Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପ୍ ମୁଖ୍ୟମନ୍ତ୍ରୀ ଚେହେରା ବାଛିବେ ଜନତା; ଫୋନ ନମ୍ବର ଜାରି କରି ପରାମର୍ଶ ଲୋଡିଲେ କେଜ୍ରିୱାଲ
ବିଶେଷ ଖବର

ଆପ୍ ମୁଖ୍ୟମନ୍ତ୍ରୀ ଚେହେରା ବାଛିବେ ଜନତା; ଫୋନ ନମ୍ବର ଜାରି କରି ପରାମର୍ଶ ଲୋଡିଲେ କେଜ୍ରିୱାଲ

January 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅରବିନ୍ଦ କେଜ୍ରିୱାଲ
ବିହାର ନିର୍ବାଚନ: ଆପର ବଡ଼ ଘୋଷଣା, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍, ମହିଳାମାନଙ୍କୁ ପ୍ରତି ମାସରେ ୩ ହଜାର

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଜାରି ରଖିଛି। ଦୀର୍ଘ ଦିନ ଧରି ପଞ୍ଜାବ ନିର୍ବାଚନ ପାଇଁ ଆପ୍ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି। ପଞ୍ଜାବ ନିର୍ବାଚନ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ କହିଛନ୍ତି ଯେ, ବିଭିନ୍ନ ଚ୍ୟାନେଲ ସର୍ଭେ କରୁଛନ୍ତି।

ସମସ୍ତଙ୍କ ମଧ୍ୟରେ ଆପ୍ ସର୍ବ ବୃହତ ଦଳ ଭାବରେ ଉଭା ହେଉଛି। ଦେଖାଯାଉଛି ଯେ, ଆମେ ବର୍ତ୍ତମାନ ଆମର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛୁ। ମୁଁ ପଞ୍ଜାବର ସମସ୍ତ ଲୋକଙ୍କୁ କହିବାକୁ ଚାହେଁ, ଶେଷ ଧକ୍କା ମାରନ୍ତୁ। ଆମ ପାଖରେ ଅତିକମରେ ୮୦ ଟି ସିଟ୍ ଆସିବା ଉଚିତ୍, ୬୦ ନୁହେଁ। ଏହି ସ୍ଥିର ସରକାର ଆପ୍ ଦ୍ୱାରା ଗଠିତ ହେବ। କେଜ୍ରିୱାଲ କହିଛନ୍ତି ଯେ, ଲୋକମାନେ ସେମାନଙ୍କର ମୁଖ୍ୟମନ୍ତ୍ରୀ ବାଛିବେ।

କେଜ୍ରିୱାଲ କହିଛନ୍ତି ଯେ, ଯିଏ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ, ସେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ କହିଛନ୍ତି ଯେ, “ଭଗବନ୍ତ ମାନ ମୋ ପାଇଁ ଅତ୍ୟନ୍ତ ପ୍ରିୟ, ମୋର ସାନ ଭାଇ ଅଟନ୍ତି। ମୁଁ ଭଗବନ୍ତ ମନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଜନସାଧାରଣଙ୍କୁ ପଚାରିବା ଉଚିତ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କିଏ ହେବା ଉଚିତ୍?, ତାହା ୧୯୪୭ ପରେ ପ୍ରଥମ ଥର ପାଇଁ ଜନତାଙ୍କୁ ପଚରାଯିବ। ଲୋକଙ୍କ ମତାମତ ୧୭ ତାରିଖ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମଗାଯିବ। ଏହାକୁ ଆଧାର କରି ଆପ୍ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। କେଜ୍ରିୱାଲ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ପସନ୍ଦ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଜନସାଧାରଣଙ୍କ ପସନ୍ଦ ଗୁରୁତ୍ୱପୂର୍ଣ୍ଣ।

ପଞ୍ଜାବର ଆମ୍ ଆଦମୀ ପାର୍ଟି ମୁଖ୍ୟ ଭଗବନ୍ତ ମନ କହିଛନ୍ତି ଯେ, ଆମେ ଏକ ନମ୍ବର ପ୍ରଦାନ କରୁଛୁ- ୭୦୭୪୮୭୦୭୪୮. ଆପଣ ଏଥିରେ କଲ୍ କିମ୍ବା ମେସେଜ୍ କରି ଆପଣଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଚେହେରାକୁ କହିପାରିବେ।

କେଜ୍ରିୱାଲ କହିଛନ୍ତି ଯେ, ଆମେ ନିର୍ବାଚନ ଆୟୋଗର ନୋଟିସକୁ ଉତ୍ତର ଦେଇଛୁ। ଆମେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ୩ କୋଟି ପଞ୍ଜାବୀଙ୍କ ଉପରେ ଛାଡିଛୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ପଞ୍ଜାବରେ ଆପ୍ ସରକାର ଆସେ, ତେବେ ପ୍ରଧାନମନ୍ତ୍ରୀ ଏବଂ ପଞ୍ଜାବର ୩ କୋଟି ଲୋକ ମଧ୍ୟ ସୁରକ୍ଷିତ ରହିବେ।

ଆମ୍ ଆଦମୀ ପାର୍ଟି ପଞ୍ଜାବ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026
Latest News

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.