Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ପୁଣି ବଢିଲାଣି କରୋନା, ଜାନୁୟାରୀ ଶେଷ ଆଡକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାର ସମ୍ଭାବନା
ବିଶେଷ ଖବର

ରାଜ୍ୟରେ ପୁଣି ବଢିଲାଣି କରୋନା, ଜାନୁୟାରୀ ଶେଷ ଆଡକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାର ସମ୍ଭାବନା

January 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ପୁଣି ବଢିଲାଣି କରୋନା, ଜାନୁୟାରୀ ଶେଷ ଆଡକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ଆତଙ୍କ ଆରମ୍ଭ ହେଲାଣି। ଆଜିର ଖବର ଅନୁସାରେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 424 ରେ  ପହଞ୍ଚିଲାଣି। ଗତକାଲି ଏହି ସଂଖ୍ୟା ଥିଲା 298। ଅର୍ଥାତ ଗୋଟିଏ ଦିନରେ 124 ଜଣ ନୂଆ ଆକ୍ରାନ୍ତ ବୃଦ୍ଧି ପାଇଛି। ଏହା ନିଶ୍ଚିତ ଭାବେ ଏକ ଝଟକା ବୋଲି କହିବାକୁ ପଡିବ। ଏହି ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ, ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ବଢିବା ଆରମ୍ଭ ହୋଇଛି।

ପୂର୍ବରୁ ଏହି ସ୍ଥିତି ବେଶ୍ ନିୟନ୍ତ୍ରଣରେ ଥିଲା। ଗତ ନଭେମ୍ବର ମାସ ପର୍ଯ୍ୟନ୍ତ କରୋନା ଗ୍ରାଫ ଠିକ ନିୟନ୍ତ୍ରିତ ହୋଇ ଆସୁଥିଲା। ହେଲେ ଏହା ନଭେମ୍ବର 24 ବେଳକୁ ଝଟକା ଦେବା ଆରମ୍ଭ କରିଥିଲା। ପରେ ଡିସେମ୍ବର ମାସରେ ଏହି ଗ୍ରାଫ ଉପର ମୁହାଁ ହୋଇଥିଲା। ସେହିପରି ବିଭିନ୍ନ ଜିଲ୍ଲାର ସ୍ଥିତି ମଧ୍ୟ ନିୟନ୍ତ୍ରିତ ହୋଇ ରହିଥିଲା। ବିଭିନ୍ନ ଜିଲ୍ଲାର ଆକ୍ରନ୍ତଙ୍କ ସଂଖ୍ୟା ଏକକ ସଂଖ୍ୟାକୁ ଖସି ଆସିଥିଲା। ହେଲେ ସେଥିରେ ବର୍ତ୍ତମାନ ଏହା ଦୁଇ ଅଙ୍କକୁ ଛୁଇଁବା ଆରମ୍ଭ କରିଛି।

ସେହିପରି ଓମିକ୍ରମ ସଂଖ୍ୟା ମଧ୍ୟ ଓଡିଶାରେ ବଢିବଢି ଚାଲିଛି। ବର୍ତ୍ତମାନ ରାଜ୍ୟରେ 14ଟି ଓମିକ୍ରମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିସାରିଲେଣି। ତେଣୁ ଏହି ଗ୍ରାଫକୁ ଅନୁଧ୍ୟାନ କଲେ କରୋନା ସ୍ଥିତି ଜାନୁୟାରୀ ଶେଷ ଆଡକୁ ଗମ୍ଭୀର ହେବାର ସମ୍ଭାବନା ଦେଖା ଦେଲାଣି। ଫେବୃୟାରୀ ବେଳକୁ ରାଜ୍ୟରେ ତୃତୀୟ ଲହରର ତୀବ୍ରତା ପରିଲକ୍ଷିତ ହେବ ବୋଲି ଜଣାପଡିଲାଣି।

ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟ ସରକାର ବନ୍ଦ କରିଦେଇଥିବା କୋଭିଡ ହସପିଟାଲ ପୁଣି ଆରମ୍ଭ କରିବାକୁ ଯୋଜନା କଲେଣି। ଏପରିକି କେନ୍ଦ୍ର ସରକାର ମଧ୍ୟ ଘନଘନ ବୈଠକ କରି ରାଜ୍ୟମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେଣି। ତେବେ ଏଥର କରୋନା ନିୟନ୍ତ୍ରଣ କରିବାରେ ସରକାର ତଥା ସ୍ବାସ୍ଥ୍ୟ କର୍ମିଙ୍କୁ ସହଜ ହେବ ବୋଲି ଆଶା କରାଯାଉଛି। କାରଣ ହେଲା ଏହାକୁ ନେଇ ସମସ୍ତଙ୍କ ଅଭିଜ୍ଞତା ହାସଲ ହୋଇଛି, ଦ୍ବିତୀୟରେ ସମସ୍ତେ ଦୁଇ ଡୋଜ ଟିକା ମଧ୍ୟ ଗ୍ରହଣ କରିସାରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ, ସରକାର ପୁଣି ଥରେ ଲକ ଡାଉନ ବା ସର୍ଟ ଡାଉନ ଲାଗୁ କରିବେ କି ନାହିଁ। କାରଣ ବର୍ତ୍ତମାନ ଯେପରି ସ୍ଥିତି ରହିଛି ସେଥିରେ ପୁଣି ଲକଡାଉନ ସର୍ଟଡାଉନ କଲେ ରାଜ୍ୟ ତଥା ଦେଶର ଆର୍ଥିକ ସ୍ଥିତି ବିଗିଡିଯିବା ନିଶ୍ଚିତ। ସେସବୁକୁ ଦୃଷ୍ଟିରେ ରଖି ସରକାର ଏବେଠାରୁ କଟକଣା ଆରମ୍ଭ କରିଦେଲେ ପରିବର୍ତ୍ତି ସମୟରେ ପରିସ୍ଥିତି ଜଟିଳ ହେବ ନାହିଁ।

corona ଓଡିଶାର କରୋନା ଆକ୍ରାନ୍ତ କୋଭିଡ19
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.