Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିଠୁ ବୁଷ୍ଟର ଡୋଜ, ପ୍ରଥମ ଦୁଇ ଡୋଜର କେତେ ଦିନ ପରେ ଏବଂ କାହାକୁ ଏହା ଦିଆଯିବ
ବିଶେଷ ଖବର

ଆଜିଠୁ ବୁଷ୍ଟର ଡୋଜ, ପ୍ରଥମ ଦୁଇ ଡୋଜର କେତେ ଦିନ ପରେ ଏବଂ କାହାକୁ ଏହା ଦିଆଯିବ

January 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜିଠୁ ବୁଷ୍ଟର ଡୋଜ, ପ୍ରଥମ ଦୁଇ ଡୋଜର କେତେ ଦିନ ପରେ ଏବଂ କାହାକୁ ଏହା ଦିଆଯିବ

ଭୁବନେଶ୍ବର:  ଆଜିଠାରୁ ସାରା ଭାରତରେ ଆରମ୍ଭ ହେଉଛି ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ। ଓଡିଶାରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ ଲାଇନ ଅନୁସାରେ ଏହି ଡୋଜ ବର୍ତ୍ତମାନ ସମସ୍ତଙ୍କୁ ଦିଆଯିବ ନାହିଁ। ସେଥିପାଇଁ ବୟସ ସୀମା ଏବ ବର୍ଗୀକରଣ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗ ଅନୁସାରେ ବର୍ତ୍ତମାନ ଏହି ବୁଷ୍ଟର ଡୋଜ କେବଳ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଏବଂ ଯେଉଁମାନଙ୍କର ବହୁ ରୋଗରେ ପିଡିତ ସେମାନଙ୍କୁ ଦିଆଯିବ। ସେହିପରି ସ୍ବାସ୍ଥ୍ୟ କର୍ମି ଏବଂ ଏହା ସହିତ ଜଡିତ ବ୍ୟକ୍ତିମାନଙ୍କୁ ଏହି ବୁଷ୍ଟର ଡୋଜ ପ୍ରଦାନ କରାଯିବ।

ଓଡିଶାର ସ୍ବାସ୍ଥ୍ୟ ବିଭାଗ ଅନୁସାରେ ରାଜ୍ୟରେ ବର୍ତ୍ତମାନ 60 ବର୍ଷରୁ ଉର୍ଦ୍ଧ୍ବ ବୟସର ପ୍ରାୟ 60 ଲକ୍ଷ 37 ହଜାର ବ୍ୟକ୍ତି ଅଛନ୍ତି। ସେହିପରି ରାଜ୍ୟରେ ସ୍ବାସ୍ଥ୍ୟ କର୍ମିମାନଙ୍କ ସଂଖ୍ୟା ହେଲା 7 ଲକ୍ଷ 5 ହଦାର ଅଛନ୍ତି। ପ୍ରଥମେ ଏହିମାନଙ୍କୁ ଆଜିଠାରୁ ବୁଷ୍ଟର ଡୋଜ ଟିକା ପ୍ରଦାନ ଆରମ୍ଭ କରାଯାଇଛି।

ତେବେ ଏହି ଟିକା ନେବାର ସମୟ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ସେହି ଅନୁସାରେ ଯେଉଁମାନେ ପ୍ରଥମ ଦୁଇ ଡୋଜ ନେଇଥିବେ ସେମାନେ 2ୟ ଡୋଜର 39 ସପ୍ତାହ ମଧ୍ୟରେ ଏହି ବୁଷ୍ଟର ଡୋଜ ଗ୍ରହଣ କରିବେ। ପୂର୍ବରୁ ସେମାନେ ଯେଉଁ ଦୁଇ ଡୋଜ ନେଇଛନ୍ତି ସେହି ଅନୁସାରେ କୋୟୁନି ୱେବସାଇଟରେ ତଥ୍ୟ ରହିଛି। ତାହାକୁ ଆଧାର କରି ଏହି ବୟସର ବ୍ୟକ୍ତଙ୍କ ପାଖକୁ ମେସେଜ୍ ପଠାଇବାର ବ୍ୟବସ୍ଥା କରାଯାଇଛି।

ଯେଉଁମାନେ ଏହି ମେସଜ ପାଇବେ ସେମାନେ ସ୍ଲଟ ବୁକିଂ କରିପାରିବେ। ନଚେତ ଅନ୍ୟ କୌଣସି ବ୍ୟବସ୍ଥାରେ ବୁଷ୍ଟର ଡୋଜ ସ୍ଲଟ ବୁକିଂ କରିହେବ ନାହିଁ। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଏହି ବୁଷ୍ଟର ଡୋଜ ପାଇଁ ପୂର୍ବପରି ଭିଡ ହେବ ନାହିଁ। ହେଲେ ପରବର୍ତ୍ତି ସମୟରେ ଭିଡକୁ ଦେଖି ଟିକା କେନ୍ଦ୍ର ବୃଦ୍ଧି କରାଯିବ ବୋଲି ନିଷ୍ପତି ହୋଇଛି।

Covid19 Vaccine କରୋନା କରୋନା ଭ୍ୟାକସିନ ବୁଷ୍ଟର ଡୋଜ
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.