ପଦ୍ମ ଭୂଷଣ ଗ୍ରହଣ କରିବାକୁ ମନା କଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଜାଣନ୍ତୁ ସେ କଣ କହିଲେ?

Published: Jan 25, 2022, 10:58 pm IST

କୋଲକୋତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମ ଭୂଷଣ ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ମୋତେ ପଦ୍ମ ଭୂଷଣ ଦିଆଯାଉଛି, ତେବେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଯେଉଁଥିରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମ ଭୂଷଣ ଦେବାକୁ ଘୋଷଣା କରାଯାଇଛି।

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଏକ ବିବୃତ୍ତିରେ କହିଛନ୍ତି, “ମୁଁ ପଦ୍ମ ଭୂଷଣ ପୁରସ୍କାର ବିଷୟରେ କିଛି ଜାଣି ନାହିଁ। ମୋତେ ଏ ବିଷୟରେ କେହି ମଧ୍ୟ କହି ନାହାଁନ୍ତି। ଯଦି ମୋତେ ପଦ୍ମ ଭୂଷଣ ଦିଆଯାଉଛି, ତେବେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି।”

ନିକଟରେ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗୀୟ କଲ୍ୟାଣ ସିଂଙ୍କୁ ପଦ୍ମ ବିଭୂଷଣ ପାଇଁ ଘୋଷଣା କରାଯାଇଛି। ଏଥି ସହ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଏବଂ ସିପିଆଇ (ଏମ) ନେତା ବୁଦ୍ଧଦେବ ଭଟ୍ଟାଚାର୍ଜୀଙ୍କୁ ପଦ୍ମ ଭୂଷଣଙ୍କ ସହ ସମ୍ମାନିତ କରିବାକୁ ଘୋଷଣା କରାଯାଇଥିଲା।

Related posts