Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜାଙ୍କ ପରଲୋକ, ଶେଷ ସମୟରେ ସେ ହସୁଥିଲେ
ଜାତୀୟ ଖବର

ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜାଙ୍କ ପରଲୋକ, ଶେଷ ସମୟରେ ସେ ହସୁଥିଲେ

January 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜାଙ୍କ ପରଲୋକ, ଶେଷ ସମୟରେ ସେ ହସୁଥିଲେ

ନୂଆଦିଲ୍ଲୀ: ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜଙ୍କ ସୋମବାର ସକାଳେ ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବର ତାଙ୍କ ନାତୁଣୀ ରାଗିଣୀ ମହାରାଜ ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ବୟସର ହୋଇଥିଲା। ଗତକାଲି ସେ ଦିଲ୍ଲୀର ତାଙ୍କ ଘରେ ଥିଲେ। ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ତାଙ୍କ ନାତୁଣୀ ରାଗିଣୀ କହିଛନ୍ତି, ରାତ୍ରୀ ପ୍ରାୟ 12ଟା 30 ପାଖାପାଖି ହେବ ତାଙ୍କ ପାଖରେ ଆମେ ସମସ୍ତେ ଥିଲୁ। ମୁଁ ମୋ ସାନ ଭଉଣୀ ଯଶସ୍ବନୀ ଏବଂ ଦୁଇ ଜଣ କଥକ ଶିଷ୍ୟ ତାଙ୍କ ବେଡ ପାଖରେ ଉପସ୍ଥିତ ଥିଲୁ। ସେତେବେଳକୁ ସେ ତାଙ୍କର ରାତ୍ରୀ ଭୋଜନ କରିସାରି ବେଡରେ ଗଡପଡ ହେଉଥିଲେ। ସେ ଯେହେତୁ ପୁରାତନ ସଙ୍ଗୀତକୁ ଭଲ ପାଉଥିଲେ ସେଥିପାଇଁ ତାଙ୍କ ପାଖରେ ଅନ୍ତାକ୍ଷରୀ ଖେଳୁଥିଲୁ।”

କିଛି ସମୟ ପରେ ସେ ଶୋଇ ପଡିଥିଲେ। ହେଲେ ହଠାତ୍ ତାଙ୍କର ଶ୍ୱାସପ୍ରଶ୍ବାସରେ ଅସ୍ବାଭିକତା ପରିଲକ୍ଷିତ ହେଲା। ତାଙ୍କ ଅବସ୍ଥା ଦେଖି ଆମେ ଭାବି ନେଲୁ ଯେ ତାଙ୍କୁ ହୃଦଘାତ ହେଲା। ପୂର୍ବରୁ ସେ ମଧ୍ୟ କିଡନୀ ରୋଗରେ ପୀଡିତ ଥିଲେ ଏବଂ ଡାଏଲିସିସ୍ କରାଯାଉଥିଲା।

ଆମେ ବିଳମ୍ବ ନ କରି ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲୁ। ହେଲେ ରାତି ଅଧରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରାଗିଣୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କର ଶେଷ ମୁହୂର୍ତ୍ତରେ ହସୁଥିଲେ।

ମହାରାଜାଙ୍କୁ ଆସନ୍ତା ଫେବୃୟାରୀ ମାସରେ 84 ବର୍ଷ ବୟସ ହୋଇଥାଆନ୍ତା। ବର୍ତ୍ତମାନ ବିରଜୁ ମହାରାଜାଙ୍କର ତିନି ଝିଅ, ଦୁଇ ପୁଅ ଏବଂ ପାଞ୍ଚଜଣ ନାତିନାତୁଣୀ ଅଛନ୍ତି।  ସାତ ବର୍ଷ ବୟସରୁ ସେ କଥକ ନୃତ୍ୟ ପରିବେଷଣ ଆରମ୍ଭ କରିଥିଲେ।

କଥକ ନୃତ୍ୟର ଆଦିଗୁରୁ ଭାବେ ବେଶ୍ ପରିଚିତ ବିରଜୁ ମହାରାଜା। ମୁଖ୍ୟତଃ ଲକ୍ଷ୍ମୌ ଘରାନା କଥକକୁ ଲୋକପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେଥିପାଇଁ ସେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026
Latest News

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.