Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର ସରକାର ପ୍ରକାଶ କଲେ ଭାରତୀୟ ଜଙ୍ଗଲ ରିପୋର୍ଟ ୨୦୨୧, ଜାଣନ୍ତୁ କଣ ରହିଛି ଓଡିଶା ସ୍ଥିତି
ବିଶେଷ ଖବର

କେନ୍ଦ୍ର ସରକାର ପ୍ରକାଶ କଲେ ଭାରତୀୟ ଜଙ୍ଗଲ ରିପୋର୍ଟ ୨୦୨୧, ଜାଣନ୍ତୁ କଣ ରହିଛି ଓଡିଶା ସ୍ଥିତି

January 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ସରକାର ପ୍ରକାଶ କଲେ ଭାରତୀୟ ଜଙ୍ଗଲ ରିପୋର୍ଟ ୨୦୨୧, ଜାଣନ୍ତୁ କଣ ରହିଛି ଓଡିଶା ସ୍ଥିତି

ଭୁବନେଶ୍ୱର: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଡେରାଡୁନ୍‌ସ୍ଥିତ ସ୍ୱୟଂଶାସିତ ସଂସ୍ଥା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ୱାରା ପ୍ରସ୍ତୁତ ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ ୨୦୨୧ ଆଜି ନୂଆଦିଲ୍ଲୀଠାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଉନ୍ମୋଚନ କରିଛନ୍ତି ।

ପ୍ରତି ଦୁଇବର୍ଷରେ ଥରେ ଭାରତର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଥିବା ଏହି ସର୍ବେକ୍ଷଣ ଅନୁଯାୟୀ ୨୦୧୯-୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ୫୩୭.୪୪ ବର୍ଗକିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଛି, ଯାହାକି ଭାରତ ବର୍ଷରେ ତୃତୀୟ ସ୍ଥାନରେ ରହିଛି।

ସେହିଭଳି ବିଗତ ଦୁଇ ବର୍ଷ ମଧ୍ୟରେ ହେନ୍ତାଳବନ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆହୁରି ମଧ୍ୟ ଜଙ୍ଗଲ ଅଭିବୃଦ୍ଧି ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାରତବର୍ଷର ଶ୍ରେଷ୍ଠ ତିନୋଟି ସ୍ଥାନ ମଧ୍ୟରେ ରହିଛି ।

ଓଡ଼ିଶାର ସମୁଦାୟ ଭୌଗୋଳିକ ଅଞ୍ଚଳ ମଧ୍ୟରୁ ୩୩.୫୦ ପ୍ରତିଶତ ଜଙ୍ଗଲ ଅଚ୍ଛାଦିତ ଅଟେ। ଏକ-ତୃତୀୟାଂଶ ଅଞ୍ଚଳ ଜଙ୍ଗଲ ଓ ବୃକ୍ଷଲତାରେ ପରିପୂର୍ଣ୍ଣ ଯୋଗୁଁ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିପାରିଛି । ୨୦୧୭-୧୮ ବର୍ଷରେ ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ୨୩୭ ବର୍ଗ କିଲୋମିଟର ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ପାଖାପାଖି ଦୁଇଗୁଣା ଅଭିବୃଦ୍ଧି ଘଟିଛି ।

ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟି ଜିଲ୍ଲାରେ ବନାଞ୍ଚଳରେ ଅଭିବୃଦ୍ଧି ଘଟିଛି । ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ବିଗତ ଦୁଇବର୍ଷ ମଧ୍ୟରେ ଅଧିକ ପରିମାଣରେ ବନାଞ୍ଚଳରେ ଅଭିବୃଦ୍ଧି ଘଟିଛି । ରାଜ୍ୟରେ ବିଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୨୪୩ ବର୍ଗ କିଲୋମିଟର ମଧ୍ୟମ ଧରଣର ଜଙ୍ଗଲ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।

ଆହୁରି ମଧ୍ୟ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଓଡ଼ିଶାରେ ୧୧୩୪ ବର୍ଗ କିଲୋମିଟର ଅଣଜଙ୍ଗଲ ଅଞ୍ଚଳରେ ବର୍ତ୍ତମାନ ଆଖିଦୃଶିଆ ବନାଞ୍ଚଳ ସୃଷ୍ଟି ହୋଇଛି । ଭାରତବର୍ଷର ବୃକ୍ଷଲତା ଏବଂ ଜଙ୍ଗଲରୁ ସୃଷ୍ଟି ହେଉଥିବା ସମୁଦାୟ କାର୍ବନ ପରିମାଣର ୬.୧୭ ପ୍ରତିଶତ ଓଡ଼ିଶାରୁ ସୃଷ୍ଟି ହେଉଛି ।

ରାଜ୍ୟ ସରକାରଙ୍କର ଯୁଗ୍ମ ଜଙ୍ଗଲ ପରିଚାଳନା ପଦକ୍ଷେପ ସହିତ ସବୁଜ ମିଶନ, ସବୁଜ ମହାନଦୀ ମିଶନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକ୍ରମ, ଜିଲ୍ଲା ଖଣିଜ ପାଣ୍ଠି, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ଏବଂ ଅନ୍ୟାନ୍ୟ ସଂସ୍ଥାଙ୍କ ନିରବଚ୍ଛିନ୍ନ ଉଦ୍ୟମର ଫଳ ସ୍ୱରୂପ ରାଜ୍ୟରେ ଆଜି ଏହା ସମ୍ଭବ ହୋଇପାରିଛି ।

ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଭୂପେନ୍ଦର ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.