Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି ବଢିଲାଣି କରୋନା, ଜାନୁୟାରୀ ଶେଷ ଆଡକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ଆତଙ୍କ ଆରମ୍ଭ ହେଲାଣି। ଆଜିର ଖବର ଅନୁସାରେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 424 ରେ  ପହଞ୍ଚିଲାଣି। ଗତକାଲି ଏହି ସଂଖ୍ୟା ଥିଲା 298। ଅର୍ଥାତ ଗୋଟିଏ ଦିନରେ 124 ଜଣ ନୂଆ ଆକ୍ରାନ୍ତ ବୃଦ୍ଧି ପାଇଛି। ଏହା ନିଶ୍ଚିତ ଭାବେ ଏକ ଝଟକା ବୋଲି କହିବାକୁ ପଡିବ। ଏହି ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ, ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ବଢିବା ଆରମ୍ଭ ହୋଇଛି।

ପୂର୍ବରୁ ଏହି ସ୍ଥିତି ବେଶ୍ ନିୟନ୍ତ୍ରଣରେ ଥିଲା। ଗତ ନଭେମ୍ବର ମାସ ପର୍ଯ୍ୟନ୍ତ କରୋନା ଗ୍ରାଫ ଠିକ ନିୟନ୍ତ୍ରିତ ହୋଇ ଆସୁଥିଲା। ହେଲେ ଏହା ନଭେମ୍ବର 24 ବେଳକୁ ଝଟକା ଦେବା ଆରମ୍ଭ କରିଥିଲା। ପରେ ଡିସେମ୍ବର ମାସରେ ଏହି ଗ୍ରାଫ ଉପର ମୁହାଁ ହୋଇଥିଲା। ସେହିପରି ବିଭିନ୍ନ ଜିଲ୍ଲାର ସ୍ଥିତି ମଧ୍ୟ ନିୟନ୍ତ୍ରିତ ହୋଇ ରହିଥିଲା। ବିଭିନ୍ନ ଜିଲ୍ଲାର ଆକ୍ରନ୍ତଙ୍କ ସଂଖ୍ୟା ଏକକ ସଂଖ୍ୟାକୁ ଖସି ଆସିଥିଲା। ହେଲେ ସେଥିରେ ବର୍ତ୍ତମାନ ଏହା ଦୁଇ ଅଙ୍କକୁ ଛୁଇଁବା ଆରମ୍ଭ କରିଛି।

ସେହିପରି ଓମିକ୍ରମ ସଂଖ୍ୟା ମଧ୍ୟ ଓଡିଶାରେ ବଢିବଢି ଚାଲିଛି। ବର୍ତ୍ତମାନ ରାଜ୍ୟରେ 14ଟି ଓମିକ୍ରମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିସାରିଲେଣି। ତେଣୁ ଏହି ଗ୍ରାଫକୁ ଅନୁଧ୍ୟାନ କଲେ କରୋନା ସ୍ଥିତି ଜାନୁୟାରୀ ଶେଷ ଆଡକୁ ଗମ୍ଭୀର ହେବାର ସମ୍ଭାବନା ଦେଖା ଦେଲାଣି। ଫେବୃୟାରୀ ବେଳକୁ ରାଜ୍ୟରେ ତୃତୀୟ ଲହରର ତୀବ୍ରତା ପରିଲକ୍ଷିତ ହେବ ବୋଲି ଜଣାପଡିଲାଣି।

ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟ ସରକାର ବନ୍ଦ କରିଦେଇଥିବା କୋଭିଡ ହସପିଟାଲ ପୁଣି ଆରମ୍ଭ କରିବାକୁ ଯୋଜନା କଲେଣି। ଏପରିକି କେନ୍ଦ୍ର ସରକାର ମଧ୍ୟ ଘନଘନ ବୈଠକ କରି ରାଜ୍ୟମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେଣି। ତେବେ ଏଥର କରୋନା ନିୟନ୍ତ୍ରଣ କରିବାରେ ସରକାର ତଥା ସ୍ବାସ୍ଥ୍ୟ କର୍ମିଙ୍କୁ ସହଜ ହେବ ବୋଲି ଆଶା କରାଯାଉଛି। କାରଣ ହେଲା ଏହାକୁ ନେଇ ସମସ୍ତଙ୍କ ଅଭିଜ୍ଞତା ହାସଲ ହୋଇଛି, ଦ୍ବିତୀୟରେ ସମସ୍ତେ ଦୁଇ ଡୋଜ ଟିକା ମଧ୍ୟ ଗ୍ରହଣ କରିସାରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ, ସରକାର ପୁଣି ଥରେ ଲକ ଡାଉନ ବା ସର୍ଟ ଡାଉନ ଲାଗୁ କରିବେ କି ନାହିଁ। କାରଣ ବର୍ତ୍ତମାନ ଯେପରି ସ୍ଥିତି ରହିଛି ସେଥିରେ ପୁଣି ଲକଡାଉନ ସର୍ଟଡାଉନ କଲେ ରାଜ୍ୟ ତଥା ଦେଶର ଆର୍ଥିକ ସ୍ଥିତି ବିଗିଡିଯିବା ନିଶ୍ଚିତ। ସେସବୁକୁ ଦୃଷ୍ଟିରେ ରଖି ସରକାର ଏବେଠାରୁ କଟକଣା ଆରମ୍ଭ କରିଦେଲେ ପରିବର୍ତ୍ତି ସମୟରେ ପରିସ୍ଥିତି ଜଟିଳ ହେବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନାରେ ଗୋଡାଗୋଡି ହେଉଛନ୍ତି କଟକ ଖୋର୍ଦ୍ଧା ଜିଲ୍ଲା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ

ଭୁବନେଶ୍ବର, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ସତ, ହେଲେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ସ୍ଥିତି ସେମିତି ରହୁଛି। ଗତ କିଛି ଦିନ ଧରି ଏହି ଦୁଇ ଜିଲ୍ଲାର ଆକ୍ରନ୍ତଙ୍କ ସଂଖ୍ୟା ପାଞ୍ଚଶହ ତଳେ ସ୍ଥିର ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସଦ୍ୟତମ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୯୭
୨- ବାଲେଶ୍ୱର ଜିଲ୍ଲାରୁ – ୧୫୫
୩- ବରଗଡ଼ ଜିଲ୍ଲାରୁ – ୧୭
୪- ଭଦ୍ରକ ଜିଲ୍ଲାରୁ – ୧୩୧
୫- ବଲାଙ୍ଗୀର ଜିଲ୍ଲାରୁ – ୩
୬- ବୌଦ୍ଦ ଜିଲ୍ଲାରୁ – ୨୧
୭- କଟକ ଜିଲ୍ଲାରୁ – ୪୪୧
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୬୭
୧୦- ଗଜପତି ଜିଲ୍ଲାରୁ – ୧୦
୧୧- ଗଞ୍ଜାମ ଜିଲ୍ଲାରୁ – ୨୦
୧୨- ଜଗତସିଂହପୁର ଜିଲ୍ଲାରୁ – ୧୧୭
୧୩- ଯାଜପୁର ଜିଲ୍ଲାରୁ – ୧୫୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭
୧୫- କଳାହାଣ୍ଡି ଜିଲ୍ଲାରୁ – ୧୫
୧୬- କନ୍ଧମାଳ ଜିଲ୍ଲାରୁ – ୨୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୯
୧୮- କେନ୍ଦୁଝର ଜିଲ୍ଲାରୁ – ୬୪
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୪୭୫
୨୦- କୋରାପୁଟ ଜିଲ୍ଲାରୁ – ୬୫
୨୧- ମାଲକାନଗିରି : ୫୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୯୩
୨୩- ନବରଙ୍ଗପୁର ଜିଲ୍ଲାରେ: ୧୫
୨୪- ନୟାଗଡ଼ ଜିଲ୍ଲାରୁ – ୧୧୫
୨୫- ନୂଆପଡ଼ା ଜିଲ୍ଲାରୁ – ୮
୨୬- ପୁରୀ ଜିଲ୍ଲାରୁ – ୧୫୪
୨୭- ରାୟଗଡ଼ା ଜିଲ୍ଲାରୁ – ୫୪
୨୮- ସମ୍ବଲପୁର ଜିଲ୍ଲାରୁ – ୩୨
୨୯- ସୋନପୁର ଜିଲ୍ଲାରୁ – ୧୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୨
୩୧- ଷ୍ଟେଟ୍ ପୁଲରୁ : ୯୧

Categories
ଆଜିର ଖବର ରାଜ୍ୟ ଖବର

ଧୀରେଧୀରେ ଖସୁଛି କରୋନା ଗ୍ରାଫ୍, ତିନି ହଜାର ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, ରାଜ୍ୟରେ ଧିରେଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସଦ୍ୟତମ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨,୮୦୩ ନୂଆ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନରୁ ୧୫ଶହ ୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୬ଟି । ଗତକାଲି ରାଜ୍ୟରୁ ୨ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୩ ହଜାର ତଳକୁ ଖସିଲା ରାଜ୍ୟର କରୋନା ପଜେଟିଭଙ୍କ ସଂଖ୍ୟା, ଜାଣନ୍ତୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୬୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୪୦  ଟି ଲୋକାଲ କେସ୍ ରହିଛି।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୬ କୁ ବୃଦ୍ଧି ହୋଇଛି।  ସେହିପରି ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୪ ହଜାର ୨୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୫୫୭ ଜଣ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିୟନ୍ତ୍ରଣକୁ ଆସୁଛି ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ପଜେଟିଭ

ଭୁବନେଶ୍ୱର: କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲାର କରୋନା ସଂକ୍ରାମଣ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ହଜାରେ ଉପରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ଏବେ ହଜାର ତଳେ ରହୁଛି। ତାଜା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ନୂଆ ପଜେଡିଭ ସଂଖ୍ୟା ହେଲା ୮୫୩ । ସେହିପରି ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଏହିପରି..

ଖୋର୍ଦ୍ଧା- ୮୫୩

ଅନୁଗୁଳର- ୩୮୫

ବାଲେଶ୍ୱରର- ୩୭୩

ବରଗଡ଼ ୯୯

ଭଦ୍ରକ ୩୭୦

ବଲାଙ୍ଗୀର ୭୭

ବୌଦ୍ଧ ୭୩

କଟକ ୩୪୯

ଦେବଗଡ଼ ୨୨

ଢେଙ୍କାନାଳ ୩୦୬

ଗଜପତି ୪୪

ଗଞ୍ଜାମ ୩୫

ଜଗତସିଂହପୁର ୨୩୨

ଯାଜପୁର ୪୩୧

ଝାରସୁଗୁଡ଼ା ୫୪

କଳାହାଣ୍ଡି ୫୩

କନ୍ଧମାଳ ୬୫

କେନ୍ଦ୍ରାପଡ଼ା ୨୩୫

କେନ୍ଦୁଝର ୧୩୦

କୋରାପୁଟ ୧୨୯

ମାଲକାନଗିରି ୧୧୬

ମୟୂରଭଞ୍ଜ ୨୬୧

ନବରଗଙ୍ଗପୁର ୧୭୪

ନୂଆପଡ଼ା ୩୭

ପୁରୀ ୨୪୧

ସମ୍ୱଲପୁର ୯୨

ସୋନପୁର ୭୭

ସୁନ୍ଦରଗଡ଼ ୧୧୩

ଷ୍ଟେଟ୍ ପୁଲରୁ ୧୪୫

Categories
ଆଜିର ଖବର ରାଜ୍ୟ ଖବର

ଧୀରେ ଧୀରେ ଖସୁଛି ପଜେଟିଭ ସଂଖ୍ୟା, ଏଥର ରାଜ୍ୟରୁ ଚିହ୍ନଟ ହେଲେ କମ ଆକ୍ରାନ୍ତ

ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ପରିସ୍ଥିତି ସେହିପରି ଗମ୍ଭିର ଅଛି ବୋଲି କହିବାକୁ ହେବ। କାରଣ ବର୍ତ୍ତମାନ ଲକଡାଉନ ଯୋଗୁଁ ଏହି ପଜେଟିଭ ସଂଖ୍ୟା ହ୍ରାସ ପାଉଛି।

ବର୍ତ୍ତମାନ ସୂଚନା ଓ ଲୋକ ସଂପର୍କ ବିଭାଗର ତାଜା ସୂଚନା ଅନୁସାରେ ରାଜ୍ୟରୁ 6 ହଜାର 118 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 3 ହଜାର 453 ଥିବା ବେଳେ ସ୍ଥାନୀୟ ସଂକ୍ରାମକ ସଂଖ୍ୟା 2 ହଜାର 665 ଜଣ। ଗତକାଲି ରିପୋର୍ଟ ଅନୁସାରେ ରାଜ୍ୟର ପଜେଟିଭ ସଂଖ୍ୟା ଥିଲା 7 ହଜାର 2 ଜଣ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ନୂଆ ତଥ୍ୟ, ରାଜ୍ୟରୁ ଚିହ୍ନଟ ହେଲେ ୮ ହଜାର ୩୯୯ ନୂଆ ଆକ୍ରାନ୍ତ

ଭୁବନେଶ୍ବର, ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଏକ ପ୍ରକାରର ସ୍ଥିର ରହିଛି। ପୂର୍ବରୁ ଯେପରି ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ସାମାନ୍ୟ ରୋକ ଲାଗିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ନୂଆ ତଥ୍ୟ ଅନୁସାରେ ରାଜ୍ୟରୁ ୮ ହଜାର ୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮ ହଜାର ୭୩୫ ଆକ୍ରାନ୍ତ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ ୪ ହଜାର ୭୪୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି ୩ ହଜାର ୬୫୮। ମୁଖ୍ୟତଃ ରାଜ୍ୟରେ ଲକଡାଉନ ଲାଗୁ କରିବା ଦ୍ବାରା ଏହି ସଂକ୍ରାମଣ ସଂଖ୍ୟାକୁ ନିୟନ୍ତ୍ରଣରେ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗ୍ରାମାଞ୍ଚଳକୁ କଲବଲ କଲାଣି କରୋନା, ପଦକ୍ଷେପ ଗ୍ରହଣ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ତାଗିଦ

ନୂଆଦିଲ୍ଲୀ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଗ୍ରାମାଞ୍ଚଳରେ କୋଭିଡ଼ ୧୯ ମହାମାରୀର ସଂକ୍ରମଣକୁ ରୋକିବା ନିମନ୍ତେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏହି ପତ୍ରରେ କୋଭିଡ଼ ୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଚାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ପଞ୍ଚାୟତ ଏବଂ ସ୍ଥାନୀୟ ଅଞ୍ଚଳକୁ ସମ୍ବେଦନଶୀଳ କରିବା ଏବଂ ସବୁ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡ଼ବ୍ଲୁ) ଚିକିତ୍ସକମାନଙ୍କୁ ଏବଂ ଚିକିତ୍ସା ସଂସ୍ଥାନ ଆଦିଙ୍କୁ ପରାମର୍ଶ କ୍ରମରେ କୋଭିଡ଼ ସଂକ୍ରମଣ ର ପ୍ରକୃତି ଓ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଉପଯୁକ୍ତ ଉପାୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କ ନିକଟରେ ଉପଲବ୍ଧ କରିବାକୁ କୁହାଯାଇଛି । ଏଥିପାଇଁ ବ୍ୟାପକ ଭାବେ ଜନ ସଂଚାର ଅଭିଯାନ ଚଳାଇବା ଲାଗି ପରାମର୍ଶ ଦିଆଯାଇଛି ।

ଏଥି ସହିତ ଏହି ସମୟରେ ଲୋକମାନଙ୍କ ମନରୁ ଭ୍ରାନ୍ତ ଧାରଣା କିମ୍ବା ଚିନ୍ତାଧାରା ଦୂର କରିବା ନିମନ୍ତେ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏହି ଅଭିଯାନ ସହିତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଗଣ, ଶିକ୍ଷକ, ଆଶାକର୍ମୀ ତଥା ସ୍ଥାନୀୟ ଅଗ୍ରଣୀ ସ୍ୱୟଂସେବମକମାନଙ୍କୁ ମଧ୍ୟ ସଂଯୁକ୍ତ କରିବାକୁ କୁହାଯାଇଛି । ସେମାନଙ୍କୁ ଆଙ୍ଗୁଠିରେ ମପାଯାଉଥିବା ଅକ୍ସିମିଟର, ଏନ- ୯୫ ମାସ୍କ, ଇନଫ୍ରା ରେଡ଼୍ ଥର୍ମାଲ ସ୍କାନିଂ ଉପକରଣ, ସାନିଟାଇଜର ଭଳି ଆବଶ୍ୟକ ସୁରକ୍ଷାତ୍ମକ ସାମଗ୍ରୀ ଉପଲବ୍ଧ କରାଇବାକୁ କୁହାଯାଇଛି ।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ପରୀକ୍ଷଣ ତଥା ଟିକାକରଣ କେନ୍ଦ୍ର, ଚିକିତ୍ସକ, ହସପିଟାଲ ଶଯ୍ୟା ଆଦିର ଉପଲବ୍ଧତା ସଂପର୍କରେ ବାସ୍ତବ ତଥ୍ୟ ଉପଲବ୍ଧ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ପଞ୍ଚାୟତ କାର‌୍ୟ୍ୟାଳୟ, ସ୍କୁଲ, ସାଧାରଣ ସେବା କେନ୍ଦ୍ର ଆଦି ଆଇଟି ଅବସଂରଚନାର ଉପଯୋଗ ସୁବିଧା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଲେଖାଯାଇଥିବା ଏହି ପତ୍ରରେ ଆହୁରି କୁହାଯାଇଛି ଯେ “ପଞ୍ଚାୟତର ନିଜ ସଂପର୍କୀତ କ୍ଷେତ୍ରକୁ ସକଳ ପ୍ରକାର ସେବା ଦେବା ସକାଶେ ଆବଶ୍ୟକ ସଂସ୍ଥାଗତ, ଗ୍ରାମ୍ୟ ସ୍ତରର ସହଯୋଗ ଉପଲବ୍ଧ କରିବା ଦିଗରେ ସକ୍ରିୟତା ପ୍ରକାଶ ପାଇବା ଉଚିତ । ଯେଉଁଠାରେ ସମ୍ଭବପର ହେଉଥିବ, ସେଠାରେ ଘରମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ଲୋକେସନ୍ ଭାବେ ମଧ୍ୟ ବିକଶିତ କରାଯାଇପାରିବ । ଯେଉଁଠାରେ ଅଧିକତମ ସ୍ପର୍ଶକାତରଉନ୍ମୁଖୀ କୋଭିଡ଼ ପଜିଟିଭ ମାମଲା ଦେଖାଦେଇଥିବ ସେଠାରେ ଏଭଳି ଘଟଣାର ମୁକାବିଲା ସକାଶେ ଆବଶ୍ୟକ ଓ ଉପଯୁକ୍ତ ପ୍ରବନ୍ଧନ କରାଯିବା ଜରୁରି ।

ଏହା ବ୍ୟତୀତ, ଗରିବ ଲୋକ ଏବଂ ପ୍ରବାସରୁ ଫେରୁଥିବା ଶ୍ରମିକମାନଙ୍କ ସକାଶେ ବିଶେଷ କ୍ୱାରେଣ୍ଟାଇନ୍ ବା ଆଇସୋଲେସନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବା ଦରକାର । ସ୍ୱାସ୍ଥ୍ୟ ବିଭାଗ ସହିତ ପରାମର୍ଶ କରି, ଅଧିକ ଜନସଂଖ୍ୟାଯୁକ୍ତ ଅଞ୍ଚଳରେ ଲୋକମାନଙ୍କୁ ସର୍ବାଧିକ ଚିକିତ୍ସା ସୁବିଧା ଯୋଗାଣ ସୁନିଶ୍ଚିତ କରିବା ଲାଗି ପଞ୍ଚାୟତରେ ଟିକାକରଣ ଅଭିଯାନ ଚଳାଯିବା ଜରୁରି ।”

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଗ୍ରାମ୍ୟ ସ୍ତରରେ ଗରିବ ଲୋକମାନଙ୍କୁ ରିଲିଫ ଓ ପୁନର୍ବାସ ସୁବିଧା ଉପଲବ୍ଧ କରିବା ନିମନ୍ତେ ଖାଦ୍ୟସାମଗ୍ରୀ, ପାନୀୟ ଜଳ ଉପଳବ୍ଧ କରାଇବା, ସ୍ୱଚ୍ଛତା, ମନରେଗା ରୋଜଗାର ଆଦିର ପ୍ରାବଧାନ କରିବା ସକାଶେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଉପଯୋଗ କରିପାରିବେ ।

ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ, ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛିଯେ ଜିଲ୍ଲା ଏବଂ ତହସିଲମାନଙ୍କ ନିକଟବର୍ତ୍ତୀ ସ୍ଥାନରେ ଉପଲବ୍ଧ ଚିକିତ୍ସା ସୁବିଧା ସହିତ ଉପଯୁକ୍ତ ସଂପର୍କ ସ୍ଥାପନ କରାଯିବା ଜରୁରି । ଏହା ଦ୍ୱାରା ଆମ୍ବୁଲାନ୍ସ ସେବା, ଉନ୍ନତ ପରୀକ୍ଷଣ, ଉପଚାର ସୁବିଧା, ମଲ୍ଟି ସ୍ପେସାଲିଟି କେୟାର ଭଳି ଜରୁରି ସେବା ରୋଗୀମାନଙ୍କୁ ଯଥାଶୀଘ୍ର ଯୋଗାଇ ଦିଆଯାଇପାରିବ ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ସଚିବ ସୁନୀଲ କୁମାର ରାଜ୍ୟମାନଙ୍କୁ କୋଭିଡ଼ ମହାମାରୀ ଏବଂ ସରକାରୀ ସ୍ୱାସ୍ଥ୍ୟସେବା ସହିତ ସମ୍ବନ୍ଧୀତ ପ୍ରସଙ୍ଗକୁ ସଂପାଦନ ନିମନ୍ତେ ଗ୍ରାମ ପଞ୍ଚାୟତ ଏବଂ ଏହାର ସମିତିମାନଙ୍କ କାର‌୍ୟ୍ୟ ଉପରେ ନିୟମିତ ନଜର ରଖିବା ଲାଗି ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ, ରାଜସ୍ୱ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଆନ୍ତଃ- ବିଭାଗୀୟ ମନିଟରିଂ ବ୍ୟବସ୍ଥା ଗଠନ କରି ସେସବୁକୁ ବ୍ଲକ୍, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ରେଗୁଲେଟୋରୀ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଚିତ ।

ଏହି ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ଏବଂ ସେମାନଙ୍କର କମିଟିମାନଙ୍କ ଦ୍ୱାରା କୋଭିଡ଼ ମହାମାରୀ ଓ ତତ୍ ସମ୍ପର୍କୀତ ଜନସ୍ୱାସ୍ଥ୍ୟ ସୁବିଧା କିଭଳି ଭାବେ କାର‌୍ୟ୍ୟ କରୁଛି ତାହାକୁ ସୁପରିଚାଳନା କରାଯାଇପାରିବ ବୋଲି ସେ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ପୁଣି ଲେଉଟିଲା ଖୋର୍ଦ୍ଧା, ଏହି ଜିଲ୍ଲାରୁ ଚିହ୍ନଟ ହେଲେ ସର୍ବାଧିକ କରୋନା ଆକ୍ରାନ୍ତ

ଭୁବନେଶ୍ବର, ପୁଣି ଖୋର୍ଦ୍ଧାକୁ ଲେଉଟିଲା କରୋନା। ପୂର୍ବରୁ ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିଲା। ହେଲେ କିଛି ଦିନ ଧରି ସୁନ୍ଦରଗଡ ଜିଲ୍ଲା କରୋନା ଆକ୍ରାନ୍ତରେ ସର୍ବାଧିକ ରହିଥିଲା। ତେବେ ଆଜିର ରିପୋର୍ଟ ଅନୁସାରେ ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି।  ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା ଏବଂ ତୃତୀୟରେ କଟକ ଜିଲ୍ଲା। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା

Khurda: 1329

Sundargarh: 824

Cuttack: 720

Puri: 708

Angul: 456

Bargarh: 450

Kalahandi: 433

Jharsuguda: 418

Jajpur: 328

Nuapada: 311

Nawarangpur: 306

Sambalpur: 302

Balangir: 274

Nayagarh: 269

Bhadrak: 248 

Dhenkanal: 244

Kendrapada: 243

Balasore: 230

Ganjam: 209

Mayurbhanj: 207

Boudh: 183

Sonepur: 169

Keonjhar: 166

Koraput: 142

Rayagada: 132

Deogarh: 118

Jagatsinghpur: 115

Gajapati: 89

Kandhamal: 75

Malkangiri: 62

State Pool: 271

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଚିହ୍ନଟ ହେଲେ 10 ହଜାର 31 ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର, ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ଗତକାଲିର କରୋନା ରିପୋର୍ଟ ଆଜି ପ୍ରକାଶ ହୋଇଛି। ସେହି ଅନୁସାରେ ଗତକାଲି ରାଜ୍ୟରୁ 10 ହଜାର 31 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନ ଏହି ସଂଖ୍ୟା ଥିଲା 10 ହଜାର 635। ରିପୋର୍ଟ ଅନୁସାରେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 6 ହଜାର 6 ସଙ 23 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 3 ହଜାର 4 ଶହ 8 ଜଣ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ଚିହ୍ନଟ ହେଲେ 11 ହଜାର ଆକ୍ରାନ୍ତ, ଗତକାଲିଠାରୁ କମ ରହିଛି

ଭୁବନେଶ୍ବର, ଆଜି ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ 11 ହଜାର 8 ଶହ 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା 12 ହଜାର 2ଶହ 38। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ କ୍ବାରଣ୍ଟାଇରୁ 6 ହଜାର 6 ଶହ 13 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମକ ସଂଖ୍ୟା ହେଲା 5 ହଜାର ଶହେ 94 ଜଣ। ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି 12 ହଜାର ଟପିଲା ଓଡିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, ଆଜିର ତାଜା ରିପୋର୍ଟ ଅନୁସାରେ ଓଡିଶାରେ ଗତକାଲି 12 ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଅନୁସାରେ ଓଡିଶାର ଗୋଟିଏ ଦିନରେ କରୋନା ଆକ୍ରାନ୍ତ ସଂଖ୍ୟା ରହିଛି 12 ହଜାର 2 ଶହ 38। ଏମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 6 ହଜାର 9 ଶହ 14 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 5 ହଜାର 3 ଶହ 24।