Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପଟ୍ଟନାୟକଙ୍କ ଦେହ ଖରାପ ମିଛ ଖବରକୁ ପ୍ରଚାର କରାଇ କି ଯଶ ବାନା ଉଡାଉଛନ୍ତି ବିରୋଧୀ
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ଦେହ ଖରାପ ମିଛ ଖବରକୁ ପ୍ରଚାର କରାଇ କି ଯଶ ବାନା ଉଡାଉଛନ୍ତି ବିରୋଧୀ

January 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ ପଟ୍ଟନାୟକଙ୍କ ଦେହ ଖରାପ ଖବରକୁ ପ୍ରଚାର କରାଇ କି ଯଶ ବାନା ଉଡାଛନ୍ତି ବିରୋଧୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭାରି ଖରାପ, ସେ ଭେଣ୍ଟିଲେଟରରେ ଅଛନ୍ତି। ନିକଟରେ ଏପରି ଏକ ଖବରକୁ ନେଇ ସାରା ରାଜ୍ୟରେ ବେଶ୍ ଚହଳ ପକାଇଥିଲା। ଅନେକ ଡିଜିଟାଲ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରଚାର କରାଗଲା। ଅନେକ ଦଳୀୟ କର୍ମି ମଧ୍ୟ ସେମାନଙ୍କର ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ଖବର ପୋଷ୍ଟିଂ କଲେ। ଏହି ଖବରକୁ ନେଇ ଅନେକ ସାମ୍ବାଦିକ ଖୋଲତାଡ ମଧ୍ୟ ଆରମ୍ଭ କଲେ। ହେଲେ ଜଣାପଡିଲା ତାହା ସଂପୂର୍ଣ୍ଣ ମିଛ ଓ ଗୁଜବ ଥିଲା।

ଏହି ଖବର ଏପରି ପ୍ରଚାର କରାଯାଇଥିଲା ଯେ, ଯେ କେହି ତାହାକୁ ପଢିବ ସେ ସତ ବୋଲି ଭାବିବ। କାରଣ ଏଥର ଏହି ଖବରରେ କୁହାଯାଇଥିଲା ଯେ, ସେ ଆଉ ଘରୁ ଉଠିପାରୁ ନାହାଁନ୍ତି। ପାଞ୍ଚ ସାତ ଜଣ ଡାକ୍ତର ନବୀନ ନିବାସରେ ଅଛନ୍ତି। ସେଥିପାଇଁ ଗଣତନ୍ତ୍ର ଦିବସ ପତାକା ଉତ୍ତୋଳନରେ ମୁଖ୍ୟମନ୍ତ୍ରୀ ନାମ ରଖାଯାଇ ନାହିଁ ବୋଲି କହିଲେ। ଏହିପରି ଭିନ୍ନ ଭିନ୍ନ ଢଙ୍ଗରେ ନବୀନ ବିରୋଧୀମାନେ ବିଭିନ୍ନ ଅପ୍ରଚାର କରିବା ଆରମ୍ଭ କରିଦେଲେ।

ହେଲେ ଆଜି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ରାଜରାସ୍ତାରେ ବୀର ଦର୍ପରେ ଚାଲିଚାଲି ସଭାମଞ୍ଚକୁ ଗଲେ, ସେତେବେଳେ ସେମାନଙ୍କ ମୁହଁ ଚୁପ। ନିର୍ବାଚନ କଟକଣା ପାଇଁ ନବୀନ କିଛିଦିନ କୌଣସି ବୈଠକ କରି ନ ଥିଲେ। ଯାହାକୁ ଏକ ବଡ ଅସ୍ତ୍ର କଲେ ନବୀନ ବିରୋଧୀ। ଆଉ ତାହା ସତ ବୋଲି ଅପ୍ରଚାର ଆରମ୍ଭ କରିଦେଲେ। ହେଲେ ଗାନ୍ଧୀମାର୍ଗରେ ମୁଖ୍ୟମନ୍ତ୍ରୀ ବୀର ଦର୍ପରେ ଚାଲିବା ସେମାନଙ୍କୁ ହତବାକ କରି ଦେଇଛି।

ତେବେ ଏବେ ନୁହେଁ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଖରାପ ବୋଲି ଏକ ଅପ୍ରଚାରର ନବୀନ ବିରୋଧୀ ଚଳାଇଛନ୍ତି। ଏପରିକି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପରିବାର ପରିଚାଳିତ ଇଲଟ୍ରୋନିକ ଗଣମାଧ୍ୟମ ଓଟିଭିରେ ମଧ୍ୟ ଏହି ଖବର ସେତେବେଳେ ପ୍ରଚାର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦେହ ଗୁରୁତର ବୋଲି କହି ସେହି ଚ୍ୟାନେଲ ସେତେବେଳେ ବାରମ୍ବାର ପ୍ରଚାର କରିଥିଲା। ପରିସ୍ଥିତି ଏପରି ହେଲା ଯେ, ମୁଖ୍ୟମନ୍ତ୍ରୀ ନିଜେ ମୁଁ ସୁସ୍ଥ ଅଛି ବୋଲି ସଫେଇ ଦେବାକୁ ବାଧ୍ୟ ହୋଇଥିଲେ।

ସେମିତି କିଛିବର୍ଷ ତଳେ ଜଣେ ଆରଟିଆଇ କର୍ମି ଭିନ୍ନ ଏକ ପ୍ରସଂଗରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେହି ସାମ୍ବାଦିକ ସମ୍ମିଳନୀରେ ସେ ତାଙ୍କ ପ୍ରସଂଗ ଉପରେ ଯେତିକି ଗୁରୁତ୍ବ ଦେଇ ନ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ଖବରଟି ବାରମ୍ବାର ପ୍ରଚାର କରିଥିଲେ। ସେ ଏପରି କହିଥିଲେ ଯେ, ସେତେ ଯେମିତି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଆସିଛନ୍ତି। ତାଙ୍କର ଏହି ଖବର ନବୀନ ବିରୋଧୀଙ୍କୁ ବେଶ୍ ଖୋରାକ ଯୋଗାଇଥିଲା। ଆଉ ସେମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାର ପ୍ରଚାର କରାଇଥିଲେ। ଏହାର ଠିକ ଅଳ୍ପଦିନ ପରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଚାରିପଟେ ଚାଲିଚାଲି ବୁଲି ଆସିଲେ।

ବୋଧହୁଏ ବିରୋଧୀମାନେ ଜାଣିସାରିଲେଣି ଯେ, ନବୀନଙ୍କୁ ହରାଇବାକୁ ଆଉ କୌଣସି ଅସ୍ତ୍ର କାମ ଦେଉ ନାହିଁ। ଫଳରେ ହତାସ ହୋଇ ସେମାନେ ନବୀନଙ୍କ ଦେହ ଖରାପ ଖବରଟି ଅପ୍ରଚାର କରାଇବାରେ ଲାଗିଛନ୍ତି। ହେଲେ ସେମାନେ ଡାଳରେ ଡାଳରେ ଯାଉଥିବା ବେଳେ ନବୀନ ପତରରେ ପତରରେ ଯାଇ ତାଙ୍କୁ ମୁହଁ ତୋଡ ଜବାବ ଦେଉଛନ୍ତି। ତେବେ ଏପରି ଅପ୍ରଚାରରେ ନବୀନ ବିରୋଧୀଙ୍କର ଯେଉଁ ଉଦ୍ଦେଶ୍ୟ ରହୁଛି ତାହା ଫଳପ୍ରଦ ହୋଇପାରୁ ନାହିଁ।ଅନ୍ୟପଟେ ବିରୋଧୀଙ୍କ ଏପରି ଅପ୍ରଚାର ଯୋଗୁଁ ନବୀନଙ୍କ ପ୍ରତି ଲୋକଙ୍କର ଶ୍ରଦ୍ଧା ଆହୁରି ବଢିବାରେ ଲାଗିଛି।

(ଏଥିରେ ସଂଲଗ୍ନ ଫଟୋଟି ଆଜି ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଯାଉଥିବା ସମୟରେ ଉତ୍ତୋଳନ କରାଯାଇଛି।)

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ

November 22, 2025

ପୁରୀ: ଜାତୀୟ ଅଡିଟ୍ ସପ୍ତାହ ପାଳିତ

November 22, 2025

ସିଏସଆର ଏବଂ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

November 22, 2025

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ କାର୍ଯ୍ୟକ୍ରମ

November 22, 2025
Latest News

ଚାରୋଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀକୁ ସ୍ୱାଗତ କଲା ଭାରତୀୟ ମଜଦୁର ସଂଘ

November 22, 2025

ଆନ୍ତଃରାଜ୍ୟ ସାଇବର-ଆର୍ଥିକ ଠକେଇ ରାକେଟର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ

November 22, 2025

ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର: ରାଷ୍ଟ୍ରପତି

November 22, 2025

ଆମେରିକା ସହିତ ତିକ୍ତ ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ ନେଲା ବଡ ପଦକ୍ଷେପ: ଖୁସି ହେବ ପଡ଼ୋଶୀ ଚୀନ୍

November 22, 2025

ବିଶ୍ବାସ କରନ୍ତୁ, ମାର୍ଗଶିର ମାସରେ ଏହି କେତୋଟି କଥା କଲେ ଆପଣଙ୍କର ବେଶ୍ ଶୁଭପ୍ରାପ୍ତି ହେବ

November 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.