Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରେଳବାଇ ପରୀକ୍ଷାକୁ ନେଇ ଆଶାୟୀଙ୍କ ଚିନ୍ତା ଦୂର କରିବା ଲାଗି ଆଶ୍ୱାସନା ଦେଲେ ରେଳ ମନ୍ତ୍ରୀ
ବିଶେଷ ଖବର

ରେଳବାଇ ପରୀକ୍ଷାକୁ ନେଇ ଆଶାୟୀଙ୍କ ଚିନ୍ତା ଦୂର କରିବା ଲାଗି ଆଶ୍ୱାସନା ଦେଲେ ରେଳ ମନ୍ତ୍ରୀ

January 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାକୁ ନେଇ ପ୍ରାର୍ଥୀ/ଆଶାୟୀଙ୍କ ମନରେ ରହିଥିବା ସନ୍ଦେହ ଏବଂ ସେମାନଙ୍କର ଅଭିଯୋଗକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହିତ ଧ୍ୟାନ ଦିଆଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଶ୍ୱାସନା ଦେଇଛନ୍ତି। ଡିଡି ନ୍ୟୁଜର ସହ ଏକ ବିଶେଷ ସାକ୍ଷାତକାରରେ ଶ୍ରୀ ବୈଷ୍ଣବ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଆରଆରବି କେନ୍ଦ୍ରୀକୃତ ନିଯୁକ୍ତି ବିଜ୍ଞପ୍ତି (ସିଇଏନ) ସଂଖ୍ୟା ୦୧/୨୦୧୯ (ଅଣ-ବୈଷୟିକ ଲୋକପ୍ରିୟ ଶ୍ରେଣୀ ବା ଏନଟିପିସି – ସ୍ନାତକ ଏବଂ ସ୍ନାତକ ଠାରୁ କମ ଯୋଗ୍ୟତା ଥିବା ପ୍ରାର୍ଥୀ) ଅଧୀନରେ ଜାରି ରହିଥିବା ନିଯୁକ୍ତି ପରୀକ୍ଷାର ପରିଣାମ ୧୪.୦୧.୨୦୨୨ ଘୋଷଣା କରାଯାଇଛି। ଏହି ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଉପରେ କେତେକ ପ୍ରାର୍ଥୀ ଆପତ୍ତି ଉଠାଇଛନ୍ତି।

ଏ ପ୍ରସଙ୍ଗରେ ଡିଡି ନ୍ୟୁଜ୍କୁ ସାକ୍ଷାତକାର ଦେଇ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳତା ସହିତ ବିଚାର କରାଯାଉଛି, ଖୁବଶୀଘ୍ର ଏହାର ସମାଧାନ କରାଯିବ। ପ୍ରାର୍ଥୀମାନେ ଯେଉଁ ଚିନ୍ତା ବ୍ୟକ୍ତ କରିଛନ୍ତି ତାହାର ଯାଞ୍ଚ କରିବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ଏହି ଏକ ଉଚ୍ଚକ୍ଷମତା ସମ୍ପନ୍ନ ସମିତି ଗଠନ କରାଯାଇଛି। ଏହି ସମିତି ପ୍ରାର୍ଥୀ/ଆଶାୟୀମାନଙ୍କ ଠାରୁ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପତ୍ର ଗ୍ରହଣ କରିବା ଆରମ୍ଭ କରି ଦେଇଛି। ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି)ର ବରିଷ୍ଠ ଅଧିକାରୀମାନେ ଛାତ୍ର ଗୋଷ୍ଠୀମାନଙ୍କ ସହିତ ସିଧାସଳଖ ଆଲୋଚନା କରୁଛନ୍ତି ଏବଂ ସେମାନଙ୍କ ଠାରୁ ଆପତ୍ତି ଓ ପ୍ରସ୍ତାବପତ୍ର ଗ୍ରହଣ କରୁଛନ୍ତି। ପ୍ରାର୍ଥୀ/ଆଶାୟୀମାନଙ୍କୁ ଆଶ୍ୱାସନା ଦେଇ ମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ସମସ୍ତ ସମସ୍ୟାକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହିତ ସମାଧାନ କରାଯିବ। ସେମାନେ ଅନ୍ୟ କାହାର କଥାରେ ଭ୍ରମରେ ପଡ଼ିବା ଅନୁଚିତ୍ କିମ୍ବା ସେଥିରେ ପ୍ରଭାବିତ ହେବା ଉଚିତ୍ ନୁହେଁ।

ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ସଂଖ୍ୟାକୁ ନେଇ ଆସିଥିବା ଅଭିଯୋଗକୁ ସ୍ପଷ୍ଟ କରି ରେଳ ମନ୍ତ୍ରୀ କହିଥିଲେ ଯେ, ରେଳବାଇ ଏନଟିପିସି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କୁ ଚୟନ କରିବା ଲାଗି ଏକ ପୁରୁଣା ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ ପୂର୍ବରୁ ଖାଲି ପଦବୀର ଦଶ ଗୁଣ ସଂଖ୍ୟକ ପ୍ରାର୍ଥୀଙ୍କୁ ଚୟନ କରାଯାଉଥିଲା। ସିଇଏନ ୦୩/୨୦୧୫ ପାଇଁ ପ୍ରାର୍ଥୀଙ୍କୁ ଚୟନ କରାଯିବାର ମାପଦଣ୍ଡକୁ ବଢ଼ାଇ ଖାଲି ପଦବୀର ୧୫ ଗୁଣ ପ୍ରାର୍ଥୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେବାକୁ ଅନୁମତି ଦେବା ଲାଗି ନିଷ୍ପତ୍ତି ନିଆଗଲା। ଏହାପରେ ସିଇଏନ ୧/୨୦୧୯ରେ ଏହି ସଂଖ୍ୟାକୁ ଖାଲି ପଦବୀର ୨୦ ଗୁଣ କରି ଦିଆଯାଇଛି। ଯାହାଫଳରେ ଅଧିକରୁ ଅଧିକ ପ୍ରାର୍ଥୀ ପରୀକ୍ଷାରେ ସାମିଲ ହେବାର ସୁଯୋଗ ପାଇପାରିବେ।

ଶ୍ରୀ ବୈଷ୍ଣବ ବିସ୍ତୃତ ସୂଚନା ଦେଇ କହିଥିଲେ ଯେ, ପ୍ରତ୍ୟେକ ଶ୍ରେଣୀକୁ ଦେଖିଲେ, ସେଥିରେ ୨୦ ଗୁଣା ଛାତ୍ରଛାତ୍ରୀ/ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ଗୋଟିଏରୁ ଅଧିକ ଶ୍ରେଣୀମାନେ ଏକାଧିକ ପ୍ରାର୍ଥୀ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚଟି ଭିନ୍ନ ସ୍ତରରେ ସିବିଟି ହୋଇଥାଏ। ଜଣେ ପ୍ରାର୍ଥୀଙ୍କୁ ଯୋଗ୍ୟତା, ମେରିଟ୍ ଏବଂ ବିକଳ୍ପ ଆଧାରରେ ଗୋଟିଏରୁ ଅଧିକ ସ୍ତର ପାଇଁ ଚୟନ (ସର୍ଟଲିଷ୍ଟ) କରାଯାଇପାରିବ। ଏହି କାରଣରୁ ୭ ଲକ୍ଷ ରୋଲ ନମ୍ବର ମଧ୍ୟରେ ଥିବା କେତେକ ନାମ ଏକାଧିକ ତାଲିକାରେ ରହିପାରେ। ରେଳ ମନ୍ତ୍ରୀ କହିଥିଲେ ଯେ, ଏହି ପ୍ରସଙ୍ଗକୁ ମଧ୍ୟ ସମାଧାନ କରାଯାଇପାରିବ। ଏଥିପାଇଁ ରାସ୍ତାରେ ବିରୋଧ ପ୍ରଦର୍ଶନ କରିବା କିମ୍ବା ଟ୍ରେନରେ ନିଆଁ ଲଗାଇବା ଅନାବଶ୍ୟକ। କାରଣ ରେଳବାଇ ଭିତ୍ତିଭୂମି ସାଧାରଣ ଲୋକଙ୍କ ସମ୍ପତ୍ତି।

ଏ ସମସ୍ୟାର ସମାଧାନ ସମ୍ପର୍କରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ପ୍ରାର୍ଥୀମାନଙ୍କର ଚିନ୍ତା/ଅଭିଯୋଗର ସମାଧାନ ଲାଗି ଗଠିତ ଉଚ୍ଚସ୍ତରୀୟ ସମିତିରେ ନିଯୁକ୍ତି କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଥିବା ବରିଷ୍ଠ ଅଧିକାରୀମାନଙ୍କୁ ସାମିଲ କରାଯାଇଛି। ରେଳ ମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ତିନି ସପ୍ତାହ ମଧ୍ୟରେ ଅର୍ଥାତ୍ ୧୬.୦୨.୨୦୨୨ ସୁଦ୍ଧା ସମିତି ଆଗରେ ପ୍ରାର୍ଥୀ/ଆଶାୟୀମାନେ ନିଜ ଆପତ୍ତି/ଅଭିଯୋଗ ଉପସ୍ଥାପନ କରିପାରିବେ। ଏହାର ତୁରନ୍ତ ପରେ ଆମେ ସମସ୍ୟାର ସମାଧାନ କରିବୁ।

ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ ଓ ଅର୍ଜୁନ ରାମ ମେଘୱାଲ

June 21, 2026
Latest News

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.