Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭାକ୍ସିନ ଓ କୋଭିଶିଲ୍ଡକୁ ‘‘ସର୍ତ୍ତମୂଳକ ବଜାର ଅନୁମତି’’ ଦେଲା ଡିସିଜିଆଇ
ବିଶେଷ ଖବର

କୋଭାକ୍ସିନ ଓ କୋଭିଶିଲ୍ଡକୁ ‘‘ସର୍ତ୍ତମୂଳକ ବଜାର ଅନୁମତି’’ ଦେଲା ଡିସିଜିଆଇ

January 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ପ୍ରଚଳିତ ଦୁଇଟି କୋଭିଡ ୧୯ ଟିକା –କୋଭାକ୍ସିନ ଓ କୋଭିଶିଲ୍ଡକୁ ଆଜି ‘‘ସର୍ତ୍ତମୂଳକ ବଜାର ଅନୁମତି’’ ପ୍ରଦାନ କରାଯାଇଛି। ଜାତୀୟ ନିୟାମକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ ଇଣ୍ଡିଆ (ଡିସିଜିଆଇ) ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ର ବିଷୟ ବିଶେଷଜ୍ଞ ସମିତି (ଏସଇସି) ଏହି ଦୁଇଟି ଟିକାର ବ୍ୟବହାରକୁ ନେଇ ରହିଥିବା ନିୟମକୁ ଅଧିକ କୋହଳ କରିବାକୁ ମଞ୍ଜୁରି ଦେଇଥିଲା। ପୂର୍ବରୁ କେବଳ ବିଶେଷ ଜରୁରିକାଳୀନ ସ୍ଥିତିରେ ଟିକା ବ୍ୟବହାରକୁ ମଞ୍ଜୁରି ମିଳିଥିବା ବେଳେ ୧୯ ଜାନୁଆରୀ ୨୦୨୨ ଠାରୁ ବୟସ୍କ ଜନସଂଖ୍ୟାଙ୍କ ଉପରେ ଟିକାର ପ୍ରୟୋଗ ପାଇଁ ନୂଆ କରି ସର୍ତ୍ତମୂଳକ ମଞ୍ଜୁରି ପ୍ରଦାନ କରାଯାଇଥିଲା।

ବର୍ତ୍ତମାନ ନିମ୍ନ ସର୍ତ୍ତଗୁଡ଼ିକ ଆଧାରରେ ଡିସିଜିଆଇ ଦେଶରେ ଦୁଇଟି କୋଭିଡ ୧୯ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡକୁ ବଜାର ଅନୁମତି ପ୍ରଦାନ କରିଛି:

– ଫାର୍ମଗୁଡ଼ିକ ଛଅ ମାସ ଆଧାରରେ କିମ୍ବା ଯେତେବେଳେ ଉପଲବ୍ଧ ହେବ, ଯାହା ଶୀଘ୍ର ହୋଇଥିବ, ସେମାନଙ୍କ ଟିକାର ବିଦେଶରେ ଜାରି ରହିଥିବା କ୍ଲିନିକାଲ ପରୀକ୍ଷଣ ସଂକ୍ରାନ୍ତ ତଥ୍ୟ ଦାଖଲ କରିବେ।

– ଟିକାଗୁଡ଼ିକ ପ୍ରୋଗ୍ରାମେଟିକ୍ ସେଟିଂ ପାଇଁ ଯୋଗାଣ କରାଯିବ ଏବଂ ଦେଶ ଭିତରେ ହେଉଥିବା ସମସ୍ତ ଟିକାକରଣର ରେକର୍ଡ କୋୱିନ୍‌ ପ୍ଲାଟଫର୍ମରେ ରହିବ। ଟିକା ନେବା ପରେ କୌଣସି ପ୍ରତିକ୍ରିୟା ଅର୍ଥାତ୍‌ ଆଡଭର୍ସ ଇଭେଣ୍ଟ ଫଲୋଇଂ ଇମ୍ୟୁନାଇଜେସନ (ଏଇଏଫଆଇ), ଆଡଭର୍ସ ଇଭେଣ୍ଟ ଅଫ୍‌ ସ୍ପେଶାଲ ଇଣ୍ଟରେଷ୍ଟ (ଏଇଏସଆଇ)କୁ ଗମ୍ଭୀରତାର ସହିତ ଅନୁଧ୍ୟାନ କରାଯିବ। ଏନଡିସିଟି ନିୟମାବଳୀ ୨୦୧୯ ଅନୁଯାୟୀ, ଛଅ ମାସ ଆଧାରରେ କିମ୍ବା ଯେତେବେଳେ ଉପଲବ୍ଧ ହେବ, ଯାହା ଶୀଘ୍ର ହୋଇଥିବ, ଫାର୍ମଗୁଡ଼ିକ ଏଇଏଫଆଇ ଓ ଏଇଏସଆଇ ସମେତ ସେମାନଙ୍କର ସୁରକ୍ଷା ତଥ୍ୟ ଦାଖଲ କରିବେ।

କୋଭିଡ ୧୯ ମହାମାରୀ ମୁକାବିଲା ପ୍ରତି ଭାରତ ସରକାର ସଦାସର୍ବଦା ସକ୍ରିୟ ଆଭିମୁଖ୍ୟ ପୋଷଣ କରିବା ସହ ତ୍ବରିତ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଦୁଇଟି କୋଭିଡ ଟିକାକୁ ଡିସିଜିଆଇ ପକ୍ଷରୁ ମିଳିଥିବା ସର୍ତ୍ତମୂଳକ ବଜାର ଅନୁମତି ସରକାରଙ୍କ ଏହି ସକ୍ରିୟତା ଏବଂ ସମୟୋପଯୋଗୀ ମଞ୍ଜୁରି ଆଭିମୁଖ୍ୟକୁ ଦର୍ଶାଉଛି। ମହାମାରୀ ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏହିପରି ଭାବେ ଜନସ୍ବାସ୍ଥ୍ୟ ମୁକାବିଲା ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଆସିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ବିଶ୍ବସ୍ତରୀୟ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟରେ ଆମେରିକାର ଫୁଡ୍‌ ଆଣ୍ଡ ଡଗ୍ରସ୍‌ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) ଏବଂ ବ୍ରିଟେନର ମେଡ଼ିସିନ୍ସ ଏଣ୍ଡ ହେଲ୍‌ଥ୍‌କେୟାର ପ୍ରଡକ୍ଟସ୍‌ ରେଗୁଲେଟରୀ ଏଜେନ୍ସି (ଏମଏଚଆରଏ) ପକ୍ଷରୁ ଯଥାକ୍ରମେ ଫାଇଜର ଓ ଆଷ୍ଟ୍ରାଜେନେକା କୋଭିଡ ୧୯ ଟିକାକୁ ‘‘ସର୍ତ୍ତମୂଳକ ବଜାର ଅନୁମତି’’ ପ୍ରଦାନ କରାଯାଇଛି।

‘‘ସର୍ତ୍ତମୂଳକ ବଜାର ଅନୁମତି’’ ଏକ ନୂଆ ଶ୍ରେଣୀର ବଜାର କାରବାର ମଞ୍ଜୁରି ଯାହା ବର୍ତ୍ତମାନର କୋଭିଡ ୧୯ ବିଶ୍ବ ମହାମାରୀ ସ୍ଥିତିରେ ଦେଖିବାକୁ ମିଳିଛି। ଔଷଧ ଏବଂ ଟିକା ଚାହିଦା ପୂରଣ କରିବା ଲାଗି କେତେକ ଔଷଧ ଓ ଟିକାର ସହଜ ଉପଲବ୍ଧତା ବଢ଼ାଇବା ନିମନ୍ତେ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ତ୍ବରିତ ଭାବେ ଏହି ମଞ୍ଜୁରି ଦିଆଯାଇଥାଏ।

ଭାରତର ରାଷ୍ଟ୍ରବ୍ୟାପୀ କୋଭିଡ ୧୯ ଟିକାକରଣ କାର୍ଯ୍ୟକ୍ରମ ୧୬ ଜାନୁଆରୀ, ୨୦୨୧ରେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୬୦ କୋଟିରୁ ଅଧିକ ଡୋଜ୍‌ ଦିଆଯାଇସାରିଲାଣି। ସାରା ଦେଶରେ କୋଭିଡ ୧୯ ଟିକାକରଣକୁ ତ୍ବରାନ୍ବିତ କରିବା ଏବଂ ଏହାର ପରିସରକୁ ବଢ଼ାଇବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ୩ ଜାନୁଆରୀ ୨୦୨୨ ଠାରୁ କୋଭିଡ ୧୯ ଟିକାକରଣରେ ନୂଆ ବର୍ଗର ଜନସଂଖ୍ୟାକୁ ସାମିଲ କରାଯାଇଛି।

କୋଭାକ୍ସିନ କୋଭିଡ -୧୯ ଟିକା କୋଭିଶିଲ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

‘ବାଂଲାଦେଶ ଏବେ ଦ୍ଵିତୀୟ ପାକିସ୍ତାନ’: ଜାଣନ୍ତୁ ଭାରତ ବିଷୟରେ କ’ଣ କହିଲେ ଶେଖ ହସିନାଙ୍କ ପୁଅ?

August 6, 2026

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026

ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

August 6, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026
Latest News

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

ଆଶାରାମ ବାପୁଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ପାଇଁ ମନା କଲେ ସୁପ୍ରିମକୋର୍ଟ

August 6, 2026

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.