତ୍ମକମାନ ପରଖିବା ଲାଗି ଓଡିଶାରେ ୧୭, ୭୫୬ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି। ପିଇବା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ହାତଧୋଇବା, ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ପାଇଁ ପାଇପ୍ ଜଳ ବ୍ୟବହାର ସୁନିଶ୍ଚିତ କରିବା ଲାଗି ଉଦ୍ୟମ ହେଉଛି। ଏପର୍ଯ୍ୟନ୍ତ  ଓଡିଶାର ୩୬, ୩୭୨ ବିଦ୍ୟାଳୟ (ଶତକଡା ୬୭%) ଓ ୨୯, ୦୯୪(୫୪%)ଅଙ୍ଗନବାଡି କେନ୍ଦ୍ରରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି।

ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଟ୍ୟାପ ଯୋଗେ ପାଣି ଯୋଗାଣକୁ ଅଗ୍ରାଧିକାର ଦିଆଯାଇ ଦେଶରେ ଜଳର ଗୁଣାତ୍ମକମାନ ପରୀକ୍ଷା ପାଇଁ  ୨୦୦୦ ପରୀକ୍ଷାଗାର ସ୍ଥାପନ କରାଯାଇଛି। ଜନସାଧାରଣ ଯେତେବେଳେ ଚାହିଁବେ ସେଠାରୁ ଜଳନମୁନା ନେଇ ସ୍ପଳ୍ପ ଦେୟରେ  ନମୁନା ପରୀକ୍ଷା କରିପାରିବେ। ଓଡିଶାରେ ଏହିପରି ୭୭ଟି ପରୀକ୍ଷାଗାର ରହିଛି।

୨୦୧୯ ମସିହାରେ ଯେତେବେଳେ ମିଶନ ଆରମ୍ଭ ହେଲା ଦେଶରେ ୧୯.୨୦ କୋଟି ଗ୍ରାମାଞ୍ଚଳ ଗୃହ ମଧ୍ୟରୁ କେବଳ ୩.୨୩ କୋଟି (୧୭%) ଘରେ ଟ୍ୟାପ ପାଣି ଆସୁଥିଲା। ଏହି ମିଶନ ଆରମ୍ଭ ହେବା ପରଠାରୁ କୋଭିଡ-୧୯ ବୈଶ୍ୱିକ ମହାମାରୀ ସତ୍ୱେ ୫. ୫୧ କୋଟି (୨୮.୬୭ %) ଘରେ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଛି। ବର୍ତ୍ତମାନ ୮.୭୪କୋଟି (୪୫.୫୧%) ଗ୍ରାମଞ୍ଚଳ ଘର ପାଇପ ଯୋଗେ ପାଣି ପାଇପାରୁଛନ୍ତି।

ଗୋଆ,ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଦାଦ୍ରା ଓ ନଗର ହାବେଳୀ ଓ ଡାମନଡ୍ୟୁ, ପୁଡୁଚେରୀ ଓ ହରିୟାଣାରେ ଗ୍ରାମାଞ୍ଚଳ ଘର ହର ଘର ଜଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଭାବେ ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ,ସବ୍‌କା ପ୍ରୟାସ ଅନୁସାରେ “କେହି ବାଦ ପଡିବେନି” ଓ ପ୍ରତ୍ୟେକ ଗ୍ରାମାଞ୍ଚଳ ଘର ଜଳସଂଯୋଗ ପାଇବେ। ବର୍ତ୍ତମାନ ଦେଶର ୮୪ଟି ଜିଲ୍ଲା ଓ ୧.୩୦ଲକ୍ଷ ଗ୍ରାମରେ ପାଇପ ପାଣି ଯୋଗାଇ ଦିଆଯାଉଛି।

ଓଡିଶା କେନ୍ଦ୍ର ସରକାର ଜଳଜୀବନ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026

ଦ୍ଵିତୀୟ ପର୍ଯ୍ୟାୟ ‘’ଉଲ୍ଲାସ” ପରୀକ୍ଷାରେ ଯୋଗ ଦେଲେ ୧୫୦୦ ନିରକ୍ଷର ପୁରୁଷ ଓ ମହିଳା

March 15, 2026

୭୦୦ ରୁ ଅଧିକ ପଦବୀ ପାଇଁ HPCL ରେ ନିଯୁକ୍ତି: ଶୀଘ୍ର କରନ୍ତୁ ଆବେଦନ

March 15, 2026

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.