Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରବିବାର ଦିନ ଘରେ ବସି ଦେଖନ୍ତୁ ବଣ୍ଡା ମହିଳାଙ୍କ ଲୁଗା ବୁଣା ପ୍ରଣାଳୀ, କେମିତି ଦେଖିବେ ?
ବିଶେଷ ଖବର

ରବିବାର ଦିନ ଘରେ ବସି ଦେଖନ୍ତୁ ବଣ୍ଡା ମହିଳାଙ୍କ ଲୁଗା ବୁଣା ପ୍ରଣାଳୀ, କେମିତି ଦେଖିବେ ?

January 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ରବିବାର ଦିନ ଘରେ ବସି ଦେଖନ୍ତୁ ବଣ୍ଡା ମହିଳାଙ୍କ ଲୁଗା ବୁଣା ପ୍ରଣାଳୀ, କେମିତି ଦେଖିବେ ?

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି ।

ଜାନୁଆରୀ ୨ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ‘ବଣ୍ଡା’ ଜନଜାତି ସଂପ୍ରଦାୟଙ୍କ ବୟନ ପ୍ରଣାଳୀ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ବଣ୍ଡା ଜନଜାତି ମହିଳାମାନେ ସେମାନଙ୍କ ଅନନ୍ୟ ସାଜସଜ୍ଜା ଓ ଲଣ୍ଡିତ ମସ୍ତକ ପାଇଁ ବେଶ୍‌ ଜଣାଶୁଣା । ଏକ ଛୋଟ ବହୁରଙ୍ଗ ଥିବା ସ୍କାର୍ଟ ବଣ୍ଡା ମହିଳାମାନଙ୍କ ପୋଷାକ ଅଟେ । ଏହି ସ୍କାର୍ଟକୁ ‘ରିଙ୍ଗା’ କୁହାଯାଏ । ଏହା ପାରମ୍ପରିକ ଭାବେ କେରଙ୍ଗ ତନ୍ତୁ ବ୍ୟବହାର କରାଯାଇ ବୁଣାଯାଏ । ସେମାନଙ୍କ ଲୁଗାବୁଣା ତନ୍ତ କାଠରେ ତିଆରି ହୋଇଥାଏ । ସେହି ତନ୍ତ ଦ୍ୱାରା ସୂତା ପ୍ରସ୍ତୁତ କରାଯାଏ । ଏହା ଏକ ସରଳ ଯନ୍ତ୍ର ହୋଇଥିବାରୁ ତାହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ସହଜରେ ନିଆଯାଇପାରେ ।

ପୂର୍ବରୁ ବଣ୍ଡା ମହିଳାମାନେ ଜଙ୍ଗଲରୁ କେରଙ୍ଗ ଶାଖା ସଂଗ୍ରହ କରୁଥିଲେ । ଏହାକୁ ପ୍ରକ୍ରିୟାକରଣ କରି ତନ୍ତୁ ପ୍ରସ୍ତୁତ କରୁଥିଲେ । ତନ୍ତୁ ବା ସୂତାକୁ ଜୈବିକ ରଙ୍ଗରେ ରଙ୍ଗୀନ କରୁଥିଲେ । ସଂପ୍ରତି ଏହି ପାରମ୍ପରିକ ବସ୍ତ୍ର ନିମନ୍ତେ ରଙ୍ଗୀନ ସୂତା ବ୍ୟବହାର କରାଯାଉଛି । ବଣ୍ଡା ଜନଜାତି ମହିଳାମାନେ ପରିଧାନ କରୁଥିବା ‘ରିଙ୍ଗା’କୁ ତିଆରି କରିବା ନିମନ୍ତେ ଦୁଇରୁ ତିନିଦିନ ଲାଗୁଥିବାବେଳେ ପୁରୁଷମାନଙ୍କ ଲୁଗା ପ୍ରସ୍ତୁତ କରିବାକୁ ଗୋଟିଏ ଦିନ ଲାଗିଥାଏ ।

ଆଦିବାସୀ ମହିଳା
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026
Latest News

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.