Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା, ପଂଜାବର ଅଧାଗସ୍ତରୁ ଫେରିଲେ ମୋଦୀ
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା, ପଂଜାବର ଅଧାଗସ୍ତରୁ ଫେରିଲେ ମୋଦୀ

January 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା, ପଂଜାବର ଅଧାଗସ୍ତରୁ ଫେରିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବର ଫେରୋଜପୁର ଗସ୍ତକୁ ବାତିଲ କରିଛନ୍ତି।  ସେ ସେଠାରେ 42,750 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ପକାଇ ଥାଆନ୍ତେ। ସେଠାରେ ପ୍ରଧାନମନ୍ତ୍ରୀ ଉଦବୋଧନ ମଧ୍ୟ ଦେଇଥାଆନ୍ତେ। ସେଥିପାଇଁ ବେଶ୍ ପ୍ରସ୍ତୁତି ମଧ୍ୟ କରାଯାଇଥିଲା।

ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ସେଠାରେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି କାରଣରୁ ଏହି ସମାବେଶକୁ ସମ୍ବୋଧିତ କରିପାରିବେ ନାହିଁ। 490 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଫେରୋଜପୁରର 100 ଶଯ୍ୟା ବିଶିଷ୍ଟ PGI ସାଟେଲାଇଟ୍ ସେଣ୍ଟର ସମେତ ତିନୋଟି ଚିକିତ୍ସା ଭିତ୍ତିଭୂମିର ମୂଳଦୁଆ ପକାଇବାକୁ ମାଣ୍ଡଭିଆ ସେଠାରେ ଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପଂଜାବ ଗସ୍ତରେ ଗୃହ ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, “ଆଜି ସକାଳେ ପ୍ରଧାନମନ୍ତ୍ରୀ ବାଥୀଣ୍ଡା ପହଁଚିଥିଲେ। ସେଠାରୁ ସେ ହୁସେନାୱାଲାସ୍ଥିତ ଜାତୀୟ ଶହୀଦ ସ୍ମାରକୀକୁ ହେଲିକାପ୍ଟରରେ ଯାଇଥାଆନ୍ତେ। ହେଲେ ପାଗ ଖରାପ ଯୋଗୁଁ ପ୍ରଧାନମନ୍ତ୍ରୀ ସେଠାରେ ଅପେକ୍ଷା କରିଥିଲେ। ପାଗ ସଫା ହେବା ପାଇଁ ପ୍ରାୟ 20 ମିନିଟ୍ ଲାଗିଥିଲା। “ଯେତେବେଳେ ପାଗରେ ସୁଧାର ଆସି ନଥିଲା, ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ସେ ରୋଡରେ ଗସ୍ତ କରି ଜାତୀୟ ଶହୀଦ ମେମୋରିଆଲ ପରିଦର୍ଶନ କରିବେ, ଯାହାକି 2 ଘଣ୍ଟାରୁ ଅଧିକ ସମୟ ଲାଗିବ। ଡିଜିପି ପଞ୍ଜାବ ପୋଲିସର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ହେବା ପରେ ସେ ରାସ୍ତାରେ ଯାତ୍ରା କରିଥିଲେ।”

“ହୁସେନାୱାଲାସ୍ଥିତ ଜାତୀୟ ଶହୀଦ ମେମୋରିଆଲ ଠାରୁ ପ୍ରାୟ 30 କିଲୋମିଟର ଦୂରରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କନଭେନ ଏକ ଫ୍ଲାଏ ଓଭରରେ ପହଞ୍ଚିଥଲା ସେତେବେଳେ କିଛି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଫ୍ଲାଏ ଓଭରରେ 15-20 ମିନିଟ ଧରି ଅଟକି ରହିଥିଲେ। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା। “ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଏବଂ ଭ୍ରମଣ ଯୋଜନା ପଞ୍ଜାବ ସରକାରଙ୍କୁ ପୂର୍ବରୁ ଜଣାଇ ଦିଆଯାଇଥିଲା। ପ୍ରକ୍ରିୟା ଅନୁଯାୟୀ ସେମାନଙ୍କୁ ଲଜିଷ୍ଟିକ୍ସ, ସୁରକ୍ଷା ପାଇଁ ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ଥିଲା। ହେଲେ ପଂଜାବ ପୋଲିସ ତାହା କରି ନ ଥିଲେ।

ଏହି ସୁରକ୍ଷା ଅବ୍ୟବସ୍ଥା ପରେ ବାଥୀଣ୍ଡା ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ଫେରିଆସିଥିଲେ। ସେ ବିମାନ ବନ୍ଦରରେ କହିଥିଲେ ଯେ, ମୁଁ ଜୀବନ ଧରି ଫେରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବ। ଯାହାକୁ ନେଇ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି।

ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.